ମାଆ କୋଳକୁ ଫେରିଲା ୬ ଦିନର ପୁଅ

କେନ୍ଦ୍ରାପଡ଼ା ଅଫିସ, ୨ା୧୨:କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଶିଶୁପୁତ୍ର ନିଖୋଜ ହେବା ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି ା ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି)ର ତଦନ୍ତ ଓ ତପତ୍ରତା ଯୋଗୁ ମାଆ କୋଳକୁ ୬ ଦିନର ପୁଅ ଫେରିଛି ା ତେବେ ଏହି ନିଖୋଜ ଘଟଣା ବହୁ ରହସ୍ୟ ଓ ପ୍ରଶ୍ନ ଆଗକୁ ଆଣିଛି ା କେଉଁ କାରଣ ଯୋଗୁ ଶିଶୁ ପୁତ୍ରକୁ କଳାହାଣ୍ଡି ଜିଲାର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ତାହାର ସ୍ପଷ୍ଟ ଉତ୍ତର ଏଯାଏ ମିଳିନାହିଁ ା ସେହିପରି ଶିଶୁ ପୁତ୍ରକୁ ହସ୍ତାନ୍ତର କରିଥିବା ଗ୍ରାମର ଜଣେ ମଧ୍ୟସ୍ଥଙ୍କୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ପରିସରକୁ ଅଣାଯାଇନାହିଁ ା ଡାକ୍ତରଖାନା ଛାଡ଼ିବା ପରେ ଏହି ଶିଶୁକୁ ହସ୍ତାନ୍ତର କରାଯାଇଥିଲା ା ଏଥିପାଇଁ ଟଙ୍କା କାରବାର, ଲୋକଲଜ୍ଜା ଅଥବା ଆର୍ଥିକ ପରିସ୍ଥିତି ଦାୟୀ କି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ା ତେବେ ଏ ସମ୍ପର୍କରେ ସମ୍ପୃକ୍ତ ମହିଳା କହିଛନ୍ତି, ତାଙ୍କର ଗୋଟିଏ ୨୨ ବର୍ଷର ପୁଅ ଅଛି ା ସେହିପରି ଝିଅର ବୟସ ୧୭ ା ଗତ ୨୫ ତାରିଖରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲାା ସ୍ବାମୀ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଛି। ପୁଅର ଲାଲନପାଳନ ପାଇଁ କଳାହାଣ୍ଡି ଜିଲାରେ ଥିବା ମାଉସୀ ଝିଅ ଭଉଣୀଙ୍କୁ ଦେଇଥିଲି ା ଏବେ ପୁଅ ମୋ କୋଳକୁ ଫେରି ଆସିବା ପରେ ଖୁସି ଲାଗୁଛି ା ଆଉ କାହାକୁ ଲାଳନପାଳନ ପାଇଁ ହସ୍ତାନ୍ତର କରାଯିବ ନାହିଁ ା ଏହି ହସ୍ତାନ୍ତରରେ ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସହାୟତା କରିଥିଲେ ବୋଲି ସେ ପ୍ରକାଶ କରିବା ସହ ପୁଅ ବିକ୍ରି ହୋଇ ନ ଥିବା କହିଛନ୍ତି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମାନବାଧିକାର କର୍ମୀ ସାଗର ଜେନା, ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଏହି ଶିଶୁ ହସ୍ତାନ୍ତର ଘଟଣା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏହାର ତଦନ୍ତ ହେଲେ ଶିଶୁ ଚାଲାଣ ଘଟଣାର ରହସ୍ୟ ଖୋଲିବ ା ସିଡବ୍ଲ୍ୟୁସି ସଦସ୍ୟା ତଥା ଏହି କମିଟିର ପୂର୍ବତନ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର କହିଛନ୍ତି, ଶିଶୁର ଲାଳନ ପାଳନ ପ୍ରତି ସମ୍ପୃକ୍ତ ଗ୍ରାମର ଆଶା ଓ ପୋଲିସଙ୍କୁ ନଜର ରଖିବାକୁ ଚିଠି ହେବ। ଏଥିସହିତ ଘଟଣାର ତଦନ୍ତ ପାଇଁ କମିଟି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଓ ସ୍ଥାନୀୟ ପୋଲିସକୁ ଚିଠି ଲେଖାଯିବ ା ଗତ ନଭେମ୍ବର ୨୫ରେ ସମ୍ପୃକ୍ତା ମହିଳା ଶିଶୁପୁତ୍ର ଜନ୍ମ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିଥିଲେ ା ତେବେ ଘରେ ପହଞ୍ଚତ୍ବା ସମୟରେ ପୁଅ ସାଥିରେ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଥିଲା ା ଏହି ଘଟଣା ନଜରକୁ ଆସିବା ପରେ କମିଟି ପକ୍ଷରୁ ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ଚାଇଲ୍ଡ ଲାଇନ କୋଅର୍ଡିନେଟର ବାଣୀପ୍ରିୟା ପଣ୍ଡା, ଟିମ୍‌ ଲିଡର ଅମରେଶ ପାଣି, ସ୍ବେଚ୍ଛାସେବୀ ସନ୍ଦୀପ କୁମାର ସିଂ, ଆଶାସାଥୀ ମଞ୍ଜୁଲତା ସାମଲ ଓ ଆଳି ଆଇଆଇସି ଦିଲ୍ଲୀପ କୁମାର ସାମଲଙ୍କ ସହଯୋଗରେ ବୁଧବାର ସନ୍ଧ୍ୟାରେ ଶିଶୁପୁତ୍ରକୁ ଆଣି ମାଆଙ୍କୁ ଦିଆଯାଇଥିଲା। ଗୁରୁବାର ଏହି ଦମ୍ପତି କାର୍ଯ୍ୟାଳୟରେ ହାଜର ହୋଇ ପୁଅର ଦାୟିତ୍ୱ ନେଇଥିବା ଲିଖିତ ଆକାରରେ ଜଣାଇଛନ୍ତି ା ଅପରପକ୍ଷେ ଶିଶୁର ଯତ୍ନରେ ସମସ୍ୟା ଥିଲେ ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ସହଯୋଗ ଦିଆଯାଇପାରିବ ବୋଲି ସମ୍ପୃକ୍ତ ଦମ୍ପତିଙ୍କୁ ଜଣାଇ ଦିଆଯାଇଥିବା ସଦସ୍ୟା ମହାପାତ୍ର ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri