Posted inଖେଳ

୫୮ବର୍ଷୀୟ ଜିତିଲେ ପଦକ

ଟୋକିଓ, ୨୭ା୭ (ପି.ଟି.)-କୁଏଟ୍‌ର ଅବଦୁଲ୍ଲା ଅଲ୍‌-ରଶିଦିଙ୍କ କ୍ଷେତ୍ରରେ ବୟସ ବାଧକ ହୋଇପାରି ନାହିଁ। ୫୮ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସ ଶୁଟିଂ ପୁରୁଷ ସ୍କିଟ୍‌ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୌତୂହଳର ବିଷୟ ଯେ, ୭ ଥର ଅଲିମ୍ପିଆନ ପ୍ରତିଯୋଗିତାରେ ଆର୍ସେନାଲ ଏଫ୍‌ସି ଶର୍ଟ ପରିଧାନ କରିଥିଲେ। ସେ କହିଛନ୍ତି, ୫୮ ବର୍ଷ ବୟସରେ ଶୁଟିଂରେ ସବୁଠାରୁ ବୟସ୍କ ଶୁଟର ଭାବେ ବ୍ରୋଞ୍ଜ ପଦକ ଜିତିପାରିଥିବାରୁ ଗୌରବାନ୍ବିତ ମନେ କରୁଛି। ଏହା ସ୍ବର୍ଣ୍ଣଠାରୁ ମଧ୍ୟ ଅଧିକ ମୂଲ୍ୟବାନ। ତେଣୁ ଏଥିରେ ସେ ବହୁତ ଖୁସି ଅଛନ୍ତି। ଅବଦୁଲ୍ଲା ପ୍ୟାରିସରେ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ସରେ ଭାଗ ନେବାଲାଗି ଅଭିଳାଷ ରଖିଛନ୍ତି। ସେତେବେଳେ ତାଙ୍କୁ ୬୧ ବର୍ଷ ବୟସ ହୋଇଯାଇଥିବ। ଅଲିମ୍ପିକ୍ସର ଏହି ସଂସ୍କରଣରେ ସେ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଛନ୍ତି। ଅବଦୁଲ୍ଲା ୧୯୯୬ରେ ଆଟ୍‌ଲାଣ୍ଟାରେ ତାଙ୍କ ଅଲିମ୍ପିକ ଯାତ୍ରା ଆରମ୍ଭ କରିଥିଲେ। ଟୋକିଓରେ ୬ଜଣଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ସେ ୪୬ ଶଟ୍‌ ସହ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପଦକ। ଏହା ପୂର୍ବରୁ ୫ବର୍ଷ ପୂର୍ବେ ୨୦୧୬ ରିଓ ଗେମ୍ସରେ ସେ ଜଣେ ସ୍ବାଧୀନ ଆଥଲେଟ୍‌ ଭାବେ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ସେତେବେଳେ ମଧ୍ୟ ସେ ଜଣାଶୁଣା ଇଂଲିଶ ଫୁଟ୍‌ବଲ କ୍ଲବ ଆର୍ସେନାଲ ଏଫ୍‌ସିର ଜର୍ସି ପରିଧାନ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ। କାରଣ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ବାସନ୍ଦ ହୋଇଥିବାରୁ କୁଏଟ୍‌ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଖୁସି ଜାହିର କରିବା ପରିବର୍ତ୍ତେ ମୋ ମୁଣ୍ଡ ତଳକୁ ହୋଇଯାଇଥିଲା। ଅଲିମ୍ପିକ ପତାକା ଦେଖିବାଲାଗି ମୋର ଆଦୌ ଆଗ୍ରହ ନ ଥିଲା। ମୋ ଦେଶ କୁଏଟ୍‌ର ପତାକା ଦେଖିବାକୁ ଚାହୁଁଥିଲି। ଅବଦୁଲ୍ଲାଙ୍କ ପୁଅ ତଲାଲ ମଧ୍ୟ ଜଣେ ଶୁଟର। ଉଭୟ ଟୋକିଓ ଗେମ୍ସ ଆସିଛନ୍ତି। ବାପ ଓ ପୁଅଙ୍କ ଏହା ଦ୍ୱିତୀୟ ଅଲିମ୍ପିକ୍ସ। ତଲାଲ ଜଣେ ଟ୍ରାପ୍‌ ଶୁଟର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri