ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼.କମ୍ବୁ ପାଣି ସାମନ୍ତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଶିଶୁ ମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ କହିଥିଲେ।
ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ସାମାଜିକ କୁସଂସ୍କାର ଲୋପପାଇବ । ବାଲ୍ୟ ବିବାହ ନିଷେଧ ଏବଂ ଶିଶୁ ମାନେ ମୋବାଇଲ ଅଧିକ ବ୍ୟବହାର ନ କରି ଉଜ୍ଜ୍ୱଳ ଭବିଷ୍ୟତ କିପରି ଗଠନ କରିପାରିବେ ସେ ନେଇ ଅଧ୍ୟକ୍ଷା କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସଭାପତି, ଶିକ୍ଷା ବିକାଶ ସମିତି ଓଡିଶା ଡ଼. ବିନାୟକ ଦାସ ଯୋଗଦେଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଉପରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଟେଲିକମ ବିଭାଗର ସ୍ବାଧୀନ ନିର୍ଦ୍ଦେଶକ ଗୋପୀନାଥ ସାହୁ ଯୋଗଦେଇଥିଲେ। ସ୍ବାଗତ ଭାଷଣ ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା । ଧନ୍ୟବାଦ ପ୍ରଦାନ କରିଥିଲେ ସହ ସମ୍ପାଦକ ଗଙ୍ଗାଧର ଦାସ । କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା। ଶେଷରେ ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


