Posted inଜାତୀୟ

ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ

ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍‌ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ ଗରମ ମାସ ବୋଲି ବିବେଚନା କରାଯାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏଥର ରାଜଧାନୀରେ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏବେ ପ୍ରବଳ ଗରମ ଦିନରେ ଏଠାରେ ମାଘ ମାସର  ଶୀତ ଅନୁଭୂତ ହେଉଛି। ସକାଳେ କୁହୁଡ଼ିର ଏକ ଘନ ଆସ୍ତରଣ ଦେଖିବାକୁ ମିଳିଥିଲା। ମେ’ ସରି ଜୁନ୍‌ ଆରମ୍ଭ ହୋଇଛି। ମାତ୍ର ଲୋକେ ଏସି କୁଲର କିଛି ବ୍ୟବହାର କରିନାହାନ୍ତି। ଜୁନ୍‌ ମାସର ଆଗାମୀ କିଛି ଦିନ ପାଇଁ ଏପରି ପାଣିପାଗ ରହିବ। ପାଣିପାଗ ବିଭାଗ ଅନୁଯାୟୀ, ଜୁନ ପ୍ରାରମ୍ଭରେ ମଧ୍ୟ ବର୍ଷା ହୋଇପାରେ। ଜୁନ ୭ପରେ, ପୁନର୍ବାର ତାପମାତ୍ରାର ଦ୍ରୁତ ବୃଦ୍ଧି ରେକର୍ଡ ହେବ।

ମେ’ ୪ରେ, ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ୪୧ବର୍ଷର ଇତିହାସରେ ମେ’ ମାସରେ ଏହା ସବୁଠାରୁ ଶୀତଳ ସକାଳ ଥିଲା। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨ ମଇ ୧୯୬୯ରେ ରେକର୍ଡ କରାଯାଇଥିଲା। ତା’ପରେ ଏହା ୧୫.୧ଡିଗ୍ରୀ ଥିଲା। କେବଳ ଏତିକି ନୁହେଁ, ବର୍ଷା ମଧ୍ୟ ଏହି ଗ୍ରୀଷ୍ମ ଋତୁରେ ରେକର୍ଡ ଭାଙ୍ଗିଛି।

ପାଣିପାଗ ବିଭାଗ ଅନୁଯାୟୀ, ମେ’ରେ ୧୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ଆରମ୍ଭ ସୁଦ୍ଧା ଦିଲ୍ଲୀରେ ହାରାହାରି ବୃଷ୍ଟିପାତ ୩୦.୭ ମିଲିମିଟର ହୋଇଛି। ଚଳିତ ବର୍ଷ ମେ’ରେ ରେକର୍ଡ ଭାଙ୍ଗିଥିବା ବର୍ଷା ଯୋଗୁ ୨୬୨ ପ୍ରତିଶତ ବୃଦ୍ଧି ପଞ୍ଜୀକୃତ ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମେ’ରେ ହାରାହାରି ୨.୭ ଦିନ ବର୍ଷା ହେଉଛି। ଏଥର ୧୧ଦିନର ବର୍ଷା ରେକର୍ଡ କରାଯାଇଛି । ବର୍ଷା ହେତୁ ଦିଲ୍ଲୀର ହାରାହାରି ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୮୭ ପରଠାରୁ ଏହା ସର୍ବନିମ୍ନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri