ବଦଳିପାରେ ୨୦ ବର୍ଷର ସମୀକରଣ

ପରଜଙ୍ଗ, ୧୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲାର ୨୭ ଜିଲା ପରିଷଦ ଜୋନ୍‌ରୁ ୨୬ଟି କବ୍‌ଜା କରିଛି ବିଜେଡି। ଦଳକୁ ବିପୁଳ ଜନସମର୍ଥନ ମିଳିଛି ସତ, ହେଲେ ପରଜଙ୍ଗ ବ୍ଲକ ସମିତି ଗଠନକୁ ନେଇ ଯେଉଁ ଚିତ୍ର ଆସିଛି, ତାହା ଶାସକ ଦଳକୁ ଚିନ୍ତାରେ ପକାଇଛି। କାରଣ ବ୍ଲକରେ ୨୯ ସମିତିସଭ୍ୟ ପଦବୀ ଥିବାବେଳେ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ମ୍ୟାଜିକ୍‌ ସଂଖ୍ୟା ହେଉଛି ୧୫। ଭାଜପା ଶିବିରରେ ୧୭ ସମିତିସଭ୍ୟ ଥିବାବେଳେ ବିଜେଡି ପାଖରେ ୧୨ ଜଣଙ୍କ ସମର୍ଥନ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ସମିତି ଅଧ୍ୟକ୍ଷ ପଦବୀ ଭାଜପା ଅକ୍ତିଆର କରିବ ବୋଲି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ଦୃଢ଼ୋକ୍ତି ପ୍ରକାଶ କରିବା ପରେ ୨୦ ବର୍ଷର ସମୀକରଣ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଦୀର୍ଘ ୨୦ବର୍ଷ ହେଲା ପରଜଙ୍ଗ ବ୍ଲକ ବିଜେଡି କବ୍‌ଜାରେ ରହିଆସିଛି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ପଞ୍ଚାୟତରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦବୀ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଭାଜପା ସମର୍ଥତ୍ତ ୧୭ ସମିତିସଭ୍ୟ ଅଜ୍ଞାତବାସରେ ଥିବାବେଳେ ୧୨ ତାରିଖରେ ହେବାକୁ ଥିବା ନିର୍ବାଚନ ସମୟରେ ସେମାନେ ସିଧାସଳଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଯଦି ଭାଜପା ସମିତି ଗଠନ କରେ, ତେବେ ଦଳୀୟ ନେତ୍ରୀ ତଥା କଙ୍କଡ଼ାସୋଡ଼ା ପଞ୍ଚାୟତର ବିଜୟୀ ସମିତିସଭ୍ୟା ଶର୍ମିଷ୍ଠା ଦଳବେହେରା ଅଧ୍ୟକ୍ଷା ହେବେ। ଆପାତତଃ ତାଙ୍କ ନାମ ଚୂଡ଼ାନ୍ତ ହୋଇସାରିଥିବା ସନ୍ତୋଷ କହିଛନ୍ତି। ଅପରପକ୍ଷେ ଏ ନେଇ ସମିତି ଗଠନକୁ ନେଇ ବିଜେଡି ନୀରବତା ଅବଲମ୍ବନ କରୁଥିବାରୁ କାହାରି ମତାମତ ମିଳିପାରିନାହିଁ।