Categories: ଗଞ୍ଜାମ

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ
ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ରବିବାର ଆରମ୍ଭ ହୋଇଛି। ସ୍ପଳ୍ପ ମାନସିକଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଛି। ପ୍ରଥମେ ଦଣ୍ଡୁଆମାନେ ଶୁଦ୍ଧପୂତ ଭାବରେ ମା’ କାଳୀଙ୍କୁ ସ୍ମରଣକରି ଧୂଳିଦଣ୍ଡ,ପାଣିଦଣ୍ଡ ଓ ପରେ ଅଗ୍ନିଦଣ୍ଡ ଭାଙ୍ଗି କାଳୀ ଓ ରୁଦ୍ରଙ୍କୁ ଆବାହନ କରିଥିଲେ। ପରେ ଦଣ୍ଡୁଆମାନେ ମାସ୍କ ପିନ୍ଧି ଠାକୁରଙ୍କୁ ଧରି ଢୋଲ ଓ ଝାଞ୍ଜ ବାଦ୍ୟର ତାଳେ ତାଳେ ‘କଳା ରୁଦ୍ର ମଣିଙ୍କୁ ଭଜହେ’ ଡାକ ଦେଇ ସାହି ପରିକ୍ରମା କରିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ନିଜ ଦୁଆରେ ପୂର୍ଣ୍ଣକୁମ୍ଭ ବସାଇବା ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, କେବଳ
ନୀତିକାନ୍ତିରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ବୋଲି ଜଣାପଡିଛି।