Categories: ଫୁରସତ

କଙ୍କଡ଼ା ସହ ମାଙ୍କଡ଼ କରୁଛନ୍ତି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଅନେକ ଗୁଡ଼ିଏ ମାଙ୍କଡ଼ ଛୁଆକୁ ଦେଖିବାକୁ ମିଳୁଛି। ସେମାନେ ଏକ କଙ୍କଡ଼ା ସହ ଖେଳୁଛନ୍ତି। ତଳେ ଥିବା କଙ୍କଡ଼ାଟିକୁ ସେମାନେ ଚାହୁଁଛନ୍ତି। ପରେ ହାତ ଲଗାଇ ଦେଖୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share