Categories: ଫୁରସତ

ପକ୍ଷୀକୁ ଉଦ୍ଧାର ପାଇଁ ମଣିଷ କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପକ୍ଷୀକୁ ଦେଖିବାକୁ ମିଳୁଛି। ପକ୍ଷୀଟି ଏକ ତାରରେ ଲଟକି ରହିଥିବା ବେଳେ ଏରୋପ୍ଲେନ୍‌ରେ ଜଣେ ଆସି ତାକୁ ଉଦ୍ଧାର କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share