ସେଦିନ ପ୍ରାଇଭେଟ୍‌ ପ୍ଲେନ୍‌ରେ…ଶେଫାଳିଙ୍କୁ ନେଇ ସବୁ ଗୁମର ଖୋଲିଦେଲେ ପୂର୍ବତନ ସ୍ବାମୀ

‘କାଣ୍ଟା ଲଗା ଗାର୍ଲ’ ଏବଂ ‘ବିଗ ବସ ୧୩’ ଫେମ ଭାବରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମାତ୍ର ୪୨ ବର୍ଷ ବୟସରେ ଶେଫାଳିଙ୍କ ପରଲୋକ ଘଟିଥିଲା। ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ଅଛନ୍ତି। ଶେଫାଳିଙ୍କ ପୂର୍ବତନ ସ୍ବାମୀ ତଥା ଗାୟକ ହରମିତ୍‌ ସିଂହ ମଧ୍ୟ ଏଥିରେ ଆଘାତ ପାଇଛନ୍ତି। ଏବେ ହରମିତ୍‌ ଶେଫାଳିଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଛନ୍ତି।

ହରମିତ୍‌ ସିଂହ କହିଛନ୍ତି, ସେ କେବେ ଏବଂ କେଉଁଠି ଶେଫାଳି ଜରିୱାଲାଙ୍କ ସହ ଶେଷ କଥାବାର୍ତ୍ତା କରିଥିଲେ। ଏହି ସମୟରେ ଜଣେ ଅଭିନେତ୍ରୀ ମଧ୍ୟ ଉଭୟଙ୍କ ସହିତ ଥିଲେ। ଶେଫାଳିଙ୍କ ମୃତ୍ୟୁ ପରେ, ହରମିତ୍‌ ମୁହଁ ଖୋଲିଛନ୍ତି।

ହରମିତ୍‌ କହିଛନ୍ତି, ମୁଁ ଦୁଇ-ତିନ ବର୍ଷ ପୂର୍ବେ ଏକ ଶୋ’ ପାଇଁ ବାଂଲାଦେଶରେ ଥିଲି। ଶେଫାଳି ଏବଂ ସନି ଲିଓନ ମଧ୍ୟ ସେଠାରେ ଥିଲେ। ଆମେ ତିନିଜଣ ଏକାଠି ଗୋଟିଏ ପ୍ରାଇଭେଟ୍‌ ପ୍ଲେନ୍‌ରେ ଭାରତ ଆସିଥିଲୁ। ମୁଁ ଶେଫାଳିଙ୍କ ପାଖରେ ଥିବା ସିଟ୍‌ରେ ବସିଥିଲି। ସେତେବେଳେ ଆମର ବହୁତ କଥାବାର୍ତ୍ତା ହୋଇଥିଲା। ମୁଁ କିଛି ପାର୍ଟି ଏବଂ କାର୍ଯ୍ୟକ୍ରମରେ ତାଙ୍କୁ ମଧ୍ୟ ଭେଟିଥିଲି। ଏହି ସମୟରେ ଆମେ ପରସ୍ପରକୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲୁ।

ହରମିତ୍‌ ସିଂହ ଏବଂ ଶେଫାଳି ଜରିୱାଲା ୨୦୦୪ରେ ବହୁତ ଧୁମ୍‌ଧାମ୍‌ରେ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଶେଷ ହୋଇଗଲା। ଉଭୟ ଅଭିନେତା ୨୦୦୯ରେ ଛାଡପତ୍ର ନେଇ ସେମାନଙ୍କ ସମ୍ପର୍କ ଶେଷ କରିଥିଲେ। ଶେଫାଳି ହରମିତ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ।

ହରମିତ୍‌ଙ୍କଠାରୁ ଅଲଗା ହେବା ପରେ, ଟିଭି ଅଭିନେତା ପରାଗ ତ୍ୟାଗୀ ଶେଫାଳିଙ୍କ ଜୀବନରେ ପ୍ରବେଶ କରିଥିଲେ। ଏକ ପାର୍ଟି ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏହା ପରେ ଆଲୋଚନା ଏବଂ ସାକ୍ଷାତର ଏକ ଧାରାବାହିକ ଚାଲିଲା। ଶେଷରେ, ପରସ୍ପର ସହିତ ସମୟ ବିତାଇବା ପରେ, ଉଭୟ ୨୦୧୪ରେ ବିବାହ କରିଥିଲେ। କିନ୍ତୁ, ୧୧ ବର୍ଷ ପରେ, ଏହି ସମ୍ପର୍କର ଏକ ଦୁଃଖଦ ଅନ୍ତ ଘଟିଥିଲା। ଶେଫାଳି ଗତ ଜୁନ ୨୭ରେ ହୃଦଘାତରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri