Posted inଜାତୀୟ

ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ କରିଦେଇଛି ସ୍ତବ୍ଧ

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଲଣ୍ଡନ ଅଭିମୁଖେ ୨୪୨ ଜଣଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ଗୁରୁବାର ଅପରାହ୍ନରେ ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରିଉ ସଦସ୍ୟ ଥିଲେ। ୧୧ଏ ନମ୍ବର ସିଟ୍‌ରେ ଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସକୁମାର ଜୀବିତ ଥିବାବେଳେ ଅନ୍ୟ ୨୪୧ ଜଣ ପ୍ରାଣ ହରାଇଥିବା ବିଶ୍ୱାସ କରାଯାଉଛି। ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ବିମାନ ଖସିବା ଫଳରେ ଅନେକ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅପରାହ୍ନ ୧ଟା ୩୮ ମିନିଟ୍‌ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୫ ମିନିଟ୍‌ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଷ୍ଟେଲ କୋଠାରେ ବିମାନଟି ଖସିପଡ଼ିବାବେଳେ ଘଟିଥିବା ବିସ୍ଫୋରଣର ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି। ବିମାନଟି ଛାରଖାର ହୋଇଯାଇଥିବାବେଳେ ଯାଇଛି ପ୍ରାୟ ୨୬୫ ଜୀବନ।

ଅହମଦାବାଦରୁ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଲଣ୍ଡନ ପର୍ଯ୍ୟନ୍ତ ଦୀର୍ଘ ଦୂରତା ଯିବାକୁ ଥିବାରୁ ସେଥିରେ ଇନ୍ଧନ ଭରି ରହିଥିଲା। ତେବେ ଏହା ଉଡ଼ାଣ କରିବା ପରେ ୮୨୫ ଫୁଟ୍‌ରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଉଠିପାରି ନ ଥିଲା। ବିପଦର ସମ୍ମୁଖୀନ ହୋଇଥିବା ନେଇ ପାଇଲଟ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ନିକଟକୁ କଲ୍‌ କରିଥିଲେ। ତେବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରରୁ ବାରମ୍ବାର କଲ୍‌ ସତ୍ତ୍ୱେ କୌଣସି ଜବାବ ମିଳି ନ ଥିଲା। ବିମାନର ଭଗ୍ନାବଶେଷ ହଷ୍ଟେଲ ଡାଇନିଂ ହଲ୍‌ର କାନ୍ଥ ଭେଦ କରି ଲାଖି ରହିଥିବା ଦେଖାଯାଇଛି। ସେତେବେଳେ ହଷ୍ଟେଲ ଟେବୁଲରେ କେତେକ ପ୍ଲେଟ୍‌ରେ ଖାଦ୍ୟ ପରଷା ଯାଇଥିବା ଭିଡିଓରୁ ଦେଖିବାକୁ ମିଳିଛି।
ଅହମଦାବାଦରୁ ଲଣ୍ଡନର ଗାଟଓ୍ବିକ୍‌ ଯାଉଥିବା ବିମାନ ନମ୍ବର ଏଆଇ୧୭୧ରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡୀୟ ଏବଂ ୭ ଜଣ ପର୍ତ୍ତୁଗାଲ ନାଗରିକ ଥିଲେ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କର ଦୁର୍ଘଟଣାରେ ପରଲୋକ ହୋଇଛି। ସେ ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଯାଉଥିଲେ। ଜରୁରୀ ସେବା କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲାବେଳେ ଆହତମାନଙ୍କୁ ହସ୍ପିଟାଲ ନେବା ଲାଗି ୨ ଡଜନରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଅହମଦାବାଦ ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ବ୍ରିଟେନ୍‌ ପ୍ରତିପକ୍ଷ କେଇର ଷ୍ଟାର୍ମରଙ୍କ ସମେତ ବହୁ ବିଶ୍ୱନେତା ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଏହା ଅତ୍ୟନ୍ତ ହୃଦୟ ବିଦାରକ ଦୁଃଖ, ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅହମଦାବାଦ ଯାଇ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ଭୟାବହ ଥିବା ଫଟୋରୁ ସ୍ପଷ୍ଟ ହେଉଛି। ବିମାନ ଯାତ୍ରୀମାନଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ଭାରତରେ ଥିବା ବ୍ରିଟିଶ ହାଇକମିଶନର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବା ସହ ଦୁର୍ଘଟଣାର ତଥ୍ୟ ଜାଣିବା ଓ ସହାୟତା ପ୍ରଦାନ ଦିଗରେ ଉଦ୍ୟମ ଚଳାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ ପାଇଁ ଯାତ୍ରୀ ହେଲ୍ପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ ଜାରି କରାଯାଇଛି। ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ବିମାନ ଚଳାଉଥିବା ପାଇଲଟ କ୍ୟାପ୍‌ଟେନ ସୁମିତ ସଭରଓ୍ବାଲଙ୍କର ୮,୨୦୦ ଘଣ୍ଟାର ଅଭିଜ୍ଞତା ଥିବାବେଳେ ଫାଷ୍ଟ ଅଫିସର କ୍ଲିଭ୍‌ କୁନ୍ଦରଙ୍କର ୧,୧୦୦ ଘଣ୍ଟାର ଅଭିଜ୍ଞତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri