Posted inଜାତୀୟ

ଜୟଶଙ୍କରଙ୍କୁ ସମର୍ଥନ କଲେ ଥରୁର

ନୂଆଦିଲ୍ଲୀ,୩୦।୮: ନିକଟରେ ଚାଇନା ଦ୍ୱାରା ପ୍ରକାଶିତ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର ନିଜ ଅଂଶ ଦର୍ଶାଇଛି। ଏହାକୁ ନେଇ ଭାରତରେ ଅସନ୍ତୋଷ ରହିଛି। ଚାଇନା ଦାବିକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଏହା ନୂଆ କଥା ନୁହେଁ ଏବଂ ଏଭଳି ମ୍ୟାପ୍‌ ଜାରି କରିବା ଚାଇନାର ପୁରୁଣା ଅଭ୍ୟାସ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ଯଦି ଚାଇନା ଏହା କରୁଛି ତେବେ ଆମେ କାହିଁକି କରିପାରିବୁ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଥରୁର କହିଛନ୍ତି, ଭାରତ ମଧ୍ୟ ଏକ ଚୀନ ନୀତିକୁ ସମର୍ଥନ ବନ୍ଦ କରିବା ଉଚିତ୍‌।
ଥରୁର କହିଛନ୍ତି ଯେ, ଚାଇନ ଅରୁଣାଚଳ ପ୍ରଦେଶର ଅଂଶ ଦର୍ଶାଇବାକୁ ଭାରତ ବିରୋଧ କରିଛନ୍ତି। ଚାଇନାର ଏହା ଏକ ପୁରୁଣା ଅଭ୍ୟାସ ବୋଲି ଜୟଶଙ୍କର ଠିକ କହିଛନ୍ତି। ଜୟଶଙ୍କରଙ୍କ ମଧ୍ୟ ଏହି ଅଭ୍ୟାସ ଅଛି ଯେ ସେ ଆମର ବିରୋଧକୁ ଅଣଦେଖା କରନ୍ତି, ତେବେ ଆମେ ଏହି ବିଷୟକୁ ଏଠାରେ ଛାଡିଦେବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଚାଇନା ପକ୍ଷରୁ ଜାରି ନୂଆ ମାନଚିତ୍ରରେ ଭାରତୀୟ ଭୂଖଣ୍ଡକୁ ନିଜର ଦାବି କରିବା ବିଷୟକୁ ମଙ୍ଗଳବାର ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଏଭଳି ମ୍ୟାପ୍‌ ଜାରି କରିବା ଚାଇନାର ପୁରୁଣା ଅଭ୍ୟାସ। ଅନ୍ୟ ଦେଶଗୁଡ଼ିକର ଭୂଖଣ୍ଡକୁ ନିଜ ମାନଚିତ୍ରରେ ସାମିଲ କରିଦେଲେ ତାହା ଚାଇନାର ହୋଇଯିବ ନାହିଁ। ଆମ ଦେଶର ଅଞ୍ଚଳକୁ ନେଇ ଆମ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ନିକଟରେ ଦକ୍ଷିଣର ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ପରସ୍ପରକୁ ଭେଟିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ଆଗରେ ମୋଦି ଭାରତ-ଚାଇନା ସୀମାନ୍ତ ଓ୍ବେଷ୍ଟର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଅମୀମାଂସୀତ ବିବାଦ ପ୍ରସଙ୍ଗ ଉଠାଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ସ୍ବାଭାବିକ କରିବାକୁ ହେଲେ ଏଲ୍‌ଏସିରୁ ଯୁଦ୍ଧକାଳୀନ ଭିତ୍ତିରେ ସୈନ୍ୟ ପ୍ରତ୍ୟାହାର ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ। ଏହାସତ୍ତ୍ୱେ ଚାଇନା ନୂଆ ମାନଚିତ୍ର ଜାରି କରି ବିବାଦୀୟ ସ୍ଥିତି ଉପୁଜାଇବା ଦୁର୍ଭାଗ୍ୟଜନକ ବୋଲି ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri