ରାଜଧାନୀରେ ଥାର୍‌ ଆତଙ୍କ: ସ୍କୁଟିକୁ ଘୋଷାରି ଦୋକାନ ଭାଙ୍ଗିଲା

ଭୁବନେଶ୍ୱର,୨୦ା୧୦(ସତ୍ୟଜିତ ରାଉତ): ରାଜଧାନୀରେ ପୁଣି ଥାର୍‌ ଆତଙ୍କ ଦେଖିବାକୁ ମିଳିଛି। ଲକ୍ଷ୍ମୀସାଗର ଝାରପଡା କେନାଲ ରୋଡରେ ଏକ ଥାର୍‌ (ନଂ.ଓଡି୩୩ଏଟି୧୨୩୩) ଦ୍ରୁତଗତିରେ ଆସି ଦୁର୍ଘଟଣା ଘଟାଇଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏକ ସ୍କୁଟି କ୍ଷତି ଗ୍ରସ୍ତ ହୋଇଛି।

ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟିକୁ ଥାର୍‌ ଘୋଷାରି ନେବା ସହ ଏକ ଝୁମ୍ପୁଡି ଦୋକାନକୁ ଭାଙ୍ଗି ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଥାର୍‌ଟି ଝାରପଡା କେନାଲ ରୋଡ ହୋଇ ବଡ଼ଗଡ କେନାଲ ରୋଡ ଅଭିମୁଖେ ଆସୁଥିଲା।

ଚାଳକ ଜଣକ ଝାରପଡା କେନାଲ ରୋଡରୁ ପାଣିଟାଙ୍କି ରୋଡ ଆଡକୁ ଗାଡିକୁ ବୁଲାଉଥିବା ବେଳେ ଭାରସାମ୍ୟ ହରାଇ ବସିଥିଲେ। ରାସ୍ତାରେ ଥିବା ସ୍କୁଟିକୁ ଘୋଷାରି ନେବା ସହ କେନାଲ ରାସ୍ତାରେ ଥିବା ଏକ ଛୋଟ ଦୋକାନ ଭିତରେ ପଶିଯାଇଥିଲା। ସୌଭାଗ୍ୟବଶଃତ ସ୍କୁଟି ଉପରେ କେହି ନ ଥିବା ବେଳେ ଉକ୍ତ ଦୋକାନ ମଧ୍ୟ ବନ୍ଦ ଥିଲା। ପାଲ ଓ ବାଉଁଶରେ ପ୍ରସ୍ତୁତ ଦୋକାନରେ କେହି ଜଳଖିଆ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି। ଦୁର୍ଘଟଣା ବେଳେ ସ୍ଥାନୀୟ ଲୋକଙ୍କ ମନରେ ଭୟ ଖେଳିଯାଇଥିଲା। ଲକ୍ଷ୍ମାସାଗର ଥାନା ପୋଲିସ ଉକ୍ତ ଥାର୍‌କୁ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

ଓଡ଼ିଶାରେ ସରିଯିବ କି ଗ୍ୟାସ? ଜାଣନ୍ତୁ କ’ଣ କହିଲେ ବିଧାୟକ

ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ…

ଆର୍‌ଏନ୍‌. ରବି ପଶ୍ଚିମବଙ୍ଗର ୨୨ତମ ରାଜ୍ୟପାଳ ଭାବେ ନେଲେ ଶପଥ

କୋଲକାତା,୧୨।୩: କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୁଜୟ ପାଲ୍‌ କୋଲକାତାସ୍ଥିତ ଲୋକଭବନରେ ଆର୍‌.ଏନ୍‌. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି। ଶପଥ ପାଠ…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri