Posted inଜାତୀୟ

ସାବାସ୍‌ ଶାଲିନି

ଭୋପାଳ,୧୩।୧୧: ମଧ୍ୟପ୍ରଦେଶର ମହିଳା କନଷ୍ଟେବଳ ଶାଲିନି ଚୌହାନ ଇନ୍ଦୋରର ଗାନ୍ଧୀ ମେମୋରିଆଲ୍‌ ମେଡିକାଲ କଲେଜରୁ ଏକ ରାଗିଂ ଗ୍ୟାଙ୍ଗ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏ ପ୍ରକାର ସ୍ବତନ୍ତ୍ର ମିଶନରେ ଶାଲିନିଙ୍କ କାର୍ଯ୍ୟକରିବା ପ୍ରଣାଳୀକୁ ଲୋକେ ପସନ୍ଦ କରିବା ସହ ଅନେକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କଲେଜ କ୍ୟାମ୍ପସରେ ଏକାଧିକ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ଏ ସମ୍ପର୍କିତ ପ୍ରମାଣ ସଂଗ୍ରହ କରିବା ସକାଶେ ଶାଲିନିଙ୍କୁ ଅଣ୍ଡରକଭର୍‌ କପ୍‌ ଭାବେ କଲେଜକୁ ପଠାଯାଇଥିଲା। ୨୪ ବର୍ଷୀୟା ମହିଳା କନଷ୍ଟେବଳ ପାଖାପାଖି ୩ ମାସ ଧରି କଲେଜକୁ ବ୍ୟାଗ୍‌ରେ ବହି, ଖାତା ଧରି ଜଣେ ଛାତ୍ରୀ ଭାବେ ଯାଉଥିଲେ। ଅନ୍ୟ ଷ୍ଟୁଡେଣ୍ଟଙ୍କ ପରି କ୍ଲାସ ସହିତ କ୍ୟାଣ୍ଟିନରେ ଖଟି ମଧ୍ୟ କରୁଥିଲେ। ରାଗିଂ ସମ୍ପର୍କରେ ପ୍ରମାଣ ହାସଲ ପାଇଁ ଶାଲିନି ଅନ୍ୟ ଛାତ୍ରୀଛାତ୍ରଙ୍କ ସହ ପ୍ରଥମେ ଭଲଭାବେ ମିଶି ତାଙ୍କ ବିଶ୍ୱାସଭାଜନ ହେଉଥିଲେ। ୩ ମାସର ଅଣ୍ଡରକଭର ଅପରେଶନ୍‌ରେ ଶାଲିନିଙ୍କ ହାତକୁ ବହୁ ପ୍ରମାଣ ଆସିଥିଲା। କ୍ୟାମ୍ପସ୍‌ରେ ରାଗିଂ କରୁଥିବା ୧୧ ଛାତ୍ରୀଛାତ୍ରଙ୍କୁ ସେ ଚିହ୍ନଟ କରିଥିଲେ। ସେମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ହସ୍ତଗତ ହେବାପରେ ସମ୍ପୃକ୍ତ ଷ୍ଟୁଡେଣ୍ଟଙ୍କୁ କଲେଜ ଓ ହଷ୍ଟେଲରୁ ନିଲମ୍ବନ କରାଯାଇଛି।
ଏହି ଅଣ୍ଡରକଭର ଅପରେଶନ୍‌ ସମ୍ପର୍କରେ ବରିଷ୍ଠ ଇନ୍‌ସ୍ପେକ୍ଟର ତେହଜିବ କାଜି କହିଛନ୍ତି, କଲେଜ କ୍ୟାମ୍ପସରେ ରାଗିଂ ନେଇ ଥାନାକୁ ଏକାଧିକ ଅଭିଯୋଗ ଆସିଥିଲା। କିନ୍ତୁ ଅଭିଯୋଗ କରୁଥିବା ଷ୍ଟୁଡେଣ୍ଟ ଡରରେ ନର୍ଦ୍ଦିଷ୍ଟ ଭାବେ କୌଣସି ସିନିୟର୍‌ଙ୍କ ନାଁ କହୁ ନ ଥିଲେ। ଅନ୍ୟପକ୍ଷେ ପୋଲିସକୁ ଦେଖି ରାଗିଂର ଶିକାର ହୋଇଥିବା ଛାତ୍ରୀଛାତ୍ର ଭୟଭିତ ହୋଇଯାଉଥିଲେ। ଏହି କାରଣ ପାଇଁ ପୋଲିସକୁ ଏ ମାମଲାରେ ସଫଳତା ମିଳିପାରୁ ନ ଥିଲା। ସେଥିପାଇଁ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଏହି ଅଣ୍ଡରକଭର ଅପରେଶନ୍‌ ଆରମ୍ଭ କରାଯାଇଥିବା ତେହଜିବ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri