Categories: ଫୁରସତ

କର୍ମଚାରୀଙ୍କୁ ୮ ଲକ୍ଷ ଟଙ୍କାର ଥ୍ୟାଙ୍କ୍‌ ୟୁ ବୋନସ୍‌

ୱାଶିଂଟନ: ଅନେକ ଅନୁଷ୍ଠାନର ଲାଭ ହେଲେ ଅନୁଷ୍ଠାନ ପ୍ରତିଷ୍ଠାତା ଖୁସି ହୋଇ ତାଙ୍କ କର୍ମଚାରୀଙ୍କୁ ବୋନସ୍‌ ଦେଇଥାନ୍ତି। ହେଲେ ନିକଟରେ ଆମେରିକାର ଏକ କମ୍ପାନୀ ତାଙ୍କ କର୍ମଚାରୀଙ୍କ ଥ୍ୟାଙ୍କ୍‌ ୟୁ ବୋନସ୍‌ ଦେଇଛନ୍ତି। ଯେଉଁଥିପାଇଁ କର୍ମଚାରୀମାନେ ତାଙ୍କ ବସ୍‌ଙ୍କୁ ବିଶ୍ୱର ସବୁଠୁ ଭଲ ବସ୍‌ ବୋଲି କହିଛନ୍ତି। ଆମେରିକାରେ ସାରା ବ୍ଲାକେଲିଙ୍କ ଏକ କମ୍ପାନୀ ରହିଛି। ସେ ନିକଟରେ ତାଙ୍କ କର୍ମଚାରୀଙ୍କ ପାଇଁ ଟଙ୍କାର ବର୍ଷା କରିଛନ୍ତି। କାରଣ ତାଙ୍କ କମ୍ପାନୀ ସ୍ପାନ୍‌ସ୍କ ନିକଟରେ ୯ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କମ୍ପାନୀ ହୋଇଛି। ସାରା ତାଙ୍କର ଏହି କମ୍ପାନୀକୁ ୪ ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ। ନିକଟରେ ସେ କର୍ମଚାରୀଙ୍କୁ ଥ୍ୟାଙ୍କ୍‌ ୟୁ ବୋନସ୍‌ ଦେଇଛନ୍ତି। ସେ ଖୁସି ହୋଇ କର୍ମଚାରୀଙ୍କୁ ୮ ଲକ୍ଷ ଟଙ୍କା ସହିତ ୨ଟି ଫାଷ୍ଟ କ୍ଲାସ୍‌ ବିମାନ ଟିକେଟ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି, ଯାହାଫଳରେ ସେମାନେ ବୁଲିବାକୁ କୌଣସି ବି ସ୍ଥାନକୁ ଯାଇପାରିବେ। ତେବେ ସାରାଙ୍କ କମ୍ପାନୀ ସ୍ପାନ୍‌ସ୍କ ପ୍ରାୟ ୫୦ଟି ଦେଶକୁ ତା’ ପ୍ରଡକ୍ଟ ବିକ୍ରି କରୁଛି। ସେ ଆମେରିକାରେ ରହୁଥିବାବେଳେ ତାଙ୍କ ସ୍ବାମୀ ଏକ ପ୍ରାଇଭେଟ୍‌ ଜେଟ୍‌ର ସହସମ୍ପାଦକ ଅଛନ୍ତି।

Share