‘ଯବାନ’ରେ ଏହି ସାଉଥ୍ ସୁପରଷ୍ଟାରଙ୍କ ସହ ଧମାକା କରିବେ ଶାହାରୁଖ!

ମୁମ୍ବାଇ: ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି କିଙ୍ଗ ଖାଁ । ୨୦୨୩ରେ ହେବ ତାଙ୍କର ଧମାକାଦାର ଏଣ୍ଟ୍ରି । କାରଣ ୨୦୨୩ରେ ଶାହାରୁଖଙ୍କର ଏକକାଳୀନ ପ୍ରାୟ ୩ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏବେ ଅଭିନେତା ପଠାନ, ଜବାନ ଓ ଡଙ୍କି ସହ ସିଲଭର ସ୍କ୍ରିନକୁ ଫେରିବେ ବୋଲି ପାଗ ଭିଡିଛନ୍ତି ।
ତେବେ ୨୦୨୩ରେ ସିନେମା ହଲରେ ସର୍ବ ପ୍ରଥମେ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ରିଲିଜ ହେବ । ଏହା ବ୍ୟତୀତ ଅଭିନେତା ଯବାନକୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଶୁଣିବାକୁ ମିଳିଥିଲା କି ଏହି ଫିଲ୍ମର ନିର୍ଦ୍ଦେଶନା ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଟଲି ଥିବା ବେଳେ ତେଲଗୁ ସୁପରଷ୍ଟାର ଥଲାପତି ବିଜୟ ଏହାର ଅଂଶ ରହିଛନ୍ତି । ତେବେ ଥାଲାପତି ବିଜୟ ଏ ନେଇ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି । ଏବେ ଏହି ଖବର ଉପରେ ପୁଣି ରଙ୍ଗ ଢାଲିଛି ସୋସିଆଲ ମିଡିଆ । ଏହାକୁ ଦେଖି ନିର୍ଦ୍ଦେଶକ ଏଟଲି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶାହାରୁଖ ଖାଁ ଓ ଥାଲାପତି ବିଜୟଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଏବେ ଅନୁମାନ କରାଯାଉଛି କି ଥାଲାପତି ବିଜୟଙ୍କ ସହ ଶାହାରୁଖ ଫିଲ୍ମ ‘ଯବାନ’ରେ ଧମାଲ କରିବାକୁ ଯାଉଛନ୍ତି ।

Share