ଠାକୁରଙ୍କ ଜନ୍ମଦିବସରେ ବିଶ୍ୱ ଭାତୃତ୍ୱର ବାର୍ତ୍ତା

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟସ୍ଥିତ ଡିଭାଇନ ୟୁନିଭରସିଟି ସତ୍‌ସଙ୍ଗ ପକ୍ଷରୁ ୧୪ ତାରିଖ ଦିନ ଶ୍ରୀଶ୍ରୀ ଠାକୁରଙ୍କର ଜନ୍ମ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶାରୁ ସମଗ୍ର ପୃଥିବୀକୁ ମାନବିକତା, ପରିବେଶ ସଚେତନତା ଓ ବିଶ୍ୱ ଭାତୃତ୍ୱ ଏବଂ ସୁରକ୍ଷାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବରେ ରଥାରୁଢ଼ ସୁଶୋଭିତ ଶ୍ରୀଶ୍ରୀ ଠାକୁରଙ୍କର ପ୍ରତିକୃତି ଓ ଶ୍ରଦ୍ଧାଳୁଙ୍କ ମଶାଲ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ପୁରସ୍କାର ବିତରଣ, ଭଜନ କିର୍ତ୍ତନ, ଗ୍ରନ୍ଥପାଠ, ପ୍ରାର୍ଥନା, ନାମଜପ ଓ ଧ୍ୟାନ, ଆଲୋଚନାଚକ୍ର, ଖେଳକୁଦ, ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ସମାଜସେବୀ ଜୟକୃଷ୍ଣ ଜେନା, ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଜେନା, ସତସଙ୍ଗ ସହପ୍ରତି ରିତିକ ବୁଦ୍ଧିମନ୍ତ ସାହୁ, କ୍ରୀଡା ଶିକ୍ଷକ ରମେଶଚନ୍ଦ୍ର ସାହୁ, ଜେସିଓ ଦେବାଶିଷ ଜେନା, ଯୋଗଗୁରୁ ଦିଲୀପ କୁମାର ଶତପଥୀ, ସରପଞ୍ଚ ପ୍ରଣୟିନୀ ଜେନା, ଶିକ୍ଷାବିତ ଭରତଚନ୍ଦ୍ର ସାହୁ, କୃଷିବିତ୍‌ ସନାତନ ମହାନ୍ତି, ପାଇକ ଦଳପତି ଧନେଶ୍ୱର ଧଳ ପ୍ରମୁଖ ଯୋଗଦେଇ ସତସଙ୍ଗ ପତାକା ଉତୋଳନ କରିବା ସହିତ ସତସଙ୍ଗ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସାଧୁ ସଦାନନ୍ଦ ମହାରାଜ, ବ୍ରହ୍ମାକୁମାରୀ ଉଷା, ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ଗ୍ରାମ୍ୟ ଆଚାର୍ଯ୍ୟ ପ୍ରଭାତ କୁମାର ସାହୁ, ସମାଜସେବୀ ବିଶ୍ୱପ୍ରିୟ ପଟ୍ଟନାୟକଙ୍କ ସମେତ ନାରାୟଣ ଦାସ, ଡ. ମାନସୀ କର, କୈଳାସଚନ୍ଦ୍ର ରାଉତ, ସୁବାସ ଚନ୍ଦ୍ର ହୋତା, ଡ. ଜୟଶ୍ରୀ ସିଂ, ଡ. ଚନ୍ଦନ ସୁବୁଦ୍ଧି, ଟଙ୍କଧର ବେହେରା, ବାହାଦୁର ପାଟସାହାଣୀ, ମହାବୀର ପ୍ରସାଦ ତ୍ରିପାଠୀ, ଉପମା ସାମଲ, ଅଜିତାନନ୍ଦ ବିହାରୀ, ତାହେରଅଲୀ ଖାଁ, ରବି ନତାୟ ଦାସ, ପରେଶ କୁମାର ସାହୁ, ପ୍ରକାଶ କୁମାର ମଲ୍ଲିକ, ବାଲାରସେନ ପାଢୀ, ନବକିଶୋର ଧଳ, ଅକ୍ଷୟ କୁମାର ଜେନା, ଡ. ହରପ୍ରସାଦ ସାହୁ, ନିରଞ୍ଜନ ବେହେରା, ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri