୨୦ ଦିନରେ ଠାକୁରାଣୀ ଯାତ୍ରା: ଶାଶୁଘର ଯୋଗାଡ ଭାରରେ ମା’ କଲେ ସାବିତ୍ରୀ ବ୍ରତ

ପୁରୁଷୋତ୍ତମପୁର,୨୬।୫( ସିମାଞ୍ଚଳ ମିଶ୍ର): ବେଶ ଆଡ଼ମ୍ବର ସହକାରେ ଚାଲିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରଶିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଆଜି ଅମବାସ୍ୟା ଯୋଗୁ ମା’ଙ୍କ ଅସ୍ଥାୟୀ ମନ୍ଦିରରେ ପ୍ରବଳ ଭିଡ ଜମିଛି। ଏଥିରେ ମା’ କନକା ଠାକୁରାଣୀ ତାଙ୍କ ପରିବାର କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀଙ୍କୁ ସଙ୍ଗରେ ନେଇ ଦୀର୍ଘ ଦୁଇବର୍ଷ ପରେ ବାପଘରେ ହେଉଥିବା ଯାତ୍ରାକୁ ଆସିଛନ୍ତି। ହେଲେ ବହୁଦିନ ପରେ ଝିଅଟି ବାପଘରକୁ ଆସିଲେ ଯେପରି ଶାଶୁଘରକୁ ଶୀଘ୍ର ଫେରିଯିବାକୁ ପଛଘୁଞ୍ଚା ଦେଇଥାଏ ଠିକ ସେହିପରି ଠାକୁରାଣୀ ମଧ୍ୟ ଶାଶୁଘରକୁ ନ ଫେରି ବାପଘରେ ରହିଯାଇଛନ୍ତି।

ଏଭଳି ସ୍ଥିତିରେ ସୋମବାର ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ମା’ ଶାଶୁଘର ଛାଡି ବାପଘରକୁ ଚାରି ଦିନ ପାଇଁ କହି ଆସିଥିବାବେଳେ ଆଜକୁ ଦୀର୍ଘ ୧୯ ଦିନ ବିତିଥିଲେ ସୁଦ୍ଧା ଫେରିନାହାନ୍ତି। ଫଳରେ ଶାଶୁ ଘର ଖାଲିଖାଲି ହୋଇପଡିଛି। ଏଣୁ ମା’ଙ୍କୁ ଡାକିନେବା ସହ ସାବିତ୍ରୀ ଅମାବାସ୍ୟା ଲାଗି ଲାଗି ମା’ଙ୍କ ପାଇଁ ଯୋଗାଡଭାର ଧରି କନକାସାହିରୁ ଶାଶୁ ଘର ଲୋକେ ରବିବାର ରାତ୍ରରେ ଅସ୍ଥାୟୀ ମନ୍ଦିରକୁ ଆସିଛନ୍ତି। ଏଥିରେ ସାବିତ୍ରୀ ବ୍ରତର ନୀତି ନିୟମ ପରମ୍ପରା ପ୍ରକାରେ ଶାଢ଼ୀ, ଚୁଡ଼ି, ଆମ୍ବ, ପଣସ ଭଳି ଅନେକ ପୂଜା ସାମଗ୍ରୀ ଆଣି ମା’ଙ୍କୁ ଦେଇଥିଲେ। ଏହି ଯେଗାଡ ଭାରରେ ଅମବାସ୍ୟା କରି ଶୀଘ୍ର ଶାଶୁ ଘରକୁ ଫେରିଆସିବା ନିମନ୍ତେ ମା’ଙ୍କୁ ଅନୁରୋଧ କରିଥିଲେ। ଆଉ ଶାଶୁଘରୁ ଆସିଥିବା ସେହି ଯୋଗାଡ ଭାରରେ ହିଁ ମା’ ଆଜି କରିଛନ୍ତି ସାବିତ୍ରୀ ବ୍ରତ। ଏହାକୁ ନେଇ ଏଠାରେଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଛି।

ଭକ୍ତମାନେ ଆସି ମା’ଙ୍କ ଦର୍ଶନ କରି ଆର୍ଶୀବାଦ ନେବାରେ ଲାଗିଛନ୍ତି। ପ୍ରତ୍ୟହ ସନ୍ଧ୍ୟାରେ ଘଟ ପରିକ୍ରମା ହେଉଛି। ମାତ୍ର ଭଗବାନଙ୍କ ରହିଥିବା ସଭ୍ୟତା ପ୍ରତିଫଳନକୁ ଦେଖିବାକୁ ମିଳୁଛି, ଯାହାକି ଘଟ ପରିବହନ କରୁଥିବା ବଞକ୍ତିଙ୍କ ମସ୍ତକରୁ ଆପେ ଆପେ ଘଟଟି କିପରି ଡେଇଁ ପୂଜକଙ୍କ ହାତକୁ ଆସୁଛି। ତାହା ଏଠାରେ ମୁଖ୍ୟ ଆକର୍ଶଣ ପାଲଟିବା ସହ ଭକ୍ତି ଓ ଧାର୍ମିକର ଭାବନାକୁ ଦ୍ବିଗୁଣିତ କରିପକାଉଛି। ଯାତ୍ରା ଲାଗି ସମଗ୍ର ସହର ଉସବମୁଖର ହୋଇପଡିବା ସାଙ୍ଗକୁ ମାନସିକଧାରୀଙ୍କ ବେଶଭୂଷା ମନୋରମ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri