ଥଇଥାନ ଧର୍ମକୁ ଆଖିଠାର

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା ସହରକୁ ସରସ ସୁନ୍ଦର କରିପାରୁଛି ନା ଲୋକମାନଙ୍କୁ ଉପକୃତ କରୁଛି ବୋଲି ରାଉରକେଲା ଡିଏଭି ଛକ ଜେଲରୋଡ ଭେଣ୍ଡିଂ ଜୋନ-୨ର ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ଗରିବ ଖୁଚୁରା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଟ୍ରାଫିକ ସମସ୍ୟା ସମାଧାନ, ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ରାଉରକେଲା ଜେଲ୍‌ ରୋଡ ରାସ୍ତାକଡରେ ଭେଣ୍ଡିଂ ଜୋନ-୨ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ମୋଟ ୧୩୦ କ୍ୟାବିନ ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୮ଟି କ୍ୟାବିନ ଖୋଲାଯାଉଛି। ଏହି ଥଇଥାନ କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ଆମିଷ ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର କ୍ୟାବିନ ନିର୍ମାଣ ହୋଇଥିଲେ ମଧ୍ୟ ଆମିଷ ବ୍ୟବସାୟୀ ଥଇଥାନ ହୋଇପାରିନାହାନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ସ୍ମାର୍ଟସିଟି ପକ୍ଷରୁ ସ୍ମାର୍ଟସହର ପାଇଁ ଯେଉଁ ପ୍ରକାର ଭେଣ୍ଡିଂ ଜୋନ ନିର୍ମାଣ ହୋଇଛି ତାହା ଅତ୍ୟନ୍ତ ଦୟନୀୟ। ଦୋକାନମାନଙ୍କରେ ସର୍ଟର ନ ଲଗାଇ ଚଦର କବାଟ ଲଗାଇ ଦିଆଯାଇଛି। ଫଳରେ ଦୋକାନ ଖୋଲିବା ବେଳେ କବାଟ ପାର୍ଶ୍ୱସ୍ଥ ଦୋକାନୀଙ୍କୁ ସମସ୍ୟା ହେଉଛି। ଏହାବ୍ୟତୀତ ଆରଏମସି ପକ୍ଷରୁ ସଫେଇ ମଧ୍ୟ ହେଉନାହିଁ। ଭେଣ୍ଡିଂ ଜୋନ ସମ୍ମୁଖରେ ବେଆଇନ ଦୋକାନ ଖୋଲା ହେଉଛି । ଏହାଦ୍ୱାରା ଭେଣ୍ଡିଙ୍ଗ ଜୋନ ଦୋକାନୀଙ୍କ କାରବାର ପ୍ରଭାବିତ ହେଉଛି। ସେହିପରି ଉଚ୍ଛେଦ ହୋଇଥିବା ଖୁଛୁରା ଦୋକନୀଙ୍କୁ ଭେଣ୍ଡିଙ୍ଗ ଜୋନରେ ଦୋକାନ ଖୋଲିବା ପ୍ରମାଣପତ୍ର ପ୍ରଦାନରେ ମଧ୍ୟ ଅହେତୁକ ବିଳମ୍ବ କରାଯାଉଛି। ତୁରନ୍ତ ଭେଣ୍ଡିଙ୍ଗ ଜୋନ ସମ୍ମୁଖରେ ଖୋଲା ଯାଇଥିବା ଦୋକାନ ଉଚ୍ଛେଦ କରାଯିବା ସହ ରକ୍ଷଣାବେକ୍ଷଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ଭାଗିରଥି ଧଳ, ସୁକାନ୍ତୀ ମଲ୍ଲିକ, ସସ୍ମିତା ନାୟକ, ଉତ୍ତମ ଦାସ, ଏସ୍‌. କେ. ମୁସ୍ତାଜ ଅଲ୍ଲୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ଜେଲ ରୋଡ୍‌ର ୧୦୦ ମିଟର ରାସ୍ତା ନିକଟରେ ଖୋଲିଥିବା ଖୁଚୁରା ଦୋକାନୀମାନଙ୍କୁ ଥଇଥାନ ପାଇଁ ଭେଣ୍ଡିଂ ଜୋନ-୨ ନିର୍ମାଣ କରାଯାଇଛି। ପ୍ରମାଣପତ୍ର ଆଧାରରେ ପର୍ଯ୍ୟାୟ କ୍ରମେ ଲଟେରୀ ମାଧ୍ୟମରେ ଦୋକାନୀମାନଙ୍କୁ ଥଇଥାନ ବ୍ୟବସ୍ଥା ଚାଲିଛି। ଭେଣ୍ଡିଂ ଜୋନ ସମ୍ମୁଖରେ ଥିବା ଦୋକାନୀଙ୍କୁ ହଟାଯିବା ସହିତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri