ବ୍ୟାଙ୍କକ୍, ୧୨ା୫: ଟପ୍ ସିଡ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ବିଶ୍ୱର ୪ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୬୪ ମିନିଟରେ ଇଣ୍ଡୋନେସିଆର ମୁହ ପୁତ୍ର ଏରଓ୍ବଆନସ୍ୟା ଓ ବାଗାସ ମୌଲାନାଙ୍କୁ ୨୧-୧୯, ୨୧-୨୩ ଓ ୨୧-୧୦ରେ ପରାସ୍ତ କରିଛନ୍ତି।
ସେମାନେ ପରବର୍ତ୍ତୀ ରାଉଣ୍ଡରେ ମାଲେସିଆର ବ୍ରିଆନ ଜେରେମି ଗୁନ୍ଟିଙ୍ଗ ଓ ମହମ୍ମଦ ହାଇକାଲଙ୍କୁ ଭେଟିବେ। ପୂର୍ବରୁ ମାଲେସିଆର ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲି’ ଜି ଜିଆ ଏକ କ୍ୱାଲିଫାଇଂ ମ୍ୟାଚରେ ଭାରତର ମାନବ ଚୌଧରୀଙ୍କୁ ୨୧-୧୯, ୨୧-୧୮ରେ ହରାଇ ଦେଇଥିଲେ।
ମିକ୍ସଡ ଡବଲ୍ସ କ୍ୱାଲିଫିକେଶନରେ ଭାରତ ଏମ୍ ଜଗଲାନ ଓ ଏଲ୍ ଜଗଲାନ ଚାଇନିଜ ତାଇପେର ତିସାଇ ଫୁ ଚେଙ୍ଗ୍ ଓ ସଙ୍ଗ ୟୁ ହୁୁଆନଙ୍କଠାରୁ ୧୧-୨୧, ୧୮-୨୧ରେ ପରାଜିତ ହୋଇଥିବା ବେଳେ ମହିଳା ସିଙ୍ଗଲ୍ସ କ୍ୱାଲିଫିକେଶନରେ ଥାଇଲାଣ୍ଡର ଓ୍ବାଇ କେଟ୍କ୍ଲିଙ୍ଗ ଭାରତର ଏ. ଶାହାପୁରକାରଙ୍କୁ ୨୧-୫, ୨୧-୭ରେ ହରାଇ ଦେଇଛନ୍ତି।