ବିଜ୍ଞାପନ ପ୍ରକାଶ ନ ପାଇ ଟିଜିଟି ବିଜ୍ଞାନ ଶିକ୍ଷକ ନିଯୁକ୍ତି

ନବରଙ୍ଗପୁର,୧୮ା୧୨(ବି.ପ୍ର.): ନିଯୁକ୍ତି ପାଇଁ ଶିକ୍ଷିତ ଯୁବତୀ ଯୁବକ ଚାହିଁ ବସିଛନ୍ତି। ଜିଲାଭିତ୍ତିକ ନିଯୁକ୍ତି ନ ଥିବାରୁ ରାଜ୍ୟ ବାହାରକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନବରଙ୍ଗପୁର ଜିଲାରେ ଦୁର୍ନୀତି କରାଯାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଡିଇଓ ଠିକା ଭିତ୍ତିକ ଟିଜିଟି ବିଜ୍ଞାନ ଶିକ୍ଷୟିତ୍ରୀ ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଏଭଳି ପଦବୀ ପୂରଣ ନେଇ କୌଣସି ବିଜ୍ଞାପନ ପ୍ରକାଶ ନ ପାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏମିତିକି ଯୋଗ୍ୟତା ନ ଥାଇ ରାଜ୍ୟ ବାହାରେ ଶିକ୍ଷାଲାଭ କରିଥିବା ଜଣେ ଅବେଦନକାରୀଙ୍କୁ ବେନିୟମ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀଙ୍କ ପ୍ରତି ଅନୁକମ୍ପା ପଛରେ କିଭଳି ସ୍ବାର୍ଥ ରହିଛି ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ନବରଙ୍ଗପୁର ଜିଲା ଶିକ୍ଷା ବିଭାଗ ଦ୍ୱାରା ଜିଲାର ୧୦ ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ୨୦୨୨ ମେ ୨୦ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍‌ ୪ ମଧ୍ୟରେ ଆବେଦନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଥିଲା। ତେବେ ଏଥିରେ ଟିଜିଟି ବିଜ୍ଞାନ ପାଇଁ କୌଣସି ପଦବୀ ସୃଷ୍ଟି କରାଯାଇ ନ ଥିଲା। ଜିଲାର ରାଇଘର ବ୍ଲକ ଗଞ୍ଜାପାରା ସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ଜଣେ ପ୍ରିନ୍ସିପାଲ, ଟିଜିଟି ଇଂଲିଶ, ଟିଜିଟି ସଂସ୍କୃତ, ଓ ମ୍ୟୁଜିକ୍‌ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନବରଙ୍ଗପୁର ସହରର ତନୁ ଜୈନଙ୍କୁ ଡିସେମ୍ବର ୧ ରେ ଟିଜିଟି ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ତନୁ ଜୈନ ତାଙ୍କ ଆବେଦନପତ୍ରରେ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବୀ ପାଇଁ ବୋଲି ଉଲ୍ଲେଖ ରହିଛି। କେଉଁ ବର୍ଗର ଶିକ୍ଷକ ପାଇଁ ତହା କୌଣସି ସ୍ଥାନରେ ଉଲ୍ଲେଖ ମଧ୍ୟ କରି ନାହିଁ। ତନୁ ଏମ୍‌ଏ ବିଏଡ୍‌ ଡିଗ୍ରୀ ହାସଲ କରିଥିବା ବେଳେ ଟିଜିଟି ବିଜ୍ଞାନ ପଦବୀରେ କିଭଳି ନିଯୁକ୍ତି ପାଇଲେ ସେ ନେଇ ପ୍ରଶ୍ନ ଉଠିଛି। ତନୁ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିବେକାନନ୍ଦ କଲେଜରୁ ବିଏସ୍‌ସି ଓ ବିଏଡ୍‌ ଡିଗ୍ରୀ ହାସଲ କରିଛନ୍ତି। ସରକାରୀ କଲେଜରେ ଏମ୍‌ଏ ଏବଂ ପିଜିଡିସିଏ ଏସ୍‌.ଏନ୍‌. କଲେଜରେ ପଢ଼ିଥିବା ଦର୍ଶାଇଛନ୍ତି। ଓଡ଼ିଶାରେ ଚାକିରି କରିବା ପାଇଁ ଆବଶ୍ୟକ ଯୋଗ୍ୟତା ନ ଥାଇ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁସିତ ତଥା ପଛୁଆ ଜିଲାରେ ରାଜସ୍ଥାନରେ ଶିକ୍ଷା ହାସଲ କରିଥିବା ଜଣେ ମହିଳାଙ୍କୁ ନିଯୁକ୍ତି ଦେବା ଡିଇଓଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରବର୍ତ୍ତି ସମୟରେ ଅଗଷ୍ଟ ୩ ରୁ ୧୬ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଚିଠି କରାଯାଇଛି। ଅନ୍ୟପକ୍ଷରେ ଡିଇଓଙ୍କ ଚିଠି ସଂଖ୍ୟା ୫୮୨୬/ ୨୬/୦୯/୨୦୨୨ ଅନୁଯାୟୀ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଅସଲି ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଥିଲା। ସେଥିରେ ଟିଜିଟି ବିଜ୍ଞାନ ପଦବୀ ପାଇଁ ଉଲ୍ଲଖ କରାଯାଇଥିଲା। ଏଥିରେ ଡିଇଓଙ୍କ ଦସ୍ତଖତ ରହିଛି। ଏ ନେଇ ପ୍ରଥମେ ଅତିରିକ୍ତ ଜିଲାପାଳ ଭାଷ୍କର ରଇତୋଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଘଟଣା ବିଷୟରେ ଅବଗତ ନ ଥିବା କହିବା ସହ ଏଡିଇଓ ବିଶ୍ୱନାଥ ସାହୁଙ୍କୁ ଏ ବିଷୟରେ ବୁଝିବା ପାଇଁ କହିଥିଲେ। ଅନ୍ୟପକ୍ଷରେ ଘଟଣା ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସେ ସିଧାସଳଖ ଫାଇଲ ମଗାଇ ଦେଖିଥିଲେ। ରାଇଘର ବ୍ଲକ ଗଞ୍ଜାପାରା ଆଦର୍ଶ ବିଦ୍ୟାଳୟ ପାଇଁ ଟିଜିଟି ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବିଜ୍ଞାପନ ହୋଇ ନ ଥିବା ସେ ଜାଣିବାକୁ ପାଇଥିଲେ। ନିଯୁକ୍ତି ପାଇଥିବା ତନୁ ମଧ୍ୟ କେବଳ ସାଧାରଣ ଭାବେ ଶିକ୍ଷକ ପଦବୀ ପାଇଁ ଆବେଦନ କରିଥିବା ଜାଣିବାକୁ ପାଇଥିଲେ। ଆବେଦନ ଫର୍ମରେ ୩୩୪ କ୍ରମିକ ନମ୍ବର ବୋଲି ମଧ୍ୟ ଉଲ୍ଲେଖ ରହିଛି। ଯାଞ୍ଚ ରିପୋର୍ଟ ଉକ୍ତ ଫାଇଲରେ ନ ଥିବା ସେ ଜାଣିବାକୁ ପାଇଥିଲେ। ତେବେ ବିଜ୍ଞାପନ ପ୍ରକାଶ ନ ପାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ପଦବୀରେ କିଭଳି ନିଯୁକ୍ତି ଦିଆଯାଇଛି ବୋଲି କିରାଣୀଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ତୁରନ୍ତ ଏ ନେଇ ଗଞ୍ଜାପାରା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଜଣାଇ ଠିକାଭିତ୍ତିକ ନିଯୁକ୍ତି ପାଇଥିବା ଟିଜିଟି ବିଜ୍ଞାନ ଶିକ୍ଷୟତ୍ରୀଙ୍କୁ ଅନୁମତି ନ ଦେବା ପାଇଁ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାମଧ୍ୟରେ ତନୁ ଡିଇଓଙ୍କ ନିଯୁକ୍ତି ନିର୍ଦ୍ଦେଶ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେଣୁ ଜିଲାପାଳଙ୍କ ଦୃଷ୍ଟିକୁ ନିଆଯାଇ ଉକ୍ତ ଶିକ୍ଷୟିତ୍ରୀଙ୍କ ନଯୁକ୍ତିକୁ ରଦ୍ଧ କରାଯିବ ବୋଲି ଡିଇଓ ନାଗ କହିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ପଚାରିବାରୁ, ଡିଇଓଙ୍କ ଠାରୁ ଏ ବିଷୟରେ କୌଣସି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri