Posted inଖେଳ

ଫୋକସରେ ଟେଷ୍ଟ ସିରିଜ: ରିଦ୍ଧିମାନ, ଈଶାନ୍ତଙ୍କ ଅଭ୍ୟାସ ଆରମ୍ଭ

ଅଷ୍ଟ୍ରେଲିଆରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତର ଦୁଇ ଭେଟେରାନ ଖେଳାଳି ରିଦ୍ଧିମାନ ଶାହା ଓ ଈଶାନ୍ତ ଶର୍ମା ବୁଧବାର ଅଭ୍ୟାସ ଆରମ୍ଭ କରିଛନ୍ତି। ରିଦ୍ଧିମାନ ସିଡ୍‌ନୀରେ ନେଟ୍ସ ସେସନରେ ଦୀର୍ଘ ସମୟ ବ୍ୟାଟିଂ କରିଥିବାବେଳେ ଈଶାନ୍ତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ପୂରା ବେଗରେ ବୋଲିଂ କରିଛନ୍ତି।

ନେଟ୍ସକୁ ଫେରିଲେ ରିଦ୍ଧିମାନ
ରିଦ୍ଧିମାନଙ୍କୁ ଟିମ୍‌ ଇଣ୍ଡିଆର ନେଟ୍ସ ସେସନରେ ଦେଖିବାକୁ ମିଳିଥିବାରୁ ସେ ଏବେ ଆହତ ସମସ୍ୟାରୁ ସୁସ୍ଥ ହେବା ପଥରେ ଥିବା ସୂଚନା ମିଳିଛି। ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ପ୍ରଥମ ଟେଷ୍ଟକୁ ୪ ସପ୍ତାହ ବାକିଥିବାରୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ରିଦ୍ଧିମାନ ହାମ୍‌ଷ୍ଟ୍ରଙ୍କ ଇଞ୍ଜୁରିରେ ଥିଲେ। ଫଳରେ ସେ ଆଇପିଏଲର ଶେଷଭାଗରେ ଖେଳିପାରି ନ ଥିଲେ। ଏହା ମଧ୍ୟରେ ଏଲିମିନେଟର ଓ କ୍ୱାଲିଫାୟର-୨ ସାମିଲ ଥିଲା। ଆହତାବସ୍ଥା ଗୁରୁତର ନ ଥିବାରୁ ତାଙ୍କୁ ଦଳସହ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ମିଳିଥିଲା। ବୁଧବାର ସେ ନେଟ୍ସରେ ଅନେକ ସମୟ ବ୍ୟାଟିଂ କରିଥିବାର ଏକ ଭିଡିଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି। ତେବେ ସେ ଉଇକେଟ କିପିଂ କରି ନ ଥିଲେ। ସେ ଆଗକୁ ଆସି ଖେଳିବାରେ କିମ୍ବା ଫୁଟ୍‌ଓ୍ବାର୍କ ମୁଭ୍‌ଭେଣ୍ଟରେ କୌଣସି ଅସୁବିଧା ଅନୁଭବ କରି ନ ଥିଲେ। ତେଣୁ ସେ କେତେଶୀଘ୍ର ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକ୍ତ ହେଉଛନ୍ତି ସେଥିରୁ ତାହା ସୂଚନା ମିଳିଛି। ରିଦ୍ଧିମାନ ୩୭ଟି ଟେଷ୍ଟ ଖେଳି ୧୨୩୮ ରନ ସ୍କୋର କରିଛନ୍ତି। ଫିଜିଓ ନୀତିନ ପଟେଲ ଓ ନିକ୍‌ ଓ୍ବେବ୍‌ ଇଞ୍ଜୁରି ମ୍ୟାନେଜମେଣ୍ଟ ଉପରେ ବିଶେଷ ଧ୍ୟାନ ଦେଉଥିବାରୁ ରିଦ୍ଧିମାନ ପ୍ରଥମ ଟେଷ୍ଟ ବେଳକୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଶାପ୍ରକାଶ କରିଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟାଟିଂ ଦକ୍ଷତାକୁ ଦୃଷ୍ଟିରେ ରଖି ରିଷଭ ପନ୍ତଙ୍କୁ ସୁଯୋଗ ମିଳିଥିଲା। ମାତ୍ର ଏଥର ଯଦି ରିଦ୍ଧିମାନ ଫିଟ୍‌ ହୁଅନ୍ତି ତେବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ।

ଏନ୍‌ସିଏରେ ଈଶାନ୍ତଙ୍କ ବୋଲିଂ
ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜ୍‌ ଖେଳିବାକୁ ଓ ଏଥିପାଇଁ ଫିଟ୍‌ନେସ୍‌ ହାସଲ କରିବାକୁ ଭାରତୀୟ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ପ୍ରୟାସ ଆରମ୍ଭ କରିଛନ୍ତି। ବୁଧବାର ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ସେ ପୂରା ବେଗରେ ବୋଲିଂ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଈଶାନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକମାତ୍ର ମ୍ୟାଚ୍‌ ଖେଳି ବାଦ୍‌ ପଡିଥିଲେ। ଲେଫ୍ଟ ଇଣ୍ଟରନାଲ ଓବ୍ଲିକ୍‌ ମସ୍କୁଲାର ଟିୟର ବା ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ସେ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲ୍‌ରୁ ବାଦ୍‌ ପଡିଥିଲେ। ଏନ୍‌ସିଏ ନିର୍ଦ୍ଦେଶକ ରାହୁଲ ଡ୍ରାଭିଡ୍‌ ଓ ହେଡ ଫିଜିଓ ଆଶିଷ କୌଶିକଙ୍କ ତତ୍ତ୍ୱାବଧାନରେ ସେ ଏନ୍‌ସିଏରେ ଫିଟ୍‌ନେସ ପାଇଁ ପ୍ରୟାସ କରିଆସୁଛନ୍ତି। ବୁଧବାର ୩୨ ବର୍ଷୀୟ ଈଶାନ୍ତ ପୂରା ରନ୍‌ ଅପ୍‌ରେ ବୋଲିଂ କରିଥିଲେ ଓ ଏହି ଅବସରରେ ଡ୍ରାଭିଡ୍‌ ଓ ସୁନୀଲ ଜୋଷୀ ତାଙ୍କ ବୋଲିଂକୁ ଲକ୍ଷ୍ୟ କରିଥିଲେ। ଏନ୍‌ସିଏ କୋଚିଂ ଷ୍ଟାଫ୍‌ ପାରସ ମାହାମ୍ବ୍ରେ ଓ ମନସୁର ଖାନ୍‌ଙ୍କ ଉପସ୍ଥିତିରେ ସେ ସିଙ୍ଗଲ୍‌ ଷ୍ଟମ୍ପ ବୋଲି କରିଥିଲେ। ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବା ପୂର୍ବରୁ ଈଶାନ୍ତ ଫିଟ୍‌ ହୋଇଯାଇଥିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଶା ପ୍ରକାଶ କରିଛନ୍ତି। ତେବେ ବିସିସିଆଇ ନିୟମ ଅନୁସାରେ ଟେଷ୍ଟ ଖେଳିବା ପୂର୍ବରୁ ଈଶାନ୍ତ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆବଶ୍ୟକ ବୋଲି ଗାଙ୍ଗୁଲି କହିଛନ୍ତି। ଯଦି ଈଶାନ୍ତ ଅଷ୍ଟ୍ରେଲିଆରେ ୩ଟି ଟେଷ୍ଟ ଖେଳିବେ ତା’ହେଲେ ସେ କିମ୍ବଦନ୍ତୀ ବୋଲର କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲରଭାବେ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ଈଶାନ୍ତ ଆଉ ୩ଟି ଉଇକେଟ ହାସଲ କଲେ ୩୦୦ ଉଇକେଟ ଅକ୍ତିଆର କରିବାର ମାଇଖୁଣ୍ଟ ଅତିକ୍ରମ କରିବେ। ଅବଶ୍ୟ ୩୦୦ ଉଇକେଟ ହାସଲ କରିବାରେ ସେ ସବୁଠାରୁ ମନ୍ଥର ଦ୍ରୁତ ବୋଲର ସାବ୍ୟସ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri