Posted inଖେଳ

ଫୋକସରେ ଟେଷ୍ଟ ସିରିଜ: ରିଦ୍ଧିମାନ, ଈଶାନ୍ତଙ୍କ ଅଭ୍ୟାସ ଆରମ୍ଭ

ଅଷ୍ଟ୍ରେଲିଆରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତର ଦୁଇ ଭେଟେରାନ ଖେଳାଳି ରିଦ୍ଧିମାନ ଶାହା ଓ ଈଶାନ୍ତ ଶର୍ମା ବୁଧବାର ଅଭ୍ୟାସ ଆରମ୍ଭ କରିଛନ୍ତି। ରିଦ୍ଧିମାନ ସିଡ୍‌ନୀରେ ନେଟ୍ସ ସେସନରେ ଦୀର୍ଘ ସମୟ ବ୍ୟାଟିଂ କରିଥିବାବେଳେ ଈଶାନ୍ତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ପୂରା ବେଗରେ ବୋଲିଂ କରିଛନ୍ତି।

ନେଟ୍ସକୁ ଫେରିଲେ ରିଦ୍ଧିମାନ
ରିଦ୍ଧିମାନଙ୍କୁ ଟିମ୍‌ ଇଣ୍ଡିଆର ନେଟ୍ସ ସେସନରେ ଦେଖିବାକୁ ମିଳିଥିବାରୁ ସେ ଏବେ ଆହତ ସମସ୍ୟାରୁ ସୁସ୍ଥ ହେବା ପଥରେ ଥିବା ସୂଚନା ମିଳିଛି। ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ପ୍ରଥମ ଟେଷ୍ଟକୁ ୪ ସପ୍ତାହ ବାକିଥିବାରୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ରିଦ୍ଧିମାନ ହାମ୍‌ଷ୍ଟ୍ରଙ୍କ ଇଞ୍ଜୁରିରେ ଥିଲେ। ଫଳରେ ସେ ଆଇପିଏଲର ଶେଷଭାଗରେ ଖେଳିପାରି ନ ଥିଲେ। ଏହା ମଧ୍ୟରେ ଏଲିମିନେଟର ଓ କ୍ୱାଲିଫାୟର-୨ ସାମିଲ ଥିଲା। ଆହତାବସ୍ଥା ଗୁରୁତର ନ ଥିବାରୁ ତାଙ୍କୁ ଦଳସହ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ମିଳିଥିଲା। ବୁଧବାର ସେ ନେଟ୍ସରେ ଅନେକ ସମୟ ବ୍ୟାଟିଂ କରିଥିବାର ଏକ ଭିଡିଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି। ତେବେ ସେ ଉଇକେଟ କିପିଂ କରି ନ ଥିଲେ। ସେ ଆଗକୁ ଆସି ଖେଳିବାରେ କିମ୍ବା ଫୁଟ୍‌ଓ୍ବାର୍କ ମୁଭ୍‌ଭେଣ୍ଟରେ କୌଣସି ଅସୁବିଧା ଅନୁଭବ କରି ନ ଥିଲେ। ତେଣୁ ସେ କେତେଶୀଘ୍ର ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକ୍ତ ହେଉଛନ୍ତି ସେଥିରୁ ତାହା ସୂଚନା ମିଳିଛି। ରିଦ୍ଧିମାନ ୩୭ଟି ଟେଷ୍ଟ ଖେଳି ୧୨୩୮ ରନ ସ୍କୋର କରିଛନ୍ତି। ଫିଜିଓ ନୀତିନ ପଟେଲ ଓ ନିକ୍‌ ଓ୍ବେବ୍‌ ଇଞ୍ଜୁରି ମ୍ୟାନେଜମେଣ୍ଟ ଉପରେ ବିଶେଷ ଧ୍ୟାନ ଦେଉଥିବାରୁ ରିଦ୍ଧିମାନ ପ୍ରଥମ ଟେଷ୍ଟ ବେଳକୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଶାପ୍ରକାଶ କରିଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟାଟିଂ ଦକ୍ଷତାକୁ ଦୃଷ୍ଟିରେ ରଖି ରିଷଭ ପନ୍ତଙ୍କୁ ସୁଯୋଗ ମିଳିଥିଲା। ମାତ୍ର ଏଥର ଯଦି ରିଦ୍ଧିମାନ ଫିଟ୍‌ ହୁଅନ୍ତି ତେବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ।

ଏନ୍‌ସିଏରେ ଈଶାନ୍ତଙ୍କ ବୋଲିଂ
ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜ୍‌ ଖେଳିବାକୁ ଓ ଏଥିପାଇଁ ଫିଟ୍‌ନେସ୍‌ ହାସଲ କରିବାକୁ ଭାରତୀୟ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ପ୍ରୟାସ ଆରମ୍ଭ କରିଛନ୍ତି। ବୁଧବାର ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ସେ ପୂରା ବେଗରେ ବୋଲିଂ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଈଶାନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକମାତ୍ର ମ୍ୟାଚ୍‌ ଖେଳି ବାଦ୍‌ ପଡିଥିଲେ। ଲେଫ୍ଟ ଇଣ୍ଟରନାଲ ଓବ୍ଲିକ୍‌ ମସ୍କୁଲାର ଟିୟର ବା ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ସେ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲ୍‌ରୁ ବାଦ୍‌ ପଡିଥିଲେ। ଏନ୍‌ସିଏ ନିର୍ଦ୍ଦେଶକ ରାହୁଲ ଡ୍ରାଭିଡ୍‌ ଓ ହେଡ ଫିଜିଓ ଆଶିଷ କୌଶିକଙ୍କ ତତ୍ତ୍ୱାବଧାନରେ ସେ ଏନ୍‌ସିଏରେ ଫିଟ୍‌ନେସ ପାଇଁ ପ୍ରୟାସ କରିଆସୁଛନ୍ତି। ବୁଧବାର ୩୨ ବର୍ଷୀୟ ଈଶାନ୍ତ ପୂରା ରନ୍‌ ଅପ୍‌ରେ ବୋଲିଂ କରିଥିଲେ ଓ ଏହି ଅବସରରେ ଡ୍ରାଭିଡ୍‌ ଓ ସୁନୀଲ ଜୋଷୀ ତାଙ୍କ ବୋଲିଂକୁ ଲକ୍ଷ୍ୟ କରିଥିଲେ। ଏନ୍‌ସିଏ କୋଚିଂ ଷ୍ଟାଫ୍‌ ପାରସ ମାହାମ୍ବ୍ରେ ଓ ମନସୁର ଖାନ୍‌ଙ୍କ ଉପସ୍ଥିତିରେ ସେ ସିଙ୍ଗଲ୍‌ ଷ୍ଟମ୍ପ ବୋଲି କରିଥିଲେ। ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବା ପୂର୍ବରୁ ଈଶାନ୍ତ ଫିଟ୍‌ ହୋଇଯାଇଥିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଶା ପ୍ରକାଶ କରିଛନ୍ତି। ତେବେ ବିସିସିଆଇ ନିୟମ ଅନୁସାରେ ଟେଷ୍ଟ ଖେଳିବା ପୂର୍ବରୁ ଈଶାନ୍ତ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆବଶ୍ୟକ ବୋଲି ଗାଙ୍ଗୁଲି କହିଛନ୍ତି। ଯଦି ଈଶାନ୍ତ ଅଷ୍ଟ୍ରେଲିଆରେ ୩ଟି ଟେଷ୍ଟ ଖେଳିବେ ତା’ହେଲେ ସେ କିମ୍ବଦନ୍ତୀ ବୋଲର କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲରଭାବେ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ଈଶାନ୍ତ ଆଉ ୩ଟି ଉଇକେଟ ହାସଲ କଲେ ୩୦୦ ଉଇକେଟ ଅକ୍ତିଆର କରିବାର ମାଇଖୁଣ୍ଟ ଅତିକ୍ରମ କରିବେ। ଅବଶ୍ୟ ୩୦୦ ଉଇକେଟ ହାସଲ କରିବାରେ ସେ ସବୁଠାରୁ ମନ୍ଥର ଦ୍ରୁତ ବୋଲର ସାବ୍ୟସ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri