ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡାନ ଆଜି

ଝାରସୁଗୁଡ଼ା ଅଫିସ,୪।୧୧: ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ ଥିବାବେଳେ ଅତିରିକ୍ତ ବିମାନ ଚଳାଚଳ କରିବାର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ଏହି ବିମାନ ବନ୍ଦର ଦେଇ ଆଉ ଏକ ଏଲାୟନ୍ସ ଏୟାର ବିମାନ ପରୀକ୍ଷାମୂଳକ ଭାବେ ଉଡାନ କରିବାକୁ ଯାଉଛି। ଏହା ସଫଳ ହେଲେ ବିମାନ ଯାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ। ଏହା ଝାରସୁଗୁଡ଼ା ରୁଟ୍‌ରେ ଦ୍ୱିତୀୟ ବିମାନ ହେବ। ଭିଏସ୍‌ଏସ୍‌ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଲାୟନ୍ସ ଏୟାର ବିମାନ ନଂ ୯ ଆଇ ୮୪୭ ଦିଲ୍ଲୀରୁ ସକାଳ ୧୦ଟାରେ ବାହାରି ରାୟପୁରରେ ୧୨ଟା ୪୫ ମିନିଟରେ ପହଞ୍ଚତ୍ବ। ରାୟପୁରରୁ ଅପରାହ୍ନ ୧ଟା ୧୨ମିନିଟରେ ବାହାରି ଝାରସୁଗୁଡ଼ାରେ ୨ଟା ୧୫ମିନିଟରେ ପହଞ୍ଚତ୍ବ। ପୁଣି ଝାରସୁଗୁଡ଼ାରୁ ଅପରାହ୍ନ ୨ଟା ୪୫ମିନିଟରେ ବାହାରି ଦିଲ୍ଲୀରେ ୫ଟା ୧୫ମିନିଟରେ ପହଞ୍ଚତ୍ବ। ସମୟ ସାରଣୀ ଘୋଷଣା ପରେ ଝାରସୁଗୁଡ଼ା ଦେଇ ଚଳାଚଳ କରୁଥିବା ଏଲାୟନ୍ସ ଏୟାରର କେତେକ ରୁଟ୍‌ରେ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଲାୟନ୍ସ ଏୟାରର ବିମାନ ନଂ ୯ ଆଇ ୭୪୫ କୋଲକାତାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାହାରି ଝାରସୁଗୁଡ଼ାରେ ୧ଟା ୫୦ ମିନିଟରେ ପହଞ୍ଚତ୍ବ। ପୁଣି ଏହି ବିମାନ ଝାରସୁଗୁଡ଼ାରୁ ଅପରାହ୍ନ ୨ଟା ୪୦ ମିନିଟରେ ବାହାରି ଭୁବନେଶ୍ବରରେ ୩ଟା ୪୫ ମିନିଟରେ ପହଞ୍ଚତ୍ବ। ସେହିପରି ଏଲାୟନ୍ସ ଏୟାରର ବିମାନ ନଂ ୯ ଆଇ ୭୪୬ ଭୁବନେଶ୍ବରରୁ ଅପରାହ୍ନ ୪ଟା ୩୫ମିନିଟରେ ବାହାରି ଝାରସୁଗୁଡ଼ାରେ ୫ଟା ୩୫ ମିନିଟରେ ପହଞ୍ଚତ୍ବ। ପୁନଶ୍ଚ ଏହି ବିମାନ ଝାରସୁଗୁଡ଼ାରୁ ସା ୬ଟା ୦୫ ମିନିଟରେ ବାହାରି କୋଲକାତାରେ ୭ଟା ୨୫ ମିନିଟରେ ପହଞ୍ଚତ୍ବ।


Enter your email to get our daily news in your inbox.

All Right Reserved By Dharitri.Com

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri