ଜେଏସ୍‌ଏଲ୍‌ର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୪।୧୧:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପରିଚାଳନା ବୋର୍ଡର ସୁପାରିସକ୍ରମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ପରିଚାଳନା ବୈଠକରେ ଗତ ୩ ମାସର ଅଣ ସମୀକ୍ଷିତ ଆର୍ଥିକ ଫଳାଫଳ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଛି। ବିଶେଷକରି ୨୦୨୨-୨୩ କ୍ୟୁ୨ରେ କମ୍ପାନୀର ଷ୍ଟାଣ୍ଡାଲୋନ ରାଜସ୍ବ, ଇବିଆଇଟିଡିଏ ଓ ପିଏଟି ଯଥାକ୍ରମରେ ୫,୪୪୨ କୋଟି, ୪୧୧ କୋଟି ଓ ୧୮୯ କୋଟି ଟଙ୍କା ରହିଥିଲା ବେଳେ କମ୍ପାନୀ ୨,୭୦,୩୬୦ ମେଟ୍ରିକ ଟନ ବିକ୍ରୟ ପରିମାଣକୁ ମଧ୍ୟ ରେକର୍ଡ କରିଛି। ଫଳରେ କନ୍‌ସୋଲିଡେଟେଡ୍‌ ଭିତ୍ତିରେ ୨୦୨୨-୨୩ କ୍ୟୁ୨ ରେ ମଧ୍ୟ ଜେଏସ୍‌ଏଲ୍‌ର ରାଜସ୍ବ ୫,୬୦୫ କୋଟି ରହିଥିଲା ବେଳେ ଇବିଆଇଟିଡିଏ ୩୫୮ କୋଟି ଓ ପିଏଟି ୧୫୨ କୋଟି ରେକର୍ଡ କରିଛି। ସେହିଭଳି ଘରୋଇ ଦୃଷ୍ଟିକୋଣରୁ ଶେଷ ଉପଭୋକ୍ତାଗୁଡ଼ିକର ଚାହିଦା ଅଧିକ ରହିଥିଲା। ବିଶେଷକରି ବିକ୍ରୟ ଯୋଜନାରେ ଜେଏସ୍‌ଏଲ୍‌ ଚମତ୍କାରିତା ସହ କମ୍ପାନୀ ତା’ର ଘରୋଇ ବିକ୍ରୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେଇଥିଲା। ଫଳ ସ୍ବରୂପ ୨୦୨୨-୨୩ କ୍ୟୁ୨ ରେ ମୋଟ ବିକ୍ରୟ ପରିମାଣ ୯୫% ଘରୋଇ ଗ୍ରାହକଙ୍କୁ ଯୋଗାଇଥିଲା। ସେହିପରି ୨୦୨୨-୨୩ କ୍ୟୁ୨ ରେ ଅଟୋମୋବାଇଲ କ୍ଷେତ୍ରରେ ଚାହିଦା ସ୍ଥିର ରହିଥିବାରୁ କ୍ୟୁଓକ୍ୟୁ ଆଧାରରେ ପ୍ରାୟ ୨୮% ଅଭିବୃଦ୍ଧି ପଞ୍ଜୀକରଣ କରିଛି। କମ୍ପାନୀ ନୂଆ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ଯୋଗେ ୪୩୨ଟି ଉପତ୍ାଦକୁ ବିଦ୍ୟମାନ ଗ୍ରେଡ୍‌ ସହ ୪୩୬ ଏଲ୍‌ ଓ ୪୩୯ ଅଟୋମେଜରକୁ ଯୋଗାଇଛି। ସେହିପରି ମାଲ ପରିବହନରେ ଏହାର ବ୍ୟବସାୟର ଅଂଶ ବୃଦ୍ଧି ପାଇଁ ଭାରତୀୟ ରେଳପଥ ନିଜର ଅଗ୍ରଗତି ଜାରି ରଖିଛି। ୨୦୨୨-୨୩ କ୍ୟୁ୨ ରେ ଜେଏସ୍‌ଏଲ୍‌ ରେଳ ୱାଗନ ସେଗ୍‌ମେଣ୍ଟରେ ମଧ୍ୟ ୨୫% ଅଭିବୃଦ୍ଧି କରିଛି। ଆଗକୁ ବନ୍ଦେ ଭାରତ ଟ୍ରେନ୍‌ସେଟ ରେଳପଥ ପାଇଁ ଏକ ପ୍ରମୁଖ ଧ୍ୟାନକେନ୍ଦ୍ର ହୋଇ ରହିବ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ମେଟ୍ରୋ ପ୍ରକଳ୍ପ ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୮୦,୦୦୦ କୋଟି ଟଙ୍କାର ବିନିଯୋଗ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri