ଜେଏସ୍‌ଏଲ୍‌ର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୪।୧୧:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପରିଚାଳନା ବୋର୍ଡର ସୁପାରିସକ୍ରମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ପରିଚାଳନା ବୈଠକରେ ଗତ ୩ ମାସର ଅଣ ସମୀକ୍ଷିତ ଆର୍ଥିକ ଫଳାଫଳ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଛି। ବିଶେଷକରି ୨୦୨୨-୨୩ କ୍ୟୁ୨ରେ କମ୍ପାନୀର ଷ୍ଟାଣ୍ଡାଲୋନ ରାଜସ୍ବ, ଇବିଆଇଟିଡିଏ ଓ ପିଏଟି ଯଥାକ୍ରମରେ ୫,୪୪୨ କୋଟି, ୪୧୧ କୋଟି ଓ ୧୮୯ କୋଟି ଟଙ୍କା ରହିଥିଲା ବେଳେ କମ୍ପାନୀ ୨,୭୦,୩୬୦ ମେଟ୍ରିକ ଟନ ବିକ୍ରୟ ପରିମାଣକୁ ମଧ୍ୟ ରେକର୍ଡ କରିଛି। ଫଳରେ କନ୍‌ସୋଲିଡେଟେଡ୍‌ ଭିତ୍ତିରେ ୨୦୨୨-୨୩ କ୍ୟୁ୨ ରେ ମଧ୍ୟ ଜେଏସ୍‌ଏଲ୍‌ର ରାଜସ୍ବ ୫,୬୦୫ କୋଟି ରହିଥିଲା ବେଳେ ଇବିଆଇଟିଡିଏ ୩୫୮ କୋଟି ଓ ପିଏଟି ୧୫୨ କୋଟି ରେକର୍ଡ କରିଛି। ସେହିଭଳି ଘରୋଇ ଦୃଷ୍ଟିକୋଣରୁ ଶେଷ ଉପଭୋକ୍ତାଗୁଡ଼ିକର ଚାହିଦା ଅଧିକ ରହିଥିଲା। ବିଶେଷକରି ବିକ୍ରୟ ଯୋଜନାରେ ଜେଏସ୍‌ଏଲ୍‌ ଚମତ୍କାରିତା ସହ କମ୍ପାନୀ ତା’ର ଘରୋଇ ବିକ୍ରୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେଇଥିଲା। ଫଳ ସ୍ବରୂପ ୨୦୨୨-୨୩ କ୍ୟୁ୨ ରେ ମୋଟ ବିକ୍ରୟ ପରିମାଣ ୯୫% ଘରୋଇ ଗ୍ରାହକଙ୍କୁ ଯୋଗାଇଥିଲା। ସେହିପରି ୨୦୨୨-୨୩ କ୍ୟୁ୨ ରେ ଅଟୋମୋବାଇଲ କ୍ଷେତ୍ରରେ ଚାହିଦା ସ୍ଥିର ରହିଥିବାରୁ କ୍ୟୁଓକ୍ୟୁ ଆଧାରରେ ପ୍ରାୟ ୨୮% ଅଭିବୃଦ୍ଧି ପଞ୍ଜୀକରଣ କରିଛି। କମ୍ପାନୀ ନୂଆ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ଯୋଗେ ୪୩୨ଟି ଉପତ୍ାଦକୁ ବିଦ୍ୟମାନ ଗ୍ରେଡ୍‌ ସହ ୪୩୬ ଏଲ୍‌ ଓ ୪୩୯ ଅଟୋମେଜରକୁ ଯୋଗାଇଛି। ସେହିପରି ମାଲ ପରିବହନରେ ଏହାର ବ୍ୟବସାୟର ଅଂଶ ବୃଦ୍ଧି ପାଇଁ ଭାରତୀୟ ରେଳପଥ ନିଜର ଅଗ୍ରଗତି ଜାରି ରଖିଛି। ୨୦୨୨-୨୩ କ୍ୟୁ୨ ରେ ଜେଏସ୍‌ଏଲ୍‌ ରେଳ ୱାଗନ ସେଗ୍‌ମେଣ୍ଟରେ ମଧ୍ୟ ୨୫% ଅଭିବୃଦ୍ଧି କରିଛି। ଆଗକୁ ବନ୍ଦେ ଭାରତ ଟ୍ରେନ୍‌ସେଟ ରେଳପଥ ପାଇଁ ଏକ ପ୍ରମୁଖ ଧ୍ୟାନକେନ୍ଦ୍ର ହୋଇ ରହିବ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ମେଟ୍ରୋ ପ୍ରକଳ୍ପ ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୮୦,୦୦୦ କୋଟି ଟଙ୍କାର ବିନିଯୋଗ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?