Categories: ବାଣିଜ୍ୟ

ଦଶ ହଜାର ନିଯୁକ୍ତି ଦେବ ଟେସ୍‌ଲା

ନୂଆଦିଲ୍ଲୀ,୫।୪: ବିଶ୍ୱର ପ୍ରମୁଖ କମ୍ପାନୀ ଟେସ୍‌ଲା ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ। କମ୍ପାନୀର ସିଇଓ ଏଲନ ମସ୍କ ରବିବାର ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଗାମୀ ୨୦୨୨ ମଧ୍ୟରେ ଏଭଳି ନିଯୁକ୍ତି ଦିଆଯିବ। ସବୁଠାରୁ ବଡ କଥା ହେଲା ଯେ ତାଙ୍କ କମ୍ପାନୀ ବିଶେଷ କରି ଅଷ୍ଟିନୀ ଗିଗା୍‌ ଟେକ୍ସାସରେ କାମ କରିବା ପାଇଁ ଇଛୁକ ବ୍ୟକ୍ତିଙ୍କର କୌଣସି ବୃହତ୍ତ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା କିମ୍ବା କଲେଜ ଡିଗ୍ରୀ ଦରକାର ନାହିଁ। ଏ ସମ୍ପର୍କରେ କମ୍ପାନୀର ନିଯୁକ୍ତି ପରିଚାଳକ କ୍ରିସ ରେଲୀ କହିଛନ୍ତି, ପାଠପଢା ଜାରି ରଖିତ୍ଥିବା ଛାତ୍ରୀଛାତ୍ର ଟେସ୍‌ଲା କାମ କରିବାକୁ ଚାହୁଁଥିଲେ ସେମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାଯିବ।

Share