ଟେସ୍‌ଲା ଆସୁଛି

ଭାରତରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ପଛରେ ଟେସ୍‌ଲାର ଲକ୍ଷ୍ୟ ବିଷୟରେ ସମସ୍ତେ ଭଲ ଭାବେ ଜାଣନ୍ତି। ବିଶ୍ୱ ଭୂ-ରାଜନୈତିକ ଜଟିଳତାରେ ଏହାର ବଜାର ସମ୍ପ୍ରସାରଣ ମହତ୍ତ୍ୱାକାଂକ୍ଷାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଭାରତକୁ ବିଦ୍ୟୁତ୍‌ଚାଳିତ ଯାନ (ଇଭି)ର ଏକ କେନ୍ଦ୍ର କରିବାକୁ ସ୍ବପ୍ନ ଦେଖିଛନ୍ତି ଓ ଏଥିପ୍ରତି ଅତ୍ୟନ୍ତ ଆଗ୍ରହୀ ଅଛନ୍ତି। ସୂତ୍ରରୁ ପ୍ରକାଶ, ଟେସ୍‌ଲା ତାହାର ଉତ୍ପାଦନ କେନ୍ଦ୍ର ପାଇଁ ଜାଗା ଖୋଜିବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛି। ତେବେ ଭାରତରେ ଟେସ୍‌ଲାର ସମ୍ଭାବ୍ୟ ସମ୍ପ୍ରସାରଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚିନ୍ତା ପ୍ରକଟ କରିଛନ୍ତି। ସେ ସତର୍କ କରିଦେଇଛନ୍ତି ଯେ, ଭାରତରେ ଟେସ୍‌ଲା ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ଆମେରିକା ପାଇଁ କ୍ଷତିକାରକ ହୋଇପାରେ। ତେବେ ଭୂ-ରାଜନୈତିକ ଲଢ଼େଇ ମଧ୍ୟରେ ଭାରତୀୟ ବାବୁମାନେ ସମନ୍ବୟ ରକ୍ଷା କରିବା ପାଇଁ ସତର୍କତାର ସହ ସ୍ଥିତିକୁ ପରିଚାଳନା କରୁଛନ୍ତି। ଓ୍ବାଶିଂଟନର ଚେତାବନୀକୁ ଦେଖିଲେ ଏକ ସତର୍କତାମୂଳକ ଦୃଷ୍ଟିକୋଣ ଆପଣାଇବାକୁ ହେବ। ଆମେରିକା ସହ କୂଟନୈତିକ ସମ୍ପର୍କ ଉପରେ ସମ୍ଭାବ୍ୟ ଚାପ ତୁଳନାରେ ଟେସ୍‌ଲା ପ୍ରବେଶର ଅର୍ଥନୈତିକ ଲାଭ ଦିଗକୁ ଭାରତ ଆକଳନ କରିବା ଉଚିତ। ଏହି ଘଟଣା ବାସ୍ତବ ରାଜନୀତିକ ସ୍ଥିତିକୁ ଦର୍ଶାଏ, ଯେଉଁଠି ଆର୍ଥିକ ମହତ୍ତ୍ୱାକାଂକ୍ଷାକୁ ରଣନୀତିକ ଅନ୍ତର୍ଜାତୀୟ ସମ୍ପର୍କ ସହ ସତର୍କତାର ସହ ସଞ୍ଚାଳିତ କରିବାକୁ ପଡ଼ିବ। ଭାରତ ସ୍ଥାନୀୟ ଉତ୍ପାଦନକାରୀଙ୍କୁ କ୍ଷତି କରିବ ନାହିଁ କି ଆମେରିକା ସହ ତାହାର ସମ୍ପର୍କକୁ କ୍ଷତି କରିବାକୁ ଚାହଁିବ ନାହିଁ। ଅପରପଟେ ଓ୍ବାଶିଂଟନକୁ ବିଶ୍ୱ କର୍ପୋରେଟ ସମ୍ପ୍ରସାରଣର ବାସ୍ତବତା ସହ ବାଣିଜ୍ୟ ନୀତିରେ ସମନ୍ବୟ ରକ୍ଷା କରିବାକୁ ହେବ। ଏଭଳି ଏଭ ଲାଭ-କ୍ଷତିର ଖେଳ ମଧ୍ୟରେ ପ୍ରତ୍ୟେକଟି ନିଷ୍ପତ୍ତି ଭାରତରେ ଇଭି ଉତ୍ପାଦନ ଓ ବୈଶ୍ୱିକ ବାଣିଜ୍ୟ ଗତିଶୀଳତାର ଭବିଷ୍ୟତ ନିର୍ଦ୍ଧାରଣ କରିବ।
ପ୍ରଶାସନିକ ନାଟକ
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ମହାଆଡ଼ମ୍ବରରେ କରାଯାଇଥିଲା। ଭାରତୀୟ ଜନତା ପାର୍ଟି (ଭାଜପା) ପାଖାପାଖି ତିନି ଦଶନ୍ଧି ପରେ ଦିଲ୍ଲୀରେ କ୍ଷମତାକୁ ଫେରିଥିବାରୁ ଏଭଳି କରାଗଲା। ରାଜନେତାମାନେ ଖୁସିରେ ଡୁବି ରହିଥିବାବେଳେ ବାବୁମାନଙ୍କ ପାଇଁ ମଧ୍ୟ ଏହା ଥିଲା ଆନନ୍ଦର କ୍ଷଣ ଏବଂ ସେମାନେ ଦକ୍ଷତା ପ୍ରତିପାଦନ ପାଇଁ ସମୟ ପାଇଗଲେ। ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରର ବାବୁମାନେ ପୁନର୍ବାର କାମ କରିବାର ସୁଯୋଗ ପାଇଲେ ଏବଂ ସେମାନେ ‘ବନ୍ଦୋବସ୍ତ’ ବା ସଞ୍ଚାଳନ କାର୍ଯ୍ୟରେ ଲାଗିଗଲେ। ଭିଆଇପିଙ୍କ ଯିବା ଆସିବା, ଯାନ ଯାତାୟାତରେ ସମନ୍ବୟ ରକ୍ଷା କରିବା ଏବଂ ପ୍ରୋଟୋକଲ ନିଶ୍ଚିତ କରିବା ଭଳି ଦାୟିତ୍ୱ ବହନ କରିବାକୁ ସତେ ଯେମିତି ସେମାନେ ଅପେକ୍ଷା କରି ରହିଥିଲେ! ମାସ ମାସ ଧରି କେବଳ ଫାଇଲ ଓ ନୀତି ପ୍ରସ୍ତୁତିରେ ସୀମିତ ରହୁଥିବା ବାବୁମାନଙ୍କ ପାଇଁ ଏଠାରେ ଏକ ଉନ୍ନତ ପ୍ରଶାସନିକ ନାଟକ କରିବାର ସୁଯୋଗ ରହିଥିଲା। ରାମଲୀଳା ମଇଦାନ ଉଚ୍ଚସୁରକ୍ଷା ଅଞ୍ଚଳରେ ପରିଣତ ହୋଇଥିଲା। ୨୫,୦୦୦ରୁ ଅଧିକ କର୍ମଚାରୀ ରହିଥିଲେ ଏବଂ ୧,୦୦୦ ବସ୍‌ ଅତିଥିଙ୍କୁ ନେବାଆଣିବା କରୁଥିଲା। ପ୍ରଧାନମନ୍ତ୍ରୀ, ବରିଷ୍ଠ ଭାଜପା ନେତା ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ପ୍ରୋଟୋକଲ ମଧ୍ୟରେ ନିର୍ଦ୍ୱନ୍ଦ୍ୱରେ ଯିବାଆସିବା କରିବା ଥିଲା ଏକ ଚମତ୍କାର ବିଷୟ। ଏହା ନିଶ୍ଚିତ ଯେ, ସବୁକିଛି ଭଲ ଭାବେ ରିହରଶାଲ ହୋଇଥିବା ଏକ ନାଟକ ଭଳି ଚାଲିଥିଲା। ରାଇସିନା ହିଲ୍‌ରେ କେତେଜଣ ବରିଷ୍ଠ ବାବୁ ନୂଆ ରାଜନୈତିକ ନେତୃତ୍ୱ ପ୍ରତି ସେମାନଙ୍କ ଭରସା ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି ଭାବିଥିଲେ। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ପରେ ବାବୁମାନେ ସେମାନଙ୍କ କାର୍ଯ୍ୟର ସମୟକୁ ଉପଭୋଗ କରିବା ସହ ଶୀଘ୍ର ଶାସନର କ୍ଷମତାକୁ ଫେରିବେ ବୋଲି ଆଶା ବାନ୍ଧିଛନ୍ତି।
ପରିବର୍ତ୍ତନ ଦରକାର
ନିକଟରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ଡ. ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ବିଶେଷକରି ଭାରତର ସାମ୍ପ୍ରତିକ ଆର୍ଥିକ ଦୃଶ୍ୟପଟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଡିପି ଅଭିବୃଦ୍ଧି ଧିମା ରହି ୫.୪୦ ପ୍ରତିଶତରେ ପହଞ୍ଚତ୍ଛି ଓ ପ୍ରାୟ ଦୁଇ ବର୍ଷରେ ଏହା ସବୁଠୁ ମାନ୍ଦା ହେବା ଦେଖାଯାଇଛି। ଏବେ ଡ. ନାଗେଶ୍ୱରନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରିବାରୁ କିଛି ଲାଭ ହେବ କି। ବିଶେଷକରି ଜଟିଳ ଆର୍ଥିକ ସ୍ଥିତିକୁ ସଞ୍ଚାଳିତ କରିବା ପାଇଁ ନେତୃତ୍ୱରେ ସ୍ଥାୟିତ୍ୱ ରହିବା ଏକ ଭଲ ବିଷୟ ହୋଇପାରେ। ଆର୍ଥିକ ସର୍ଭେ ଆଗାମୀ ବିତ୍ତୀୟ ବର୍ଷ ପାଇଁ ଅଭିବୃଦ୍ଧି ୬.୩%ରୁ ୬.୮ ମଧ୍ୟରେ ହେବ ବୋଲି ଆକଳନ କରିଛି, ଯାହା ଆଶାବାଦୀ ବୋଲି ମନେହେଉଛି। ତେବେ ତୃଣମୂଳ ସ୍ତରର ବାସ୍ତବତା ଏକ ଭିନ୍ନ ବିଷୟ ସାମ୍ନାକୁ ଆଣୁଥିବାବେଳେ ଏହା ଘଟିବାର ସମ୍ଭାବନା ନାହିଁ ବୋଲି ହୃଦ୍‌ବୋଧ ହେଉଛି। ସାମ୍ପ୍ରତିକ ସ୍ଥିତିରେ ଏବକାର ନୀତିଗୁଡ଼ିକୁ ବଦଳାଇ ପରବର୍ତ୍ତୀ ପଦକ୍ଷେପ ନେବାର ଏକ ନୂଆ ଦୃଷ୍ଟିକୋଣ ଆପଣାଇବା ଆବଶ୍ୟକ। ଅର୍ଥ ବ୍ୟବସ୍ଥା ଏକ ମେଶିନ ନୁହେଁ ଯେ ତାହାକୁ ତେଲ ଦେଇ ଭଲରେ ଚାଲିବ ବୋଲି ଆଶା କରିବା। ଡ. ନାଗେଶ୍ୱରନ୍‌ଙ୍କର ଖ୍ୟାତି ଅଛି, ଏଥିରେ ସନ୍ଦେହ ନାହିଁ। ଡ. ନାଗେଶ୍ୱରନ୍‌ କେତେକ ଦୃଢ଼ ରଣନୀତି ଗ୍ରହଣ କରିବେ ବୋଲି ବିଶେଷଜ୍ଞ ଓ ପର୍ଯ୍ୟବେକ୍ଷକମାନେ ଆଶା କରନ୍ତି। ଆଶା କରାଯାଏ, ନାଗେଶ୍ୱରନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କେବଳ କ୍ଷମତା ଧରି ରଖିବା ପାଇଁ ନୁହେଁ, ବରଂ ପରିବର୍ତ୍ତନ ଆଣିବାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri