ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍‌…

ଓ୍ବାଶିଂଟନ, ୬।୨ : ଏବେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା କଷ୍ଟକର ହେବାକୁ ଯାଉଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ବିକଶିତ ରାଷ୍ଟ୍ରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୌଦି ଏବଂ ୟୁଏଇରେ ଡ୍ରୋନ୍‌ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଦୁଇ ଦେଶରେ ପଡ଼ୋଶୀ ହୌତି ବିଦ୍ରୋହୀଙ୍କ ଆକ୍ରମଣ ବଢ଼ି ଚାଲିଛି। ଏହି ଦୁଇ ଦେଶ ନିଜର ନିଜର ବୋମାବର୍ଷୀ ଡ୍ରୋନ୍‌ ରଖିଥିଲେ ମଧ୍ୟ ହୌତି ବିଦ୍ରୋହୀଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି।

ସେହିପରି ସିରିଆ ଏବଂ ଇରାକରେ ଆମେରିକା ସୈନ୍ୟ ବାହିନୀ ଡ୍ରୋନ୍‌ ଆକ୍ରମଣ ନେଇ ଅସୁବିଧାରେ ପଡ଼ିଛନ୍ତି। ଏଠାରେ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ବହୁ ଆମେରିକା ତଥା ବ୍ରିଟେନ୍‌ ସୈନ୍ୟଙ୍କ ମୃତ୍ୟୁ ଘଟି ସାରିଛି। ଏସବୁ ଘଟଣା ନେଇ ଆମେରିକାର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ ସୀମା ପାର୍‌ ଡ୍ରୋନ୍‌ ଅନୁପ୍ରବେଶ ତଥା ଆକ୍ରମଣ ଘଟଣା ଅଧିକ ଘଟିବାରେ ଲାଗିଛି। ପଞ୍ଜାବ ସୀମାରେ ଡ୍ରୋନ୍‌ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ହେଉଥିବାର ପର୍ଦ୍ଦାଫାଶ୍‌ ନେଇ ସରକାର ଚିନ୍ତିତ ରହିଛନ୍ତି।

ଆତଙ୍କବାଦୀଙ୍କ ଡ୍ରୋନ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ବିକଶିତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସ୍ବାର୍ମ ଡ୍ରୋନ୍‌ ଜ୍ଞାନକୌଶଳ ଆଧାରରେ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ଦ୍ୱାରା ଆତଙ୍କବାଦୀଙ୍କ ଡ୍ରୋନ୍‌କୁ ଧ୍ୱଂସ କରାଯାଇ ପାରିବ। ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍‌ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଏବେ ଯୁଦ୍ଧ କୌଶଳରେ ନୂଆ ଧାରା ଆରମ୍ଭ କରିବାକୁ ବିକଶିତ ରାଷ୍ଟ୍ରମାନେ ଉଦ୍ୟମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri