Posted inଜାତୀୟ

ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।

ଅନୁଚ୍ଛେଦ ୩୭୦ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଆମକୁ କୁହାଯାଇଥିଲା ଯେ ଅଗଷ୍ଟ ୫ ରେ ଏହାକୁ ହଟାଇବା ପରେ କେହି ଆଉ ଆତଙ୍କବାଦ ବାଟରେ ପାଦ ଦେବେ ନାହିଁ। ତେବେ ଆତଙ୍କବାଦୀମାନେ କିଏ? ଓମାର ଅବଦୁଲ୍ଲା କହିଛନ୍ତି ଯେ ଏହି ଆତଙ୍କବାଦୀମାନେ ବାହାରୁ ଆସିନାହାଁନ୍ତି। ସେମାନେ କାଶ୍ମୀରର ଯୁବକ। ଆମ ଶାସନ କାଳରେ ଆତଙ୍କବାଦୀଙ୍କ ଠାରୁ ଆମେ ଯେଉଁ ଅଞ୍ଚଳଗୁଡିକୁ ମୁକ୍ତ ରଖିଥିଲୁ। ଏବେ ସେଠାରେ ପୁଣି ଯୁବବର୍ଗ ହାତରେ ବନ୍ଧୁକ ଧରିଛନ୍ତି।

ଆମ ଶାସନ ସମୟରେ ଆମେ ଶ୍ରୀନଗରରେ ବହୁ ଆତଙ୍କବାଦୀଙ୍କ ବଙ୍କର ଉଡ଼ାଇ ଦେଇଥିଲୁ। ଏହା ପରେ ସେଠାରେ ଆତଙ୍କବାଦୀର କୌଣସି ଚିହ୍ନ ନ ଥିଲା। ଏବେ ଶ୍ରୀନଗରର କୌଣସି ଅଞ୍ଚଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

କୁପୱାରା ଠାରୁ ଟର୍ନାଲ ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ଆତଙ୍କବାଦୀ ମୁକ୍ତ ହୋଇଥିଲା ଏବେ ସେଠାରେ ପୁଣି ଆତଙ୍କବାଦର ଚେର ଲମ୍ବିବାରେ ଲାଗିଛି। କଶ୍ମୀର ସ୍ଥାନୀୟ ଯୁବବର୍ଗ କ୍ରୋଧ ଏବଂ ବିଭିନ୍ନ କାରଣରୁ ଅସ୍ତ୍ର ଉଠାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଓମାର କହିଛନ୍ତି। ।

ଓମାର ଅବଦୁଲ୍ଲା କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ରଦ୍ଦ ହେବା ପରେ କୁହାଯାଇଥିଲା ଯେ ଅମ୍ବାନୀ ଟାଟା ଏବଂ ବିର୍ଲା ଜମ୍ମୁ-କଶ୍ମୀରରେ ପୁଞ୍ଜି ନିବେଶ କରିବେ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାତ୍ର ଏଭଳି କିଛି ବିି ହେଲା ନାହିଁ। ଏଠାରେ ଚାଲିଥିବା ପ୍ରକଳ୍ପଗୁଡିକରେ ମଧ୍ୟ ସ୍ଥାନୀୟ ଲୋକ ନିଯୁକ୍ତି ପାଇନାହାଁନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri