Posted inଜାତୀୟ

ରୋବୋ ଦ୍ୱାରା ଆତଙ୍କବାଦୀ ଷଡ଼ଯନ୍ତ୍ର: ରୋବୋଟିକ୍ସ ପାଠ୍ୟକ୍ରମ ପଢୁଛନ୍ତି ଆଇଏସ ଆତଙ୍କବାଦୀ…

ନୂଆଦିଲ୍ଲୀ,୧।୭ : ଆତଙ୍କବାଦୀ ସଂଗଠନ ଆଇଏସ ଏହାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରୋବୋ ମାଧ୍ୟମରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି। ଏଥିପାଇଁ ଆଇଏସ ଭାରତରେ ଉପସ୍ଥିତ ଥିବା ଅନେକ ସଦସ୍ୟଙ୍କୁ ରୋବୋଟିକ୍ସ ପାଠ୍ୟକ୍ରମ କରିବାକୁ କହିଛି। ଆତଙ୍କବାଦୀ ସଂଗଠନର ଉଦ୍ଦେଶ୍ୟ ହେଉଛି ଆଗାମୀ ସମୟରେ ବଡ଼ ଆକ୍ରମଣ ପାଇଁ ରୋବଟ ପ୍ରସ୍ତୁତ କରିବା।

ରୋବୋଟ ମାଧ୍ୟମରେ ଜନଗହଳି ପୂର୍ଣ୍ଣ ସ୍ଥାନ, ବହୁ ମହଲା କୋଠା, ସାମରିକ ସ୍ଥାପନ ଏବଂ ଯାନବାହାନ ଚଳାଚଳ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରାଯାଇ ପାରିବ। ଜମ୍ମୁ-କଶ୍ମୀର ଏବଂ ଉତ୍ତର ପୂର୍ବ ଭଳି ଅଞ୍ଚଳରେ, ଯେଉଁଠାରେ ସାମରିକ ବାହିନୀମାନେ ଲଗାତାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରନ୍ତି ,ସେସବୁ ଅଞ୍ଚଳରେ ଆତଙ୍କବାଦୀ ରୋବୋଟଗୁଡିକ ବିପଜ୍ଜନକ ହୋଇପାରେ।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କର୍ନାଟକର ଶିବାମୋଗା ଜିଲାର ଆଇଏସ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର ମାମଲାରେ ନଅ ଜଣଙ୍କ ବିରୋଧରେ ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବର୍ତ୍ତମାନ ଆକ୍ରମଣ ପାଇଁ ରୋବୋର ସାହାଯ୍ୟ ନେଇପାରେ ବୋଲି କୁହାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଇସଲାମିକ ଷ୍ଟେଟ (ଆଇଏସ) ର ଷଡଯନ୍ତ୍ରର ଏକ ଅଂଶ ଭାବରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଆକ୍ରମଣ ଏବଂ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନର ରେକି କରିଥିଲେ। ସେପ୍ଟେମ୍ବର ୨୦୨୨ରେ ଶିବାମୋଗାରେ ଏକ ପରୀକ୍ଷଣ ଆଇଡି ବିସ୍ଫୋରଣ ମଧ୍ୟ କରାଯାଇଥିଲା।

ଏହି ୯ ଅଭିଯୁକ୍ତଙ୍କ ମଧ୍ୟରୁ ମେଜର ମୁନିର ଅହମ୍ମଦ, ସୟଦ ୟାସିନ, ରିଷାନ ତାଜୁଦ୍ଦିନ ଶେଖ, ମାଜିନ ଅବଦୁଲ ରହମାନ ଏବଂ ନାଦିମ ଅହମ୍ମଦ କେ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ଭାରତ ପାଇଁ ଆଇଏସ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଭବିଷ୍ୟତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ତାଙ୍କୁ ବିଶେଷ ଦକ୍ଷତା ହାସଲ କରିବାର ଦାୟିତ୍ୱ ଦିଆଯାଇଥିଲା। ବିଦେଶରେ ଅବସ୍ଥାପିତ ଆଇଏସଆଇଏସ ହ୍ୟାଣ୍ଡେଲର୍ମାନେ ତାଙ୍କୁ ରୋବୋଟିକ୍ସ ପାଠ୍ୟକ୍ରମ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri