ଓଡ଼ିଶାରେ ଆତଙ୍କବାଦୀ ଷଡଯନ୍ତ୍ର, ଚୀନ ଓ ବାଂଲାଦେଶରୁ ଆସୁଛି କଲ୍‌

ଭୁବନେଶ୍ୱର,୧୭।୮: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍‌ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ଏଥିରେ ଗିରଫ ହୋଇଥିବା ରାଜୁ ମଣ୍ଡଳଙ୍କ ଏହି ମାମଲାରେ ବାଂଲାଦେଶ ଲିଙ୍କ୍‌ ରହିଛି। ସିମ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚୁଛି। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର।

ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡିବା ପରେ ପୋଲିସର ଚିନ୍ତା ବଢିଯାଇଛି। କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀ ମାନେ କରିଥାନ୍ତି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିବ କମିଶନରେଟ ପୋଲିସ।

ଶୁକ୍ରବାର ରେଡ୍‌ ହୋଇଥିବା ଘରୁ ପାଖାପାଖି ୧୦୦୦ଟି ପ୍ରି ଆକ୍ଟିଭେଟ ସିମ୍‌ ମିଳିଛି। ସେଗୁଡିକ ସବୁ ପଶ୍ଚିମବଙ୍ଗରୁ ଆକ୍ଟିଭେଟ ହୋଇଥିବା ଜଣାପଡିଛି। ପୋଲିସ କମିଶନରନୁସାରେ ରାଜୁ ମଣ୍ଡଳ ଭୁବନେଶ୍ୱରର ଏକ ଭଡା ଘରରୁ ଏହି ସିମ୍‌ ଅପରେଟ କରୁଥିଲେ। ତେବେ ଏହି ସିମ୍‌ବକ୍ସକୁ ପାକିସ୍ତାନ, ଚାଇନା ସହ ମଧ୍ୟପ୍ରାଚ୍ୟ ଇତ୍ୟାଦି ଇଣ୍ଟରନ୍ୟାଶନାଲରୁ କଲ୍‌ ଆସୁଥିଲା। ତେବେ ଭୁବନେଶ୍ବର ଛଡା ଅନ୍ୟ ସ୍ଥାନରେ ୨ଟି ସିମବକ୍ସ ଏବେ ବି ଆକ୍ଟିଭ ରହିଛି। ତେବେ ଏହି ସିମ୍‌ବକ୍ସ ଦ୍ୱାରା ର୍ନିଦ୍ଦିଷ୍ଟ କେଉଁ ଅପରାଧରେ ବ୍ୟବହାର ହେଉଥିଲା ସେନେଇ ପୋଲିସ ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତୁ ଜଣାପଡିଛି ଯେ ଏହି ସିମ୍‌ବକ୍ସ ସାଇବର କ୍ରାଇମ୍‌, ହେଟ୍‌ ମେସେଜ ଓ ଆତଙ୍କବାଦୀ ଆକ୍ରମଣ ଇତ୍ୟାଦି ବଡ଼ ବଡ଼ ଅପରାଧ ପାଇଁ ବ୍ୟବହାର ହେଉଥିଲା। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଆଯିବ। ତେବେ ଏହା ଲ ଏନଫୋରସିଙ୍ଗ ଏଜେନ୍ସଙ୍କ ତଦନ୍ତରେ ବାଧା ସୃଷ୍ଟି ପାଇଁ ବ୍ୟବହୃତ ହେଉଥିଲା ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri