Posted inଜାତୀୟ

ଜମ୍ମୁ-କଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରରେ ୨୦୨୦ରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟ ୬୩.୯୩ ପ୍ରତିଶତ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ ନଭେମ୍ବର ୧୫ ସୁଦ୍ଧା ଘଟିଥିବା ଘଟଣା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆତଙ୍କବାଦୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ଶହୀଦ୍‌ ହେବା ଘଟଣା ୨୯.୧୧ ପ୍ରତିଶତ ହ୍ରାସ ପାଇଛି। ସେହିପରି ସାଧାରଣ ଲୋକଙ୍କ ଆହତ ହେବା ଘଟଣା ୧୪.୨୮ ପ୍ରତିଶତ କମିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ତୁଳନାରେ ୨୦୨୦ରେ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କମିଛି। ଜମ୍ମୁ-କଶ୍ମୀର ଏବଂ ଲଦାଖରେ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ରିପୋର୍ଟରେ ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରେ ୪୮ କେନ୍ଦ୍ରୀୟ ଆଇନ ଏବଂ ୧୬୭ ରାଜ୍ୟ ଆଇନ ପ୍ରଣୟନ କରାଯାଇଛି। ସେହିପରି ଲଦାଖରେ ୪୪ କେନ୍ଦ୍ରୀୟ ଆଇନ ଏବଂ ୧୪୮ ରାଜ୍ୟ ଆଇନର ସଫଳ ପ୍ରଣୟନ କରାଯାଇଥିବା ରିପୋର୍ଟ ସୂଚିତ ହୋଇଛି। ପ୍ରଧାନମନ୍ତ୍ରୀ ସହାୟତା ଯୋଜନା ଅନ୍ତର୍ଗତ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚମ୍ବାରୁ ବିସ୍ଥାପିତ ହୋଇଥିବା ୩୬,୩୮୪ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ପ୍ରତି ପରିବାରକୁ ୫ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାଦ୍ୱାରା ୫,୭୬୪ ଶରଣାର୍ଥୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କୋଟି ଟିକା ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ହେଲେ ସମ୍ମାନୀତ…

ନୂଆଦିଲ୍ଲୀ,୭।୧୧: ରାଜଧାନୀ ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...

ଆଡମିଟ୍‌ କାର୍ଡରେ ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ଧୋନୀଙ୍କ ଫଟୋ, ତଦନ୍ତ ନିର୍ଦ୍ଦେଶ…

ପାଟନା, ୧୧।୯ : ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି...

ମୁକୁଳିଲେ ଅପହୃତ କମାଣ୍ଡୋ

ନୂଆଦିଲ୍ଲୀ, ୮ା୪- ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ। ସିଆରପିଏଫ୍‌ର କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନ୍‌ହାସଙ୍କୁ ୧୦୦ରୁ ଅଧିକ ଘଣ୍ଟା ପରେ ମୁକ୍ତ...

ତାମିଲନାଡୁରେ ଇଡବ୍ଲୁଏସ ରାଜନୀତି ତେଜିଲା…

ଚେନ୍ନାଇ,୧୨।୧୧ : ତାମିଲନାଡୁର ଶାସକ ରାଜନୈତିକ ଦଳ ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (ଇଡବ୍ଲୁଏସ ସଂରକ୍ଷଣ)କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ୧୦୩ତମ...

ବଞ୍ଚିଥିବାବେଳେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ, ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ

ଥିରୁଭାନନ୍ତପୁରମ୍‌,୨୨।୭: କିଛି ଲୋକ ପୃଥିବୀକୁ ଅନ୍ୟକୁ ସହାୟତା ଦେବାକୁ ଆସିଥାନ୍ତି। ସେମିତି ଜଣେ ଯୁବକ ଥିଲେ ଅନୁଜିଥ୍‌। ୨୭ ବର୍ଷୀୟ ଏହି ଯୁବକ ଜଣଙ୍କ ନିଜ...

ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ରାୟପୁର,୧।୮: ଛତିଶଗଡ଼ ସୁକମା ଜିଲା ସ୍ଥିତ ଏକ ଜଙ୍ଗଲରେ ସୋମବାର ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ...

ଏକ୍‌ଜିଟ୍ ପୋଲ୍‌କୁ ଦେଖି କଂଗ୍ରେସ ତତ୍ପର

ନୂଆଦିଲ୍ଲୀ,୮ ।୧୧: ସରିଛି ବିହାର ବିଧାନସଭା ନିର୍ବାଚନ । ଏବେ ଏକ୍‌ଜିଟ୍ ପୋଲ୍‌ର ଫଳାଫଳକୁ ଦେଖିଲେ ମହାମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି...

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ...

Advertisement
Archives

Model This Week