Posted inଜାତୀୟ

ଉପତ୍ୟକାକୁ ଫେରିଲା ଆତଙ୍କବାଦ

ଶ୍ରୀନଗର/ନୂଆଦିଲ୍ଲୀ,୪ା୧୧: ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଶୀର୍ଷ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେ ୨୦୦୦ ଦଶକ ପ୍ରାରମ୍ଭରୁ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଥିଲେ। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍‌ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍‌ ଖାଉଥିବାବେଳେ ଯବାନମାନେ ପ୍ରାୟ ୩୦ଟି ଘରକୁ ଘେରିଯାଇ ଅପରେଶନ୍‌ ଚଳାଇଥିଲେ ଏବଂ ଶେଷରେ ସଫଳ ହୋଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ଉସ୍‌ମାନ୍‌ଙ୍କ ମୃତ୍ୟୁକୁ ଭାରତୀୟ ସୁରକ୍ଷା ବଳ ଏକ ବଡ଼ ସଫଳତା ମନେକରୁଥିବାବେଳେ ଏହାର ଦିନକ ପରେ ରବିବାର କଡ଼ା ସୁରକ୍ଷା ବଳୟରେ ରହିଥିବା ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ କେନ୍ଦ୍ର ଥିବା ଏକ କମ୍ପ୍ଲେକ୍ସ ନିକଟରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର (ଟିଆର୍‌ସି) ନିକଟ ଏକ ସିଆର୍‌ପିଏଫ୍‌ ବଙ୍କର ଉପରକୁ ସେମାନେ ଗ୍ରେନେଡ୍‌ ଫିଙ୍ଗିଥିଲେ। ତେବେ ଗ୍ରେନେଡ୍‌ଟି ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତାରେ ପଡ଼ିଥିଲା। ଏଥିରେ ୧୧ ଜଣ ଆହତ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ରବିବାର ସାପ୍ତାହିକ ବଜାରକୁ ଲାଗିକି ରହିଛି, ଯେଉଁଠାକୁ ଅନେକ ହଜାର ଲୋକ କିଣାକିଣି ପାଇଁ ଆସିଥିଲେ। ଗ୍ରେନେଡ୍‌ ମାଡ଼ ପରେ ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲଶ୍କର କମାଣ୍ଡର ଉସ୍‌ମାନ୍‌ଙ୍କ ମୃତ୍ୟୁରେ ବିଚଳିତ ଆତଙ୍କବାଦୀମାନେ ହତାଶ ହୋଇ ଏଭଳି କରିଥିବା ପୋଲିସ କହିଛି। ଜମ୍ମୁ-କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ୍‌ ହମିଦ୍‌ କାରା କହିଛନ୍ତି, ଦୋକାନୀମାନଙ୍କ ଉପରେ ଗ୍ରେନେଡ୍‌ ଆକ୍ରମଣ ଦୁର୍ଭାଗ୍ୟଜନକ। ଏଭଳି ଅମାନବୀୟ ଆକ୍ରମଣକୁ ରୋକିବା ପାଇଁ ପୋଲିସ ତୁରନ୍ତ ପଦକ୍ଷେପ ନେବା ଉଚିତ, ଯଦ୍ଦ୍ବାରା ସାଧାରଣ ଲୋକେ ନିର୍ଭରରେ ବିଚରଣ କରିପାରିବେ। ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଏକାଧିକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଆକ୍ରମଣକୁ ନିନ୍ଦା କରିଛନ୍ତି। କିଛିଦିନ ହେଲା ଉପତ୍ୟକାରେ ଆକ୍ରମଣ ଖବରର ଶିରୋନାମା ମଣ୍ଡନ କରିଆସୁଛି। ଆଜି ଶ୍ରୀନଗର ରବିବାର ବଜାରରେ ନିରୀହ ଦୋକାନୀଙ୍କୁ ଗ୍ରେନେଡ୍‌ ମାଡ଼ ବିଚଳିତ କରିଦେଇଛି। ସାଧାରଣ ଜନତାଙ୍କୁ ଟାର୍ଗେଟ କରିବାର କୌଣସି ଯଥାର୍ଥତା ନାହିଁ। ସୁରକ୍ଷା ବଳ ଏହାକୁ ରୋକିବା ପାଇଁ ଯଥାଶୀଘ୍ର ସମ୍ଭବ ଜରୁରୀ ପଦକ୍ଷେପ ନେବା ଉଚିତ।

ସରକାର, ସେନା ପାଇଁ ବଡ଼ ଚ୍ୟାଲେଞ୍ଜ

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ୱୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ସେବେଠୁ କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷା କେନ୍ଦ୍ର ହାତରେ ରହିଛି। ଅକ୍ଟୋବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ପରେ ମଧ୍ୟ ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ଦାୟିତ୍ୱ ନିର୍ବାଚିତ ସରକାର ଅଧୀନରେ ନାହିଁ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆତଙ୍କବାଦ ନିଶ୍ଚିହ୍ନ ହୋଇଯିବ ବୋଲି ପୂର୍ବରୁ ଦାବି କରିଥିବା କେନ୍ଦ୍ର ପାଇଁ ଉପତ୍ୟକାର ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ଦୌରାମତ୍‌ୟ ଭାରତୀୟ ସେନା ପାଇଁ ମଧ୍ୟ ଏକ ଆହ୍ବାନ ପାଲଟିଛି। ଏହି ଦୃଷ୍ଟିରୁ ଗତ କିଛିଦିନ ଭିତରେ ଘଟିଥିବା କେତୋଟି ଆତଙ୍କବାଦୀ ଆକ୍ରମଣର ଅବତାରଣା ଏଠାରେ କରାଗଲା।
ନଭେମ୍ବର ୨: ବଡ଼ଗାମ୍‌ ଜିଲାରେ ଜଳଶକ୍ତି ବିଭାଗ ଅଧୀନ ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଉତ୍ତରପ୍ରଦେଶ ଶାହରନ୍‌ପୁର ଅଞ୍ଚଳର ଫିୟାନ୍‌ ଓ ଉସ୍‌ମାନ ମଲିକ୍‌ ଆହତ ହୋଇଥିଲେ।
ଅକ୍ଟୋବର ୨୪: ଗୁଲମର୍ଗରେ ଆତଙ୍କବାଦୀମାନେ ସେନା ଭ୍ୟାନ୍‌କୁ ଆକ୍ରମଣ କରିଥିଲେ। ଏଥିରେ ୨ ଯବାନ ଶହୀଦ ହୋଇଥିବାବେଳେ ୨ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ଅକ୍ଟୋବର ୨୦: ଗନ୍ଦେରବଲ ସୋନମାର୍ଗରେ ଏକ ନିର୍ମାଣାଧୀନ ଟନେଲରେ ନିୟୋଜିତ ଟିମ୍‌ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍‌କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ ନିହତ ହୋଇଥିଲେ।
ଅକ୍ଟୋବର ୧୮: ଶୋପିଆନ୍‌ ଜିଲା ଜୈନପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଜଣେ ବିହାରୀ ଶ୍ରମିକଙ୍କ ମୃତଦେହ ଠାବ ହୋଇଥିଲା।
ଅକ୍ଟୋବର ୯: ଅନନ୍ତନାଗରେ ଆତଙ୍କବାଦୀମାନେ ଟେରିଟୋରିଆଲ୍‌ ଆର୍ମିର ଯବାନଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri