Posted inଜାତୀୟ

ଉପତ୍ୟକାକୁ ଫେରିଲା ଆତଙ୍କବାଦ

ଶ୍ରୀନଗର/ନୂଆଦିଲ୍ଲୀ,୪ା୧୧: ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଶୀର୍ଷ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେ ୨୦୦୦ ଦଶକ ପ୍ରାରମ୍ଭରୁ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଥିଲେ। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍‌ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍‌ ଖାଉଥିବାବେଳେ ଯବାନମାନେ ପ୍ରାୟ ୩୦ଟି ଘରକୁ ଘେରିଯାଇ ଅପରେଶନ୍‌ ଚଳାଇଥିଲେ ଏବଂ ଶେଷରେ ସଫଳ ହୋଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ଉସ୍‌ମାନ୍‌ଙ୍କ ମୃତ୍ୟୁକୁ ଭାରତୀୟ ସୁରକ୍ଷା ବଳ ଏକ ବଡ଼ ସଫଳତା ମନେକରୁଥିବାବେଳେ ଏହାର ଦିନକ ପରେ ରବିବାର କଡ଼ା ସୁରକ୍ଷା ବଳୟରେ ରହିଥିବା ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ କେନ୍ଦ୍ର ଥିବା ଏକ କମ୍ପ୍ଲେକ୍ସ ନିକଟରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର (ଟିଆର୍‌ସି) ନିକଟ ଏକ ସିଆର୍‌ପିଏଫ୍‌ ବଙ୍କର ଉପରକୁ ସେମାନେ ଗ୍ରେନେଡ୍‌ ଫିଙ୍ଗିଥିଲେ। ତେବେ ଗ୍ରେନେଡ୍‌ଟି ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତାରେ ପଡ଼ିଥିଲା। ଏଥିରେ ୧୧ ଜଣ ଆହତ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ରବିବାର ସାପ୍ତାହିକ ବଜାରକୁ ଲାଗିକି ରହିଛି, ଯେଉଁଠାକୁ ଅନେକ ହଜାର ଲୋକ କିଣାକିଣି ପାଇଁ ଆସିଥିଲେ। ଗ୍ରେନେଡ୍‌ ମାଡ଼ ପରେ ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲଶ୍କର କମାଣ୍ଡର ଉସ୍‌ମାନ୍‌ଙ୍କ ମୃତ୍ୟୁରେ ବିଚଳିତ ଆତଙ୍କବାଦୀମାନେ ହତାଶ ହୋଇ ଏଭଳି କରିଥିବା ପୋଲିସ କହିଛି। ଜମ୍ମୁ-କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ୍‌ ହମିଦ୍‌ କାରା କହିଛନ୍ତି, ଦୋକାନୀମାନଙ୍କ ଉପରେ ଗ୍ରେନେଡ୍‌ ଆକ୍ରମଣ ଦୁର୍ଭାଗ୍ୟଜନକ। ଏଭଳି ଅମାନବୀୟ ଆକ୍ରମଣକୁ ରୋକିବା ପାଇଁ ପୋଲିସ ତୁରନ୍ତ ପଦକ୍ଷେପ ନେବା ଉଚିତ, ଯଦ୍ଦ୍ବାରା ସାଧାରଣ ଲୋକେ ନିର୍ଭରରେ ବିଚରଣ କରିପାରିବେ। ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଏକାଧିକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଆକ୍ରମଣକୁ ନିନ୍ଦା କରିଛନ୍ତି। କିଛିଦିନ ହେଲା ଉପତ୍ୟକାରେ ଆକ୍ରମଣ ଖବରର ଶିରୋନାମା ମଣ୍ଡନ କରିଆସୁଛି। ଆଜି ଶ୍ରୀନଗର ରବିବାର ବଜାରରେ ନିରୀହ ଦୋକାନୀଙ୍କୁ ଗ୍ରେନେଡ୍‌ ମାଡ଼ ବିଚଳିତ କରିଦେଇଛି। ସାଧାରଣ ଜନତାଙ୍କୁ ଟାର୍ଗେଟ କରିବାର କୌଣସି ଯଥାର୍ଥତା ନାହିଁ। ସୁରକ୍ଷା ବଳ ଏହାକୁ ରୋକିବା ପାଇଁ ଯଥାଶୀଘ୍ର ସମ୍ଭବ ଜରୁରୀ ପଦକ୍ଷେପ ନେବା ଉଚିତ।

ସରକାର, ସେନା ପାଇଁ ବଡ଼ ଚ୍ୟାଲେଞ୍ଜ

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ୱୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ସେବେଠୁ କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷା କେନ୍ଦ୍ର ହାତରେ ରହିଛି। ଅକ୍ଟୋବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ପରେ ମଧ୍ୟ ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ଦାୟିତ୍ୱ ନିର୍ବାଚିତ ସରକାର ଅଧୀନରେ ନାହିଁ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆତଙ୍କବାଦ ନିଶ୍ଚିହ୍ନ ହୋଇଯିବ ବୋଲି ପୂର୍ବରୁ ଦାବି କରିଥିବା କେନ୍ଦ୍ର ପାଇଁ ଉପତ୍ୟକାର ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ଦୌରାମତ୍‌ୟ ଭାରତୀୟ ସେନା ପାଇଁ ମଧ୍ୟ ଏକ ଆହ୍ବାନ ପାଲଟିଛି। ଏହି ଦୃଷ୍ଟିରୁ ଗତ କିଛିଦିନ ଭିତରେ ଘଟିଥିବା କେତୋଟି ଆତଙ୍କବାଦୀ ଆକ୍ରମଣର ଅବତାରଣା ଏଠାରେ କରାଗଲା।
ନଭେମ୍ବର ୨: ବଡ଼ଗାମ୍‌ ଜିଲାରେ ଜଳଶକ୍ତି ବିଭାଗ ଅଧୀନ ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଉତ୍ତରପ୍ରଦେଶ ଶାହରନ୍‌ପୁର ଅଞ୍ଚଳର ଫିୟାନ୍‌ ଓ ଉସ୍‌ମାନ ମଲିକ୍‌ ଆହତ ହୋଇଥିଲେ।
ଅକ୍ଟୋବର ୨୪: ଗୁଲମର୍ଗରେ ଆତଙ୍କବାଦୀମାନେ ସେନା ଭ୍ୟାନ୍‌କୁ ଆକ୍ରମଣ କରିଥିଲେ। ଏଥିରେ ୨ ଯବାନ ଶହୀଦ ହୋଇଥିବାବେଳେ ୨ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ଅକ୍ଟୋବର ୨୦: ଗନ୍ଦେରବଲ ସୋନମାର୍ଗରେ ଏକ ନିର୍ମାଣାଧୀନ ଟନେଲରେ ନିୟୋଜିତ ଟିମ୍‌ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍‌କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ ନିହତ ହୋଇଥିଲେ।
ଅକ୍ଟୋବର ୧୮: ଶୋପିଆନ୍‌ ଜିଲା ଜୈନପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଜଣେ ବିହାରୀ ଶ୍ରମିକଙ୍କ ମୃତଦେହ ଠାବ ହୋଇଥିଲା।
ଅକ୍ଟୋବର ୯: ଅନନ୍ତନାଗରେ ଆତଙ୍କବାଦୀମାନେ ଟେରିଟୋରିଆଲ୍‌ ଆର୍ମିର ଯବାନଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri