ପାକିସ୍ତାନରେ ଆତଙ୍କବାଦ

ଏହା ନିଃସନ୍ଦେହ ଯେ, ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିଛି। ବିଶ୍ୱରେ ଊଣା ଅଧିକେ ପ୍ରାୟ ସମସ୍ତ ଦେଶ ଏହାର ଶିକାର ହେଉଛନ୍ତି। ନିକଟରେ ଗ୍ଲୋବାଲ ଟେରରିଜମ୍‌ ଇଣ୍ଡେକ୍ସ ୨୦୨୫ ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବିଶ୍ୱର ୯୯.୭ ପ୍ରତିଶତ ଲୋକସଂଖ୍ୟା ଥିବା ୧୬୩ଟି ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଥିଲା। ରିପୋର୍ଟରେ ବୁର୍କିନା ଫାସୋ ଆତଙ୍କବାଦ ପ୍ରଭାବିତ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ପାକିସ୍ତାନ ଦ୍ୱିତୀୟ, ସିରିଆ ତୃତୀୟ ମାଲି ଚତୁର୍ଥ, ନିଗେର ପଞ୍ଚମ, ନାଇଜେରିଆ ଷଷ୍ଠ ସ୍ଥାନରେ ଏବଂ ଭାରତ ଚତୁର୍ଦ୍ଦଶ ସ୍ଥାନରେ ରହିଛି। ସେହିପରି ଭାରତର ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନ ନବମ ସ୍ଥାନରେ ଅଛି। କହିବା ବାହୁଲ୍ୟ ଯେ, ଭାରତର ପଡ଼ୋଶୀ ପାକିସ୍ତାନ ୨୦୨୪ ରିପୋର୍ଟରେ ତାଲିକାର ଚତୁର୍ଥ ସ୍ଥାନରେ ଥିବାବେଳେ ଚଳିତଥର ଆଉ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସ୍ପଷ୍ଟ ସଙ୍କେତ ପ୍ରଦାନ କରେ। ପାକିସ୍ତାନର ତେହେରିକ-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି), ବେଲୁଚି ଲିବରେଶନ ଆର୍ମି (ବିଏଲ୍‌ଏ), ଲସ୍କର-ଇ-ତୋଇବା (ଏଲ୍‌ଇଟି) ସମେତ ବହୁ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ରେ ପାକିସ୍ତାନରେ ଯେତିକି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା, ୨୦୨୪ରେ ତାହାଠାରୁ ଅଧିକ ୪୫ପ୍ରତିଶତ ଘଟଣା ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ୨୦୨୩ରେ ୫୧୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ଏହି ସଂଖ୍ୟା ୧୦୯୯କୁ ବୃଦ୍ଧି ପାଇଥିଲା। ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବାବେଳେ ଟିଟିପି ସବୁଠାରୁ ଅଧିକ ଘାତକ ସଂଗଠନ ଭାବେ ଉଭାହୋଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ବ୍ୟକ୍ତି ପ୍ରାଣ ହରାଇଥିଲେ ସେଥିମଧ୍ୟରୁ ୫୨ପ୍ରତିଶତ ମୃତ୍ୟୁ ଟିଟିପି ଦ୍ୱାରା ହୋଇଥିଲା।
ଏଇ ନିକଟରେ ପାକିସ୍ତାନର ବେଲୁଚିସ୍ଥାନରେ ବିଏଲ୍‌ଏ ଆତଙ୍କବାଦୀ ସଂଗଠନ ଦ୍ୱାରା ଏକ ଯାତ୍ରୀବାହୀ ଟ୍ରେନ୍‌କୁ ଅପହରଣ କରି ଯାତ୍ରୀମାନଙ୍କୁ ପଣବନ୍ଦୀ ରଖିବା ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଏଥିରେ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସହ ଅନେକ ସେନା କର୍ମଚାରୀ ଓ ପଣବନ୍ଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ସେହିପରି ୨୦୨୩ରେ ବିଶ୍ୱରେ ଯେତିକି ଲୋକଙ୍କ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିଲା, ୨୦୨୪ରେ ତା’ଠାରୁ ଅଧିକ ୧୧ପ୍ରତିଶତ ମୃତ୍ୟୁ ଘଟିଥିଲା। ତେବେ ପାକିସ୍ତାନଠାରୁ ଅଧିକ ସଂଖ୍ୟକ ଆତଙ୍କବାଦୀ ଆକ୍ରମଣ ଘଟଣା ବୁର୍କିନା ଫାସୋରେ ଘଟିଛି। ଯେଉଁଠାରେ ଇସ୍‌ଲାମିକ୍‌ ଷ୍ଟେଟ ମୃତ୍ୟୁ ଏବଂ ଆତଙ୍କର ତାଣ୍ଡବ ରଚିଛି। ଏହା ନିଃସନ୍ଦେହ ଯେ, ଇସ୍‌ଲାମିକ୍‌ ଷ୍ଟେଟ(ଆଇଏସ୍‌) ବିଶ୍ୱର ସବୁଠାରୁ ବିପଜ୍ଜନକ ଆତଙ୍କବାଦୀ ସଂଗଠନ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଆତଙ୍କବାଦ ଘଟଣା, ମୃତ୍ୟୁ, ଆହତଙ୍କ ସଂଖ୍ୟା ଏବଂ ପଣବନ୍ଦୀ ଆଦି ଚାରୋଟି ସୂଚନାକୁ ନେଇ ଗୋବ୍ଲାଲ ଟେରରିଜମ୍‌ ଇଣ୍ଡେକ୍ସ (ଜିଟିଆଇ) ପ୍ରସ୍ତୁତ କରାଯାଇଛି। ଏଥିରେ ଆତଙ୍କବାଦ ଏବେ କେବଳ ଗୋଟିଏ ଦୁଇଟି ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଗୁରୁଧମକ ସୃଷ୍ଟି କରିଛି ବୋଲି କୁହାଯାଇଛି।
ଆମ ଦେଶରେ ଆତଙ୍କବାଦ ଆଶାତୀତ ଭାବେ ହ୍ରାସ ପାଇଛି। ଏହା ସତ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ହ୍ରାସ ପାଇଛି। ଏହା ସତ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ନବେ ଦଶକରୁ ଭାରତରେ ଧ୍ୱଂସ ଓ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିଲା। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦ ଜରିଆରେ ଛାୟାଯୁଦ୍ଧ ଚଳାଇଥିଲା। ମାତ୍ର ପରିସ୍ଥିତି ଏବେ ବଦଳି ଯାଇଛି। ଭାରତର କଠୋର କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାକସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସେନାର ସର୍ଜିକାଲ ଷ୍ଟା୍ରଇକ ପରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପାକିସ୍ତାନରେ ଏବେ ଯେଭଳି ଆତଙ୍କବାଦୀଙ୍କ ହିଂସାକାଣ୍ଡ ଘଟୁଛି, ତାହା ତୁଳନାରେ ଭାରତରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କିଛି ନୁହେଁ ବୋଲି କହିଲେ ଅତିରଞ୍ଜିତ ହୋଇ ନ ପାରେ। ତେବେ ଏତିକି କୁହାଯାଇପାରେ ଯିଏ ଅନ୍ୟପାଇଁ ଗାତ ଖୋଳେ ସିଏ ହିଁ ସେହି ଗାତରେ ପଡ଼େ।

ସୌଭାଗ୍ୟ ରଞ୍ଜନ ମହାନ୍ତି
ଗାଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ମୋ:୭୯୭୮୬୬୬୪୦୩


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri