ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ

ଇସଲାମାବାଦ୍‌,୧୭।୭: ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ପାକିସ୍ତାନୀ ସେନା ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି BLA ପକ୍ଷରୁ କୁହାଯାଇଛି।

ପାକ ସେନା ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ ଆର୍ମି ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, କ୍ୱେଟାରେ, BLAର ସ୍ବତନ୍ତ୍ର ୟୁନିଟ ଫତାହ ସ୍କ୍ବାଡ ପାକିସ୍ତାନୀ ସୈନିକମାନଙ୍କୁ ନେଇଯାଉଥିବା ବସ୍‌କୁ IED ସାହାଯ୍ୟରେ ଟାର୍ଗେଟ କରିଛି। ବାଲୁଚ ଲିବରେସନ ଆର୍ମି ଏହାର ୟୁନିଟ ZIRABରୁ ଗୋଇନ୍ଦା ସୂଚନା ପାଇବା ପରେ ଏହା କରିଛି। ZIRAB ଲଗାତାର ପାକ ସେନାକୁ ନେଇଯାଉଥିବା ବସ ଉପରେ ନଜର ରଖିଥିଲା। ବସ୍‌ଟି କରାଚୀରୁ କ୍ୱେଟା ଯାଉଥିଲା।

ପାକିସ୍ତାନୀ ସୈନିକମାନଙ୍କୁ ନେଇ ଯାଉଥିବା ବସ୍‌ରେ କୱାଲି ଗାୟକ ଥିଲେ। BLA କହିଛି ଯେ, କୱାଲି ଗାୟକଙ୍କୁ ଟାର୍ଗେଟ କରିବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା, ତେଣୁ ସେମାନଙ୍କ ସହିତ କିଛି କରାଯାଇ ନ ଥିଲା। BLA ପୂର୍ବରୁ ଅନେକ ଥର ପାକିସ୍ତାନ ଉପରେ ଆକ୍ରମଣ କରିଛି। ଏହା ନିକଟରେ କ୍ୱେଟାର ହଜାରୀ ଗାଞ୍ଜୀ ଅଞ୍ଚଳରେ IED ସାହାଯ୍ୟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆକ୍ରମଣରେ ପାକିସ୍ତାନୀ ସେନାର ଏକ ଗାଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri