ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନିମାପଡ଼ା, ୪ା୬(ଡି.ଏନ୍‌.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା ବାଣ ସବୁ ବିସ୍ଫୋରଣ ଘଟି ୫ବଖରା ଗୃହ ଓ ପାଚେରି ଭାଙ୍ଗିରୁଜି ଧୂଳିସାତ ହୋଇଯାଇଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ହୋଇଥିଲା ଯେ ଚାରିଛକ ବଜାର, ମେଡିକାଲ ଛକ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ବ୍ୟବସାୟୀ, ସ୍ଥାନୀୟ ଲୋକମାନେ ଦୋକାନ ଘର ଛାଡ଼ି ଭୟଭୀତ ହୋଇ ଯିଏ ଯେଉଁଠି ପାଇଲେ ଦୌଡ଼ିଥିଲେ। ବିସ୍ଫୋରଣ ଯୋଗୁ ଚାରିଛକ ଅଞ୍ଚଳ କିଛି ସମୟ ଧୂଅଁାମୟ ହୋଇ ଉଠିଥିବାବେଳେ ଏହାର ଶବ୍ଦ ପ୍ରାୟ ୨ କିଲୋମିଟର ଯାଏଁ ଶୁଣାଯାଇଥିଲା। ବାଣଗୋଦାମ ନିକଟରେ ଥିବା କେତେଜଣ ବ୍ୟକ୍ତିଙ୍କ ଘରର କବାଟ, କାଚ ଝରକା ଆଦି ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଯାଇଛି। ଖବରପାଇ ନିମାପଡ଼ା, ନିଆଳି, ଗୋପ ଅଞ୍ଚଳର ୩ଟି ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ୬ଟି ଦମକଳ ସହ ବିସ୍ଫୋରଣ ସ୍ଥଳରେ ପହଞ୍ଚତ୍ ଦୀର୍ଘ ୨ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅଁାକୁ ଆୟତ୍ତ କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଚ୍ଛିତ ବାଣ, ବାରୁଦ, ବାଣ ତିଆରି ସାମଗ୍ରୀ ଆଦି ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ କାମ କରୁଥିବା ୪ଜଣ କର୍ମଚାରୀ ବାହାରକୁ ଚାଲିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି ଦାୟିତ୍ୱରେ ଥିବା ଗୋପ ଥାନା ଆଇଆଇସି ଉପେନ୍ଦ୍ର ନାୟକ, ନିମାପଡ଼ା ଥାନା ଏସ୍‌ଆଇ ପି.କେ.ଜୁଝାର ସିଂ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣ ପରେ ବାଣ ଗୋଦାମର ମାଲିକ, କାର୍ଯ୍ୟରତ କର୍ମଚାରୀମାନେ ଗୋଦାମ ଛାଡ଼ି ଫେରାର ହୋଇଯାଇଛନ୍ତି। ପରେ ଚାରିଛକ ଫାଣ୍ଡି ଅଧିକାରୀଙ୍କ ଅଭିଯୋଗକ୍ରମେ ନିମାପଡ଼ା ଥାନାରେ ଏହି ବାଣ ଗୋଦାମ ମାଲିକଙ୍କ ବିରୋଧରେ ଏକ ମାମଲା(ନଂ.୧୯୭/୨୧) ରୁଜୁ କରାଯାଇଥିବା ଏସ୍‌ଡିପିଓ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri