Posted inଜାତୀୟ

ଭୟାବହ ଧୂଳିଝଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ,୧୪ା୫:ମୁମ୍ବାଇରେ ସୋମବାର ଅପରାହ୍ନରେ ଭୟାବହ ଧୂଳିଝଡ଼ରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଲାଗିଥିବା ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫୯ ଜଣ ଆହତ ହୋଇଥିଲେ। ୬୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ପୋଲିସ ସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଲ୍‌ବୋର୍ଡଟି ପେଟ୍ରୋଲ ପମ୍ପର ମଧ୍ୟଭାଗରେ ଖସିପଡ଼ିବାରୁ ବହୁ ଲୋକ ଏହା ତଳେ ଚାପିହୋଇ ଯାଇଥିଲେ। ବିଲ୍‌ବୋର୍ଡର ଧାତବ ଫ୍ରେମ୍‌ ସେଠାରେ ଥିବା କେତେକ କାର୍‌ର ଛାତକୁ କ୍ଷତିଗ୍ରସ୍ତ କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଛନ୍ତି। ବିଲ୍‌ବୋର୍ଡ ଲଗାଇଥିବା ଇଗୋ ମିଡିଆର ମାଲିକ ଭବେଶ ଭିଣ୍ଡେ ଓ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ବେଆଇନ ଭାବେ ଓ ବିନା ଅନୁମତିରେ ଉକ୍ତ ବିଲ୍‌ବୋର୍ଡ ଲଗାଯାଇଥିଲା ବୋଲି ପ୍ରଶାସନ କହିଛି। ଘଟଣାସ୍ଥଳରେ ଲାଗିଥିବା ଅନ୍ୟ ୩ଟି ବିଲ୍‌ବୋର୍ଡ ତୁରନ୍ତ ହଟାଇବା ପାଇଁ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବିଜ୍ଞାପନ ସଂସ୍ଥାକୁ ନୋଟିସ୍‌ ଜାରି କରିଛି।
ସେହିପରି ଓ୍ବାଡଲା ଅଞ୍ଚଳରେ ଧୂଳିଝଡ଼ ବେଳେ ଏକ ନିର୍ମାଣାଧୀନ ମେଟାଲ ପାର୍କିଂ ଟାଓ୍ବାର ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହେବା ସହ କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ବାନ୍ଦ୍ରାରେ ଗଛ ଡାଳ ପଡ଼ି ଜଣେ ପ୍ରାଣ ହରାଇବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଧୂଳିଝଡ଼ ଯୋଗୁ ପରିବହନ ବାଧାପ୍ରାପ୍ତ ହେବା ସହ ବିମାନ ଚଳାଚଳ ସ୍ଥଗିତ ରହିଛି। ୧୫ ବିମାନକୁ ଅନ୍ୟ ଏୟାରପୋର୍ଟକୁ ପଠାଯାଇଥିଲା। ଝଡ଼ରେ ଅନେକ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଭିନ୍ନ ଅଞ୍ଚଳ ଅନ୍ଧାରରେ ରହିଛି। ଧୂଳିଝଡ଼ ଯୋଗୁ ଆକାଶ ଅନ୍ଧକାର ହୋଇଯାଇଥିଲା। ଫଳରେ ଲୋକାଲ ଟ୍ରେନ୍‌ ସମେତ ମେଟ୍ରୋ ନେଟ୍‌ଓ୍ବର୍କ ଏବଂ ଏୟାରପୋର୍ଟ ସେବା ସାମୟିକ ବନ୍ଦ କରିଦିଆଯାଇଥିଲା। ଅଧିକ ଦୂର ପର୍ଯ୍ୟନ୍ତ ଦୃଶ୍ୟ ନ ହେବାରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ୬୬ ମିନିଟ ବନ୍ଦ ରହିଥିଲା। ଅଦିନିଆ ବର୍ଷା ଯୋଗୁ ଗରମରୁ ମୁକ୍ତି ମିଳିଥିବାବେଳେ ବିଜୁଳି ସରବରାହ ବନ୍ଦ ହୋଇଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri