Posted inଜାତୀୟ

ଭୟାବହ ଧୂଳିଝଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ,୧୪ା୫:ମୁମ୍ବାଇରେ ସୋମବାର ଅପରାହ୍ନରେ ଭୟାବହ ଧୂଳିଝଡ଼ରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଲାଗିଥିବା ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫୯ ଜଣ ଆହତ ହୋଇଥିଲେ। ୬୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ପୋଲିସ ସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଲ୍‌ବୋର୍ଡଟି ପେଟ୍ରୋଲ ପମ୍ପର ମଧ୍ୟଭାଗରେ ଖସିପଡ଼ିବାରୁ ବହୁ ଲୋକ ଏହା ତଳେ ଚାପିହୋଇ ଯାଇଥିଲେ। ବିଲ୍‌ବୋର୍ଡର ଧାତବ ଫ୍ରେମ୍‌ ସେଠାରେ ଥିବା କେତେକ କାର୍‌ର ଛାତକୁ କ୍ଷତିଗ୍ରସ୍ତ କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଛନ୍ତି। ବିଲ୍‌ବୋର୍ଡ ଲଗାଇଥିବା ଇଗୋ ମିଡିଆର ମାଲିକ ଭବେଶ ଭିଣ୍ଡେ ଓ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ବେଆଇନ ଭାବେ ଓ ବିନା ଅନୁମତିରେ ଉକ୍ତ ବିଲ୍‌ବୋର୍ଡ ଲଗାଯାଇଥିଲା ବୋଲି ପ୍ରଶାସନ କହିଛି। ଘଟଣାସ୍ଥଳରେ ଲାଗିଥିବା ଅନ୍ୟ ୩ଟି ବିଲ୍‌ବୋର୍ଡ ତୁରନ୍ତ ହଟାଇବା ପାଇଁ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବିଜ୍ଞାପନ ସଂସ୍ଥାକୁ ନୋଟିସ୍‌ ଜାରି କରିଛି।
ସେହିପରି ଓ୍ବାଡଲା ଅଞ୍ଚଳରେ ଧୂଳିଝଡ଼ ବେଳେ ଏକ ନିର୍ମାଣାଧୀନ ମେଟାଲ ପାର୍କିଂ ଟାଓ୍ବାର ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହେବା ସହ କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ବାନ୍ଦ୍ରାରେ ଗଛ ଡାଳ ପଡ଼ି ଜଣେ ପ୍ରାଣ ହରାଇବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଧୂଳିଝଡ଼ ଯୋଗୁ ପରିବହନ ବାଧାପ୍ରାପ୍ତ ହେବା ସହ ବିମାନ ଚଳାଚଳ ସ୍ଥଗିତ ରହିଛି। ୧୫ ବିମାନକୁ ଅନ୍ୟ ଏୟାରପୋର୍ଟକୁ ପଠାଯାଇଥିଲା। ଝଡ଼ରେ ଅନେକ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଭିନ୍ନ ଅଞ୍ଚଳ ଅନ୍ଧାରରେ ରହିଛି। ଧୂଳିଝଡ଼ ଯୋଗୁ ଆକାଶ ଅନ୍ଧକାର ହୋଇଯାଇଥିଲା। ଫଳରେ ଲୋକାଲ ଟ୍ରେନ୍‌ ସମେତ ମେଟ୍ରୋ ନେଟ୍‌ଓ୍ବର୍କ ଏବଂ ଏୟାରପୋର୍ଟ ସେବା ସାମୟିକ ବନ୍ଦ କରିଦିଆଯାଇଥିଲା। ଅଧିକ ଦୂର ପର୍ଯ୍ୟନ୍ତ ଦୃଶ୍ୟ ନ ହେବାରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ୬୬ ମିନିଟ ବନ୍ଦ ରହିଥିଲା। ଅଦିନିଆ ବର୍ଷା ଯୋଗୁ ଗରମରୁ ମୁକ୍ତି ମିଳିଥିବାବେଳେ ବିଜୁଳି ସରବରାହ ବନ୍ଦ ହୋଇଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri