ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର, ୨୦।୫ (ସ୍ବ.ପ୍ର.)-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବିକ୍ରିବଟା କରି ନ ପାରି ପ୍ରସ୍ତୁତ ସାମଗ୍ରୀ ଧରି ବସିଛନ୍ତି ଟେରାକୋଟା ଶିଳ୍ପୀ ତଥା ପ୍ରଶିକ୍ଷକ ଗୌରଚନ୍ଦ୍ର ବେହେରା। ରାଜଧାନୀ ତଥା ଅନ୍ୟ ଅଞ୍ଚଳରେ ମେଳା ବା ପ୍ରଦର୍ଶନୀ ପାଇଁ ଭୁବନେଶ୍ୱର ଯାଇ ପାରିଲୁ ନାହିଁ। ଏଣୁ ପୂର୍ବ ବର୍ଷ ଭଳି ସେସବୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବେ ଓ କିଛି ଉପାର୍ଜନ କରିବାକୁ ଆଶା ରଖିଥିବା ଆଶା ମଉଳିଯାଇଛି ା କିନ୍ତୁ ଗତ ବର୍ଷ କରୋନା ମହାମାରୀ ଦାଉ ସାଜିଲା। ଶେଷ ବେଳକୁ ପରିସ୍ଥିତି ସୁଧୁରିବା ଆଶା ରଖିଥିଲେ। କିନ୍ତୁ ପୁଣି ଦ୍ୱିତୀୟ ଲହର କରୋନା କଟକଣା ଯୋଗୁ ଚଳିତବର୍ଷ ମଧ୍ୟ ସବୁ ବନ୍ଦ ହୋଇଗଲା। ବହୁ ଅର୍ଥ ଖର୍ଚ୍ଚ କରି ମନଲଗାଇ ଏବଂ ପରିଶ୍ରମ କରି ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ସାମଗ୍ରୀ ତିଆରି କରିଥିଲି। ଘରେ ସାଇତି ରଖିବାକୁ ସ୍ଥାନ ନାହିଁ। କିନ୍ତୁ ଏବେ ପ୍ରସ୍ତୁତ ସାମଗ୍ରୀ ଖରାପ ହୋଇ ଭାଙ୍ଗି ଗଲାଣି ବୋଲି କହିଛନ୍ତି ଗୌରଚନ୍ଦ୍ର (୬୫)।
ପରିଣତ ବୟସରେ ମଧ୍ୟ ନିଜର କୌଳିକବୃତ୍ତି ହାଣ୍ଡିକଳସୀ କାମ ତଥା ପରବର୍ତ୍ତୀ ସମୟରେ ତାଲିମ ନେଇ ଶିଖିଥିବା ଟେରାକୋଟା କଳାକୁ ଛାଡି ପାରୁନଥିବା ଗୌରହରି ଭଳି ଅନେକ କାରିଗର କରୋନା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସଦର ବ୍ଲକ ଟିକର ପଡା ଗ୍ରାମରେ ଗୌରହରିଙ୍କ ଘର। ଷଷ୍ଠ ଯାଏ ପାଠ ପଢା ଛାଡିଦେଇ ପରିବାରର କୌଳିକ ବୃତ୍ତି ମାଟି କାମ କରିଆସୁଥିଲେ ହେଁ ୧୯୮୦ ମସିହାରୁ ଶିଳ୍ପୀ ଭାବରେ ମାଟି କାମ କରିଆସୁଛନ୍ତି। ପରବର୍ତ୍ତୀ ସମୟରେ ୧୯୮୫ରୁ ଟେରାକୋଟା କାମ କରିଆସୁଛନ୍ତି। ନିଜେ ବିଭିନ୍ନ ରଙ୍ଗବେରଙ୍ଗ ସାମଗ୍ରୀ ବିକିବା ସହ ବିଭିନ୍ନ ସ୍ଥାନ ଯାଇ ଆଗ୍ରହୀ ଶିଳ୍ପୀ ମାନଙ୍କୁ ତାଲିମ ଦେଇଆସୁଛନ୍ତି ା ତେବେ ଏହି ବୟସରେ ମଧ୍ୟ ସେ ଥକିଯାଇନାହାନ୍ତି ବୋଲି କୁହନ୍ତି। ସରକାରଙ୍କ ତରଫରୁ ସେଭଳି ପ୍ରୋତ୍ସାହନ ମୂଳକ ସହାୟତା କିମ୍ବା ସହଯୋଗ ପାଇପାରିନାହାନ୍ତି। ତିନି ପୁଅ। ସ୍ତ୍ରୀ ସୁଲୋଚନା ଘରେ ରହି ତାଙ୍କୁ ସହାୟତା କରନ୍ତି। ବିଭିନ୍ନ ପ୍ରକାରର ସୋ ମାଟି ସାମଗ୍ରି, ହାଣ୍ଡ. ଫୁଲଦାନୀ, କଇଁଛ, ରାଧାକୃଷ୍ନ, ଶିବ, ଲକ୍ଷ୍ମୀ, ଗଣେଷ ଆଦି ମୂର୍ତି, ମ୍ୟୁଜିକସେଟ, ଚିତ୍ରପଟ୍ଟ ଆଦି ତିଆରି କରିବା ସହ ଦୀପାବଳୀ ସମୟରେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଦୀପ ତିଆରି କରି ବିକିଆସୁଛନ୍ତି। ତେବେ ବଜାରର ଅଭାବ ଯୋଗୁ ଏଣେ ତେଣେ ବୁଲି ବିକିବାକୁ ପଡେ ା ଏସବୁ ସୌଖୀନ ସାମଗ୍ରୀ ଲୋକାଲ ଏରିଆରେ ବିକ୍ରି ହେଉ ନାହିଁ। ଏଣୁ ମେଳା, ପ୍ରଦର୍ଶନୀ ଉପରେ ନିର୍ଭର କରିବାକୁ ପଡିଥାଏ ା ଏପରିକି ଜିଲା ମୁଖ୍ୟାଳୟରେ ଏହି ସବୁ ର ବିକ୍ରିବଟା କରିବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଦୋକାନ ବ୍ୟବସ୍ଥା ମଧ୍ୟ ନାହିଁ। ଉକ୍ତ ଗ୍ରାମରେ ୧୪୦ ପରିବାର ମଧ୍ୟରୁ ପାଖାପାଖି ୪୦ ଘର ସାଧାରଣ ମାଟି ହାଣ୍ଡି, କଳସୀ ଆଦି କାମ କରୁଥିବା ବେଳେ ତାଙ୍କ ପରିବାର ଟେରାକୋଟା କାମ କରୁଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଟେରାକୋଟା କାମ କରୁଥିଲେ ହେଁ ଏବେ କରନା ସମୟରେ ହାତବାନ୍ଧି ଦୁଃଖ ଦୁର୍ଦ୍ଦଶାରେ କାରିଗରମାନେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri