ତେରଗାଁ ବ୍ରହ୍ମ ଅମଣିଆ ମଠ, ୩ ପଥରରେ ପୂଜା ପାଆନ୍ତି ଠାକୁର

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଉତ୍କଳୀୟ କଳାକୃତିର ଅନନ୍ୟ ଧର୍ମାନୁଷ୍ଠାନ, ମଠ ମନ୍ଦିରଗୁଡ଼ିକୁ ବିଧର୍ମୀ କଳାପାହାଡ଼ ଭାଙ୍ଗିରୁଜି ଦେଇଥିଲା। ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀରୁ ଚତୁର୍ଦ୍ଧା ମୂର୍ତ୍ତି ଦାରୁଦିଅଁଙ୍କୁ ଉଠାଇ ନେଇ କଳାପାହାଡ଼ ପଶ୍ଚିମବଙ୍ଗକୁ ପଳାଇଥିଲା। ସେଠାରେ ଗଙ୍ଗାନଦୀ କୂଳରେ ଦାରୁଦିଅଁଙ୍କୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କଳାପାହାଡ ଶରୀର ଜଳାପୋଡ଼ା ହେବାରୁ ବାଧ୍ୟହୋଇ ଅଧା ପୋଡ଼ା ଅବସ୍ଥାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଛାଡ଼ି ଉକ୍ତ ସ୍ଥାନରୁ ପଳାୟନ କରିଥିଲା ବୋଲି ଇତିହାସରୁ ଜଣାଯାଏ। ଏହି ସମୟରେ ଗୋପନରେ କିଛିଦୂରରେ ଥିବା ପ୍ରଭୁଙ୍କ ଭକ୍ତ ବିଷର ମହାନ୍ତି ଅଧା ପୋଡ଼ା ଚତୁର୍ଦ୍ଧା ମୂର୍ତ୍ତିରୁ ଯତ୍ନର ସହ ବ୍ରହ୍ମକୁ କାଢ଼ି ନିଜ ମୃଦଙ୍ଗ ଭିତରେ ରଖିଥିଲେ। ବିଷର ଛଦ୍ମ ବେଶରେ କଲିକତା-ପୁରୀ ମୁଖ୍ୟ ପଥରେ ନିଜକୁ ଅସୁରକ୍ଷିତ ମଣିଥିଲେ। ପଶ୍ଚିମବଙ୍ଗରୁ ବଙ୍ଗୋପସାଗର ସମୁଦ୍ର କୂଳେ କୂଳେ ଘଞ୍ଚ ଜଙ୍ଗଲରେ ପଦଯାତ୍ରା କରି ଭଜନ, ଜଣାଣ ଗାନ କରି କନିକାରେ ପହଞ୍ଚତ୍ ଥିଲେ। ପରେ ପଟ୍ଟାମୁଣ୍ଡାଇ କଖାରୁଣୀ ଗ୍ରାମରେ ରାତିରେ ବିଶ୍ରାମ ନେଇଥିଲେ। ବିଷର ମହାନ୍ତି ଯେଉଁଠି ବିଶ୍ରାମ ନେଇଥିଲେ, ସେହିଦିନଠାରୁ କଖାରୁଣୀ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ୩ ଠାକୁର ପୂଜା ପାଉଛନ୍ତି। ପରେ ମହାକାଳପଡ଼ାର ଲୁଣା ନଦୀ ସଂଲଗ୍ନ ସାମନ୍ତସିଂହାରପୁର-ତେରଗଁାଠାରେ ଅମଣିଆ ମଠରେ ବିଷର ବ୍ରହ୍ମକୁ ନେଇ ରଖିଥିଲେ। ସେବେଠାରୁ ତେରଗଁା ବ୍ରହ୍ମ ଅମଣିଆ ମଠରେ ଖୋଲା ଆକାଶ ତଳେ ପଥର ରୂପେ ୩ ଠାକୁର ପୂଜା ପାଉଥିବା ଦେଖିବାକୁ ମିଳେ। ଏଠାରେ ମୁଖ୍ୟତଃ ଦୋଳପୂର୍ଣ୍ଣିମାରେ ବଡ଼ ଉତ୍ସବ ପାଳନ କରାଯାଏ ବୋଲି ଗ୍ରାମର ମୁରବି ହରିହର ଦାସଙ୍କ ସମେତ ଅଞ୍ଚଳର ଲୋକ କହିଛନ୍ତି। ଏହି ଅଞ୍ଚଳଟି କୁଜଙ୍ଗ ଷଣ୍ଢ ବଂଶୀୟ ରାଜାଙ୍କ ଅଧୀନରେ ଥିଲା। ତେରଗଁା ଓ ସାମନ୍ତସିଂହାରପୁର ଗ୍ରାମରେ ଅମଣିଆ ମଠ ପାଇଁ ରାଜା ଦେଢ଼ ବାଟି ଜମି ଖଞ୍ଜି ଦେଇଥିଲେ। ଏବେ ବି କୁଜଙ୍ଗ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟରୁ ଗ୍ରାମର ଭାଗ ଚାଷୀମାନେ ଜମି ପାଉତି କାଟୁଥିବା କୁହାଯାଇଛି। ବିଷର ଏହି ଅମଣିଆ ମଠରେ ଅବସ୍ଥାନ ପରେ ଭୋରରୁ ଯଦୁପୁର-ନଳଦିଆ ଗହୀର ପାଟ ଦେଇ ଖୁରୁଶିଆ-ବାନ୍ଧକୁଦଠାରେ ବ୍ରହ୍ମକୁ ମହାନଦୀ ସଂଲଗ୍ନ ଏକ ଘଞ୍ଚ ବୃକ୍ଷ ମୂଳେ ରଖି ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଦିନଠାରୁ ଖୁରୁଶିଆ ବାନ୍ଧକୁଦଠାରେ ଗୁପ୍ତରେ ବ୍ରହ୍ମ ଅନନ୍ତକୁ ପୂଜା କରିଥିବାରୁ ଉକ୍ତ କ୍ଷେତ୍ରର ନାମ ମା’ ବ୍ରାହ୍ମଣୀ ରୂପେ ଦେବୀ ପୂଜା ପାଉଛନ୍ତି। ମା’ ବ୍ରାହ୍ମଣୀଙ୍କ ପୀଠରେ ପୋଡ଼ା ମାଛ ଭୋଗ ହୁଏ। ବର୍ଷରେ ବାର ପର୍ବ ସହ ତେର ଯାତ ହୋଇଥାଏ। ଏଥିସହ ମୁଖ୍ୟତଃ ଝାମୁଯାତ୍ରାରେ ଗହଳି ଲାଗିଯାଏ ବୋଲି ମୁଖ୍ୟ ସେବାୟତ ରଞ୍ଜନ କୁମାର ପଣ୍ଡା କହିଛନ୍ତି। ମା’ଙ୍କ ପାଇଁ ଷଣ୍ଢ ରାଜା ୨ ବାଟିରୁ ଅଧିକ ଚାଷ ଜମି ଖଞ୍ଜିଥିଲେ। ଏହି ଅଞ୍ଚଳରେ ମା’ ବ୍ରାହ୍ମଣୀ ପ୍ରତ୍ୟକ୍ଷ ଚଳନ୍ତି ଦେବୀ ରୂପେ ଦର୍ଶନ ଦିଅନ୍ତି ବୋଲି ବରିଷ୍ଠ ମୁରବି, ଶ୍ରଦ୍ଧାଳୁମାନେ କହିଛନ୍ତି। ପରେ କୁଜଙ୍ଗ ଷଣ୍ଢ ବଂଶୀୟ ରାଜା ଖବରପାଇ ଗଡ଼ କୁଜଙ୍ଗକୁ ବ୍ରହ୍ମକୁ ନେବା ପାଇଁ ଶରଣାପନ୍ନ ହୋଇଥିଲେ। ବିଷର ମହାନ୍ତି କୁଜଙ୍ଗକୁ ବ୍ରହ୍ମକୁ ନେଇ ପ୍ରଥମେ ମହାବୀର ମନ୍ଦିରରେ ରଖିଥିଲେ। ସେବେଠାରୁ ସ୍ବୟଂ ‘ବ୍ରହ୍ମ ଅନନ୍ତ’ ବିରାଜିତ ପରେ ପ୍ରାଚୀନ ପବିତ୍ର ସ୍ଥାନର ନାମ (ଅନନ୍ତପୁର ବା କୁଜଙ୍ଗ)ରେ ପ୍ରଭୁ କୁଞ୍ଜବିହାରୀ ରୂପେ ବିରାଜିତ। ଏ ହେଉଛି ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ପରମ୍ପରା ଭାବାବେଗ ସହିତ ଓଡ଼ିଆଙ୍କ ଆରାଧ୍ୟ ଦେବତା ଦାରୁଦିଅଁ ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଇତିହାସ। ପରେ ପୁରୀ ରାଜା ଖବରପାଇ ଦାରୁଦିଅଁଙ୍କୁ ନେବା ବ୍ୟବସ୍ଥା କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ଉକ୍ତ ପବିତ୍ର ଦୁଇଟି ତୀର୍ଥ କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri