ବରପାଲି,୧୫।୧୦(ଚିତ୍ତରଞ୍ଜନ ସାହୁ)- ବରଗଡ଼ ଜିଲା ବରପାଲି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀ ରୋହନ ମେହେର ସଭାପତି ନିର୍ବାଚିତ ହୋଇଛନ୍ତି। ଏହି ଫଳାଫଳ ଘୋଷଣା ପରେ ବରପାଲିରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଚାପା ଉତ୍ତେଜନା ଲାଗି ରହିଥିବାବେଳେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ତେବେ ଖବର ଲେଖା ହେବା ସମୟରେ ପୁନଃଭୋଟ ଗଣତି ଚାଲିଥିବା ସୂଚନା ମିଳିଛି।