Posted inଜାତୀୟ

ପିଓକେରେ ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ,୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଚାଇନା ଓ ପାକିସ୍ତାନକୁ ସଂଯୋଗ କରୁଥିବା ସିପିଇସି (ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର)ର ମୁଖ୍ୟ ଭାଗ କୋରାକୋରମ ରାଜପଥକୁ ୩ ଦିନ ହେଲା ଅବରୋଧ କରିଛନ୍ତି। ଫଳରେ ଏହି ପ୍ରମୁଖ ରାସ୍ତା ଦେଇ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶାସକ ଦଳ ପିଏମ୍‌ଏଲ୍‌(ଏନ୍‌) ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଆମଦାନୀ ଓ ରପ୍ତାନିକାରୀମାନେ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରିଆସୁଛନ୍ତି। ଏଭଳି ନୀତି ଶୋଷଣକାରୀ ଏବଂ ଅର୍ଥନୀତିର ହତ୍ୟାକାରୀ ବୋଲି ସେମାନେ ଅଭିହିତ କରିଛନ୍ତି। ସରକାର ଆତଙ୍କବାଦୀଙ୍କୁ କ୍ଷତିପୂରଣ ଦେଉଥିବାବେଳେ ବ୍ୟବସାୟୀମାନଙ୍କୁ ସହାୟତା କରିବାରେ ବିଫଳ ହୋଇଥିବା ଶେହବାଜଙ୍କ ଦଳର ଜଣେ ନେତା କହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି।
ବିକ୍ଷୋଭକାରୀଙ୍କ ସହ ହୁଞ୍ଜା, ଗିଲ୍‌ଗିଟ୍‌ ଓ ଅନ୍ୟ ସହରରୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସିଭିଲ ସୋସାଇଟି ସଦସ୍ୟମାନେ ସାମିଲ ହୋଇଛନ୍ତି। ଇସ୍‌ଲାମାବାଦ ପାକ୍‌ ଅଧିକୃତ କଶ୍ମୀରକୁ ଅବହେଳା କରୁଥିବାରୁ ଏହାର ଫଳ ସ୍ବରୂପ ସେଠାରେ ନିୟମିତ ବ୍ୟବଧାନରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ମାସେ ପୂର୍ବରୁ ଏକ ପ୍ରସ୍ତାବିତ ବିଲ୍‌କୁ ନେଇ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନରେ ଜୋର୍‌ଦାର ବିକ୍ଷୋଭ ହୋଇଥିଲା। ଉକ୍ତ ବିଲ୍‌ କାର୍ଯ୍ୟକାରୀ ହେଲେ ସେମାନଙ୍କ ଜମି ଓ ଉକ୍ତ ଅଞ୍ଚଳରୁ ଖଣିଜକୁ ସରକାର ନେଇଯିବା ସହ ଦୀର୍ଘଦିନ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସେମାନେ ଅଭିଯୋଗ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଏବଂ ଦରଦାମ୍‌ ବୃଦ୍ଧି ଲାଗିରହିଥିବାବେଳେ ୨୦୨୩ ଅକ୍ଟୋବରରେ ଭାରତର କାର୍‌ଗିଲକୁ ସଡ଼କ ପଥ ଖୋଲାଯିବା ଦାବିରେ ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri