Posted inଜାତୀୟ

ପିଓକେରେ ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ,୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଚାଇନା ଓ ପାକିସ୍ତାନକୁ ସଂଯୋଗ କରୁଥିବା ସିପିଇସି (ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର)ର ମୁଖ୍ୟ ଭାଗ କୋରାକୋରମ ରାଜପଥକୁ ୩ ଦିନ ହେଲା ଅବରୋଧ କରିଛନ୍ତି। ଫଳରେ ଏହି ପ୍ରମୁଖ ରାସ୍ତା ଦେଇ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶାସକ ଦଳ ପିଏମ୍‌ଏଲ୍‌(ଏନ୍‌) ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଆମଦାନୀ ଓ ରପ୍ତାନିକାରୀମାନେ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରିଆସୁଛନ୍ତି। ଏଭଳି ନୀତି ଶୋଷଣକାରୀ ଏବଂ ଅର୍ଥନୀତିର ହତ୍ୟାକାରୀ ବୋଲି ସେମାନେ ଅଭିହିତ କରିଛନ୍ତି। ସରକାର ଆତଙ୍କବାଦୀଙ୍କୁ କ୍ଷତିପୂରଣ ଦେଉଥିବାବେଳେ ବ୍ୟବସାୟୀମାନଙ୍କୁ ସହାୟତା କରିବାରେ ବିଫଳ ହୋଇଥିବା ଶେହବାଜଙ୍କ ଦଳର ଜଣେ ନେତା କହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି।
ବିକ୍ଷୋଭକାରୀଙ୍କ ସହ ହୁଞ୍ଜା, ଗିଲ୍‌ଗିଟ୍‌ ଓ ଅନ୍ୟ ସହରରୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସିଭିଲ ସୋସାଇଟି ସଦସ୍ୟମାନେ ସାମିଲ ହୋଇଛନ୍ତି। ଇସ୍‌ଲାମାବାଦ ପାକ୍‌ ଅଧିକୃତ କଶ୍ମୀରକୁ ଅବହେଳା କରୁଥିବାରୁ ଏହାର ଫଳ ସ୍ବରୂପ ସେଠାରେ ନିୟମିତ ବ୍ୟବଧାନରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ମାସେ ପୂର୍ବରୁ ଏକ ପ୍ରସ୍ତାବିତ ବିଲ୍‌କୁ ନେଇ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନରେ ଜୋର୍‌ଦାର ବିକ୍ଷୋଭ ହୋଇଥିଲା। ଉକ୍ତ ବିଲ୍‌ କାର୍ଯ୍ୟକାରୀ ହେଲେ ସେମାନଙ୍କ ଜମି ଓ ଉକ୍ତ ଅଞ୍ଚଳରୁ ଖଣିଜକୁ ସରକାର ନେଇଯିବା ସହ ଦୀର୍ଘଦିନ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସେମାନେ ଅଭିଯୋଗ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଏବଂ ଦରଦାମ୍‌ ବୃଦ୍ଧି ଲାଗିରହିଥିବାବେଳେ ୨୦୨୩ ଅକ୍ଟୋବରରେ ଭାରତର କାର୍‌ଗିଲକୁ ସଡ଼କ ପଥ ଖୋଲାଯିବା ଦାବିରେ ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?