ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା: ଭଦ୍ରକରେ ଖୁରାନିଆ

ଭଦ୍ରକ,୧।୧୦: ଭଦ୍ରକ ସ୍ଥିତି ଧିରେଧିରେ ସୁଧୁରିବାର ଲାଗିଛି। ପୂର୍ବରୁ ଗିରଫ ସଂଖ୍ୟା ୧୫ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୭ରେ ପହଞ୍ଚିଛି। ପୁରୁଣାବଜାର ଥାନାରୁ ୧୦ ଜଣ ଓ ଧାମନଗର ଥାନାରୁ ୧୨ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପକ୍ଷେ ଭଦ୍ରକ ଧାମନଗର ଯାଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ। ଭଦ୍ରକ ଧାମନଗରରେ ପହଞ୍ଚି ପୋଲିସ ଡିଜି ୱାଇ.ବି ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସହ ଆଲୋଚନା ହୋଇଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି।

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ଉତ୍ତେଜନା ଘଟଣାରେ ଆଉ ୧୨ଜଣଙ୍କୁ ରବିବାର ରାତିରେ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ପୁରୁଣାବଜାର ଓ ଧାମନଗର ଥାନାରେ ହୋଇଥିବା ମାମଲାରେ ମୋଟ ଗିରଫ ସଂଖ୍ୟା ୨୭ରେ ପହଞ୍ଚତ୍ଛି। ପୋଲିସକୁ ଆକ୍ରମଣ ନେଇ ପୁରୁଣାବଜାର ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୨୭୦/୨୪)ରେ ପୂର୍ବରୁ ୭ଜଣ ଗିରଫ ହୋଇଥିଲେ। ରବିବାର ରାତିରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ସେହିପରି ମାମଲା (ନଂ.୨୬୯/୨୪)ରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଥିଲା ବୋଲି ସୋମବାର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ୍‌ ନାୟକ ସୂଚନା ଦେଇଛନ୍ତି। ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛି। ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସକାଳେ ଓ ସନ୍ଧ୍ୟାରେ ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି। ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ଡିଆଇଜି କହିଥିଲେ।
ଧାମନଗର ବଜାରରେ ରାସ୍ତାରୋକୋ ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ରାତିରେ ୫ ଓ ସୋମବାର ଆଉ ୫ଜଣ ଗିରଫ ହୋଇଛନ୍ତି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାରେ ଧାମନଗର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି କହିଛନ୍ତି। ଧାମନଗର ଓ ଦୋବଲ ଅଞ୍ଚଳରେ ୬ ପ୍ଲାଟୁନ ଫୋର୍ସ ସହ ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। କେବଳ ବ୍ୟାଙ୍କ ଓ ଅଫିସିଆଲ କାର୍ଯ୍ୟରେ ଇଣ୍ଟରନେଟ ସେବା ଜାରି ରହିବ। ଏବେ ସୁଦ୍ଧା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସବୁଆଡ଼େ ପୋଲିସ ପକ୍ଷରୁ ଚେକିଂ କରାଯାଉଛି। ସୋମବଠାରୁ ଏସବୁ ଅଞ୍ଚଳରେ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଦୋକାନରେ ୩ରୁ ଅଧିକ ଲୋକ ରହିପାରିବେ ନାହିଁ ଏବଂ ଏସବୁ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଥିବା ପର୍ଯ୍ୟନ୍ତ ସପ୍ତାହିକ ହାଟ ବନ୍ଦ ରହିବ। ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ ସେବା ବନ୍ଦ ଓ ୧୬୩ ଧାରା ଲାଗୁ ବଢ଼ାଇ ଦିଆଯିବା ସହ ଆଗକୁ ଗିରଫ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଡିଆଇଜି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଏସ୍‌ପି ବାସୁଦେବ ସ୍ବାଇଁ, ଏସ୍‌ଡିପିଓ ତ୍ରିଲୋଚନ ସେଠୀ, ତହସିଲଦାର ଦୀପକ କୁମାର ଦାସ ଓ ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri