Posted inଖେଳ

ଏସିଆ କପ ପୂର୍ବରୁ ପାକିସ୍ତାନ ଟିମରେ ଉତ୍ତେଜନା, ୧୫ରୁ ଅଧିକ ଖେଳାଳିଙ୍କୁ ନୋଟିସ…

ଇସଲାମାବାଦ,୧୬।୮ : ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏହି ଏକଦିବସୀୟ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଦଳ ଘୋଷଣା କରି ସାରିଛି। ଏହି ସମୟରେ କ୍ରିକେଟ ଟିମରେ ଉତ୍ତେଜନା ଦେଖାଦେଇଛି। ଆମେରିକାରେ ଟି -୨୦ ଲିଗରେ ପ୍ରବେଶ କରିଥିବା ୧୫ ରୁ ଅଧିକ ଖେଳାଳିଙ୍କୁ ବୋର୍ଡ ନୋଟିସ ପଠାଇଛି। ଏହି ଖେଳାଳିମାନେ ବୋର୍ଡରୁ ଏନଓସି ନ ନେଇ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ।

ଏଥିରେ ଅନେକ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଅନ୍ତର୍ଭୁକ୍ତ। ଆମେରିକାରେ କ୍ରିକେଟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସମ୍ପ୍ରତି ପ୍ରଥମ ଥର ପାଇଁ ସେଠାରେ ଫ୍ରାଞ୍ଚାଇଜ ଟି -୨୦ ଲିଗ ମେଜର ଲିଗ କ୍ରିକେଟ ଆୟୋଜିତ ହୋଇଥିଲା ଏବଂ ଏହା ମଧ୍ୟ ବହୁତ ସଫଳ ହୋଇଥିଲା ।

ଯଦିଓ କିଛି ଖେଳାଳି ଦାବି କରିଛନ୍ତି ସେମାନେ ଆମେରିକାର ନାଗରିକତ୍ୱ ପାଇଛନ୍ତି। ଏଭଳି ପରିସ୍ଥିତିରେ, ସେମାନଙ୍କୁ ଏନଓସି ନେବା ପାଇଁ କୌଣସି ଆବଶ୍ୟକତା ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ଖେଳାଳିଙ୍କ ନାଗରିକତ୍ୱ କାଗଜପତ୍ର ମାଗିଥିଲେ, ଯାହାଫଳରେ ଜାତୀୟ ଦଳ କିମ୍ବା ଘରୋଇ ଦଳରେ ସେମାନଙ୍କର ଭବିଷ୍ୟତ ସ୍ଥିର ହୋଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଖେଳାଳିମାନେ ଏ ବିଷୟରେ କୌଣସି ଉତ୍ତର ଦେଇନାହାଁନ୍ତି ।

ସମ୍ପ୍ରତି ହ୍ୟୁଷ୍ଟନ ଓପନ ଟୁର୍ନାମେଣ୍ଟରେ ସୋହେବ ମାକସୁଦ, ଅର୍ଶଦ ଇକବାଲ, ଆରିଶ ଅଲି, ହୁସେନ ତଲାଟ, ଅଲି ଶାଫିକ, ଇମାଦ ବଟ, ଉସମାନ ଶେନୱାରୀ, ଉମାଇଦ ଆସିଫ, ଜିଶାନ ଆଶ୍ରାଫ, ସୈଫ ବଦର, ମୁଖର ଅହମ୍ମଦ ଏବଂ ନୋମାନ ଅନୱାର ପିସିବିରୁ ଏନଓସି ନେଇ ନାହାଁନ୍ତି। ସେହିଭଳି ସଲମାନ ଅର୍ଶଦ, ମୁସାଦିକ ଅହମ୍ମଦ, ଇମ୍ରାନ ଖାନ ଜୁନିଅର , ଅଲ୍ଳ ନାସିର ଏବଂ ହୁସେନ ତଲତ ମଧ୍ୟ ବୋର୍ଡରୁ ଅନୁମତି ନେଇ ନାହାନ୍ତି।

ଅନ୍ୟପକ୍ଷରେ ଫୱାଦ ଆଲାମ, ହାସନ ଖାନ, ଆସିଫ ମେହମୁଦ, ମୀର ହାମଜା, ଶାର୍ଜିଲ ଖାନ ଏବଂ ଅନୱାର ଅଲି ପିସିବିରୁ ଏନଓସି ନେଇଥିଲେ। ବିଦେଶୀ ଲିଗରେ ଅଂଶଗ୍ରହଣ କରିବା ପୂର୍ବରୁ ଏନଓସି ପାଇବା ପାଇଁ ପିସିବି ୧୦ ହଜାର ଡଲାର ଅର୍ଥାତ ପ୍ରାୟ ୮.୫ ଲକ୍ଷ ଟଙ୍କାର ସର୍ତ୍ତ ରଖିଥିଲା। ଏହି ରାଶି ଖେଳାଳିଙ୍କୁ ନୁହେଁ ବରଂ ତାଙ୍କ ଦଳକୁ ଦେବାକୁ ପଡିବ। ଯଦି କୌଣସି ଦଳ ଗୋଟିଏ ଖେଳାଳିଙ୍କ ପାଇଁ ଅନୁମତି ପାଆନ୍ତି ଏବଂ ତା’ପରେ ସେମାନେ ଅନ୍ୟ ଖେଳାଳୀଙ୍କୁ ସାଇନ କରନ୍ତି, ସେମାନଙ୍କୁ ଅତିରିକ୍ତ ୮.୫ ଲକ୍ଷ ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri