Posted inଖେଳ

କୋହଲିଙ୍କ ସହ ଖେଳିବାକୁ ଅପେକ୍ଷା କରିଛନ୍ତି ଟେନିସ ଲିଜେଣ୍ଡ ନୋଭାକ ଜୋକୋଭିକ

ନୂଆଦିଲ୍ଲୀ,୧୫।୧: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ‘ଅଷ୍ଟ୍ରେଲିୟ ଓପନ’ର ଠିକ ପୂର୍ବରୁ ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ସହ କ୍ରିକେଟ ଖେଳିଥିଲେ। ଟେନିସ କୋର୍ଟରେ ଦୁହେଁ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଜୋକୋଭିକ କ୍ରିକେଟ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଠାରେ ସେ ବିରାଟ କୋହଲିଙ୍କ ନାମ ମଧ୍ୟ ନେଇଥିଲେ। ଏହା ପରେ ଯେତେବେଳେ ବିରାଟଙ୍କୁ ଜୋକୋଭିକ ବିଷୟରେ ପଚରାଗଲା, ସେ ଏହି ଟେନିସ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ କହିଥିଲେ। ଏହି ସମୟରେ କୋହଲି ଜୋକୋଭିକ୍ଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। କୋହଲିଙ୍କ ଏହି ପ୍ରଶଂସା ପରେ ଜୋକୋଭିକ ବର୍ତ୍ତମାନ ବିରାଟଙ୍କୁ ଧନ୍ୟବାଦ ଦେଇଛନ୍ତି।
ଜୋକୋଭିକ ଏକ ଇନଷ୍ଟା ଷ୍ଟାଟସ ଶେୟାର କରିଛନ୍ତି। ଏହି ଷ୍ଟାଟସରେ ସେ ଭାରତୀୟ କ୍ରିକେଟ ଦଳର ଏକ ରିଲ୍ସ ଶେୟାର କରିଛନ୍ତି। ଏଥିରେ ବିରାଟ କୋହଲି ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ରିଲ୍ସ ଶେୟାର କରି ଜୋକୋଭିକ ଲେଖିଛନ୍ତି, ଏହି ସୁନ୍ଦର ଶବ୍ଦ ପାଇଁ ବିରାଟଙ୍କୁ ଧନ୍ୟବାଦ। ଆମେ ଏକାଠି ଖେଳିବା ଦିନକୁ ଅପେକ୍ଷା କରିଛି।
ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲି ବିସିସିଆଇ ଟିଭି ସହ ସାକ୍ଷାତକାରରେ ନୋଭାକ ଜୋକୋଭିକଙ୍କ ସହ ବନ୍ଧୁତା ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିରାଟ କୋହଲି କହିଥିଲେ, ମୁଁ ଇନଷ୍ଟାଗ୍ରାମରେ ନୋଭାକଙ୍କ ପ୍ରୋଫାଇଲକୁ ଦେଖୁଥିଲି। ତାଙ୍କୁ ମେସେଜ୍‌ ଦେବା ପାଇଁ ମୁଁ ଚାଟ ବକ୍ସ ଖୋଲି ଦେଖିଲି ଯେ ସେ ମୋତେ ମେସେଜ କରିସାରିଛନ୍ତି। ମୁଁ ପ୍ରଥମ ଥର ପାଇଁ ମୋର ଚାଟ ବକ୍ସ ଖୋଲିଲି। ତାଙ୍କର ମେସେଜ୍‌ ବହୁତ ଦିନ ପୂର୍ବରୁ ଆସିଥିଲା। ପ୍ରାରମ୍ଭରେ ମୁଁ ଭାବିଲି ଏହା ଏକ ନକଲି ଆଇଡିରୁ ଆସିଥାଇପାରେ, କିନ୍ତୁ ଯେତେବେଳେ ମୁଁ ପୁନର୍ବାର ଚେକ କଲି, ଦେଖିଲି ଯେ ରିଅଲ୍‌ ଆକାଉଣ୍ଟରୁ ବାର୍ତ୍ତା ଆସିଛି। ଏହା ପରେ ଆମର କଥାବାର୍ତ୍ତା ଆରମ୍ଭ ହେଲା। ସଫଳତା ପାଇଁ ଆମେ ପରସ୍ପରକୁ ଅଭିନନ୍ଦନ ଜଣାଉଛୁ।
ଏହା ପରେ ବିରାଟ ନୋଭାକଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ମୁଁ ତାଙ୍କୁ ବହୁତ ସମ୍ମାନ କରେ। ତାଙ୍କର ଟେନିସ କ୍ୟାରିୟର ଉଜ୍ଜ୍ୱଳ। ତାଙ୍କର ଫିଟନେସ ମୋତେ ସବୁବେଳେ ପ୍ରେରଣା ଦେଇଥାଏ। ଶେଷରେ ସେ ଜୋକୋଭିକଙ୍କୁ ଅଷ୍ଟ୍ରେଲୀୟ ଓପନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri