ପ୍ରଲୋଭନ କାମ ଦେଲାନି

ଭୁବନେଶ୍ବର,୮ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟରେ ଏକ ନୂତନ ବାତାବରଣ ସୃଷ୍ଟି କରିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୯୮୮୧ ଖଣ୍ଡ ଭୋଟ୍‌ରେ ହାରିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ସେହି ପରାଜୟ ଶାସକ ଦଳ ଭିତରେ ଚାପା ଉଲ୍ଲାସ ସୃଷ୍ଟି କରିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଶକ୍ତିଶାଳୀ ହୋଇପଡ଼ିଥିବା ହେତୁ ଦଳର ଟାଣୁଆ ନେତା ଓ କର୍ମୀ ନିଜକୁ ଅସହାୟ ମନେ କରିଆସୁଥିଲେ। ଦଳୀୟ ନେତାଙ୍କୁ ଦୁର୍ବ୍ୟବହାର କରୁଥିବା ଏହି ତଥାକଥିତ ଶକ୍ତିଶାଳୀ ଗୋଷ୍ଠୀ ଏବେ ଲୋକଙ୍କ ଦ୍ୱାରା ଆଦୃତ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ସେଥିପାଇଁ ନିଜକୁ ଦୁର୍ବଳ ଅନୁଭବ କରୁଥିବା ପୁରୁଖା ନେତାମାନେ ଏବେ ଆଶ୍ୱସ୍ତ ମନେ କରୁଛନ୍ତି ବୋଲି ଖୋଲାଖୋଲି କହୁଛନ୍ତି। ଶାସକ ଦଳର ବହୁ ନେତା ଏହି ଫଳାଫଳକୁ ନେଇ ବେଶ୍‌ ଉତ୍ସାହିତ ଥିବା କଥାକୁ ବର୍ତ୍ତମାନ ବିରୋଧୀ ମଧ୍ୟ ଇଙ୍ଗିତ କରିବା ଆରମ୍ଭ କରିଦେଲେଣି। ଅନ୍ୟପଟେ ପରାଜୟକୁ ନେଇ ସମୀକ୍ଷା ହେବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିବା ପରେ ଅଣଦେଖା ଅବସ୍ଥାରେ ଥିବା ଦଳୀୟ ନେତାଙ୍କୁ ଏହା ଆହୁରି ସୁହାଇଛି। ଶାସକ ଦଳର କୌଣସି ନେତା ସିଧାସଳଖ ନିଜ ଖୁସିକୁ ଜାହିର କରୁ ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନଙ୍କ ନିକଟରେ ଏହା ବ୍ୟକ୍ତ କରିବାରେ ଲାଗିପଡ଼ିଛନ୍ତି। ଅନ୍ୟପଟେ ଧାମନଗର ଫଳାଫଳ ପ୍ରକାଶ ପାଇବା ପୂର୍ବ ପର୍ଯ୍ୟନ୍ତ ଶାସକ ଦଳର ପ୍ରଦର୍ଶନ ନେଇ ବହୁ ବରିଷ୍ଠ ନେତା ରାଜଧାନୀରେ ରହି ଅଙ୍କକଷିବାରେ ଲାଗିପଡ଼ିଥିଲେ। ଧାମନଗର ପ୍ରଚାର ସମୟରେ ୩ ଯାଜପୁର ନେତାଙ୍କ ମଧ୍ୟରେ ସାଧାରଣରେ ମତାନ୍ତର ଏବଂ କଥା କଟାକଟି ବିଷୟ ନେଇ ଅନେକ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କଠାରୁ ୪୬୨୫ ଖଣ୍ଡ ଭୋଟ୍‌ରେ ଜିତିଥିଲେ। ଏହି ନିର୍ବାଚନରେ ବିଷ୍ଣୁ ସେଠୀ ମୋଟ୍‌ ୮୦,୧୧୧ ଖଣ୍ଡ ଭୋଟ୍‌ ପାଇଥିଲେ। ଯାହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୭.୪୭% ଅଟେ। ସେହିପରି ରାଜେନ୍ଦ୍ର ଦାସଙ୍କୁ ମୋଟ୍‌ ୭୫,୪୮୬ ଖଣ୍ଡ ଭୋଟ୍‌ ମିଳିଥିଲା। ଏହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୫.୬୭ ପ୍ରତିଶତ। ସେହିପରି କଂଗ୍ରେସ ଏହି ଆସନରୁ ବିଦ୍ୟାଧର ଜେନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ମୋଟ୍‌ ୭,୩୦୩ ଖଣ୍ଡ ଭୋଟ୍‌ ମିଳିଥିଲା, ଯାହା ମୋଟ୍‌ ଭୋଟ୍‌ ପ୍ରତିଶତର ୪.୪୨ % ହେବ।
ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଗତ ନଭେମ୍ବର ୩ ତାରିଖରେ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଏହାର ଫଳାଫଳ ପ୍ରକାଶ ପାଇଛି। ଏହି ଆସନରୁ ଭାଜପାର ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ଏହି ଆସନରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା।
ପ୍ରଲୋଭନ କାମ…
ଏହି ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ଉପନିର୍ବାଚନରେ ମୋଟ୍‌ ୧,୬୩,୬୮୨ ଖଣ୍ଡ ଭୋଟିଂ ହୋଇଥିଲା। ସେଥିରୁ ସୂର୍ଯ୍ୟବଂଶୀଙ୍କୁ ମୋଟ୍‌ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ଏହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୯.୦୯%। ଅବନ୍ତୀଙ୍କୁ ୭୦,୪୭୦ ଭୋଟ୍‌ ମିଳିଥିବା ବେଳେ ଏହା ମୋଟ୍‌ ଭୋଟ ପ୍ରତିଶତର ୪୩.୦୫ ପ୍ରତିଶତ। ସେହିପରି ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ୮,୧୫୩ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩,୫୬୧ ଖଣ୍ଡ ଭୋଟ୍‌ ମିଳିଛି। ଏହାସହ ନୋଟାରେ ୬୫୦ ଖଣ୍ଡ ଭୋଟ୍‌ ପଡ଼ିଛି। ରାଜେନ୍ଦ୍ର ୪.୯୮ ପ୍ରତିଶତ ଭୋଟ୍‌ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଭାଜପାର ଭୋଟ୍‌ ୧.୬୨ ପ୍ରତିଶତ ବଢ଼ିଥିବା ବେଳେ ବିଜେଡିର ୨.୬୨ ପ୍ରତିଶତ କମିଛି।
ନିର୍ବାଚନର ଏଭଳି ଫଳାଫଳ ଆସିବା ପରେ ରାଜନୈତିକ ମହଲରେ ଆଲୋଚନା ଯେ, କେବଳ ଟଙ୍କାରେ ନିର୍ବାଚନ ଜିତି ହେବନାହିଁ। ସେଥିପାଇଁ ଉପଯୁକ୍ତ ରାଜନୈତିକ କଳ ଦରକାର। ଯିଏ କି ଅର୍ଥର ପ୍ରଭାବ ଭୋଟରଙ୍କ ପାଖରେ ପହଞ୍ଚାଇପାରିବ। ସେଥିରେ ବିଜେଡି ଏଥର ବିଫଳ ହୋଇଛି। କାରଣ ଧାମନଗରରେ ଆଲୋଚନା, ସମ୍ପୃକ୍ତ ତଥାକଥିତ ଶକ୍ତିଶାଳୀ ନେତାମାନେ ସେହି ଟଙ୍କା ଖର୍ଚ୍ଚ କରିବା ବଦଳରେ ହଡପ କରିଛନ୍ତି। ସେମାନଙ୍କର ଦଳୀୟ କର୍ମୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଥିସହିତ ପୂର୍ବରୁ ଯେଉଁ ହିସାବ କରାଯାଉଥିଲା କି ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଅର୍ଥ ପହଞ୍ଚିଯିବ, ତାହା ଠିକ୍‌ ଭାବେ ହୋଇପାରିଲା ନାହିଁ। ଧାମନଗର ଫଳାଫଳ ନବୀନଙ୍କ କାର୍ଯ୍ୟ ବିରୋଧରେ ଯେତିକି ଯାଇନାହିଁ, ତାଠାରୁ ଅଧିକ ଯାଜପୁର ଶକ୍ତିଶାଳୀ ଗୋଷ୍ଠୀର ହାମ୍‌ବଡା ନୀତି ଯୋଗୁ ଏହି ବିଫଳତା ବିଜେଡିକୁ ଭୋଗିବାକୁ ପଡ଼ିଲା ବୋଲି ସ୍ଥାନୀୟ କର୍ମୀ କହୁଛନ୍ତି। ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, ୨୦୨୪ ପାଇଁ ଏହି ବଳବାନ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ବିକଳ୍ପ ପ୍ରାର୍ଥୀ ତାଲିକାର ପ୍ରଥମ ବିପର୍ଯ୍ୟୟ ଧାମନଗରରେ ଦେଖିବାକୁ ମିଳିଲା। ସେଥିପାଇଁ ଯେଉଁଠାରେ ବିକଳ୍ପ ପ୍ରାର୍ଥୀ ଦିଆଯିବ ସେଠାରେ ନୂତନ ରାଜେନ୍ଦ୍ର ଦାସ ଜନ୍ମ ନେବେ ବୋଲି କୁହାକୁହି ହେଉଛନ୍ତି। ସେହିପରି ଏସ୍‌ଏଚ୍‌ଜି ମହିଳାଙ୍କୁ ଧରି ବିଜେଡି ସବୁଠି ଗଡ଼ ଜିତିଯିବ ବୋଲି ଯାହା ଭାବୁଥିଲା ସେକଥା ମଧ୍ୟ କାମ ଦେଲାନି। କାରଣ ଏସ୍‌ଏଚଜି ମହିଳାମାନେ ମଧ୍ୟ ଉପନିର୍ବାଚନରେ ବିଜେଡିକୁ ସମର୍ଥନ ଦେଲେନାହିଁ। ଅର୍ଥାତ୍‌ ୨୦୨୪ରେ ଏସ୍‌ଏଚ୍‌ଜିମାନଙ୍କ ଭରସାରେ ବିଜେଡି ନିର୍ବାଚନ ଲଢ଼ିବାକୁ ଡରିପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଭୟ ସରକାରୀ ଓ ବେସରକାରୀ ଭାବେ ଧାମନଗର ଏସ୍‌ଏଚ୍‌ଜିଙ୍କୁ ନିର୍ବାଚନ ପୂର୍ବରୁ ବିପୁଳ ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ତାହାସବୁ ପାଣିରେ ପଡ଼ିଲା।
ଧାମନଗର ଦାୟିତ୍ୱରେ ଥିବା ଯାଜପୁରର ଜଣେ ନେତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ସେଠାରେ ପ୍ରାର୍ଥୀ ନ କରିବା ପ୍ରଥମ ଭୁଲ୍‌ ଥିଲା। ପ୍ରାର୍ଥୀ ଚୟନରେ ଦଳ ପୂର୍ବରୁ କେବେହେଲେ ଏଭଳି ଭୁଲ୍‌ କରି ନ ଥିଲା। ରାଜେନ୍ଦ୍ରଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରାଗଲା, ଯାହାଫଳରେ ରାଜେନ୍ଦ୍ରଙ୍କ ଭୋଟ୍‌କୁ ଶେଷ ପର୍ଯ୍ୟନ୍ତ ବି ଶାସକ ଦଳ ନିଜ ସପକ୍ଷରେ ନେଇପାରିଲା ନାହିଁ। ରାଜେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ବିଜେଡି ବିରୋଧୀ ହାଓ୍ବା କର୍ମୀ ମହଲରେ ରହିଲା। ସେହିପରି ଯାଜପୁର ଜିଲା ନେତାଙ୍କ ଅତ୍ୟଧିକ ମାମଲତି ଲୋକଙ୍କ ଭିତରେ ଭେଦଭାବ ସୃଷ୍ଟି ହେଲା। ପ୍ରଥମରୁ ହିଁ ଯାଜପୁର ନେତାଙ୍କୁ ନେଇ ଆରମ୍ଭ ହୋଇଥିବା ଭେଦଭାବ ଶେଷ ଯାଏ ଚାଲିଲା। ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେବା ପରିବର୍ତ୍ତେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଆଗକୁ ଛାଡ଼ିବା ମହଙ୍ଗା ସାବ୍ୟସ୍ତ ହେଲା। ମାତ୍ରାଧିକ ଟଙ୍କା ଉପନିର୍ବାଚନରେ ଖର୍ଚ୍ଚ ହେବା କଥା ବିଗତ ଦିନରୁ ଆଲୋଚନା ହେବା କାରଣରୁ ବିଜେଡିର ଆଗଧାଡ଼ିର କର୍ମୀମାନେ ମଧ୍ୟ ଏହାର ଫାଇଦା ଉଠାଇଲେ।
ଅନ୍ୟପଟେ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଧାମନଗର ଭଳି ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ରାଜେନ୍ଦ୍ର ଦାସ ବାହାରିବେ ଏବଂ ବିଜେଡି ସେହିସବୁ ସ୍ଥାନରେ ସମାନ ସ୍ଥିତି ଭୋଗିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡିର ପରାଜୟ ଯୋଗୁ ଶାସକ ଦଳ ଭିତରେ ଫାଟ ସୃଷ୍ଟି ହୋଇସାରିଥିବା ରାଜ୍ୟକୁ ଏକ ସନ୍ଦେଶ ଗଲା। ଧାମନଗର ପରେ ଆସନ୍ତା ଡିସେମ୍ବର ୫ ତାରିଖରେ ବରଗଡ଼ ଜିଲାର ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏବେ ଧାମନଗରରେ ବିଜେଡି ହାରିବା ପରେ ପଦ୍ମପୁର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri