?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ବୋଲି ଆରଡ଼ି ଫାଣ୍ଡି ପୋଲିସ ପକ୍ଷରୁ ମଙ୍ଗଳବାର ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ମହାଶିବରାତ୍ରି ପୂର୍ବରୁ ବୁଧବାର ଆରଡ଼ିରେ ପୋଲିସ ଛାଉଣୀ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ଅନୁସାରେ ପୀଠରେ ପୋଲିସ ମୁତୟନ ହୋଇଛନ୍ତି। ବାବା ଆଖଣ୍ଡଳମଣିଙ୍କୁ ସାଧାରଣ ଦର୍ଶନରେ ରୋକ୍ ଲଗାଯାଇଛି। କଟକଣା ସମ୍ପର୍କରେ ଜାଣି ନ ଥିବା ଶ୍ରଦ୍ଧାଳୁମାନେ ପୀଠକୁ ଆସି ନିରାଶ ହୋଇଛନ୍ତି।
ପରମ୍ପରା ଅନୁଯାୟୀ ବୁଧବାର ବାବାଙ୍କ ମନ୍ଦିରରେ ଏକବାର ନୀତି ସମାପନ ହୋଇଛି। ମନ୍ଦିର ଗମ୍ଭୀରା ଗୃହରେ ନୂତନ ଚାନ୍ଦୁଆ ଟଙ୍ଗା ଯିବା ସହ ଫୁଲହାରରେ ମନ୍ଦିର ସଜାଯାଇଛି। ଗୁରୁବାର ମହାଶିବରାତ୍ରିରେ ଭୋର ୪ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯିବ। ପରେ କନିକା ରାଜାଙ୍କ ଦ୍ୱାରା ପହିଲି ଘର୍ଷଣ ଓ ନିୟମ ଅନୁସାରେ ଅନ୍ୟ ସମସ୍ତ ପୂଜା ଅନୁଷ୍ଠିତ ହେବ। ଅର୍ଦ୍ଧରାତ୍ରରେ ବାବାଙ୍କୁ ସୁନାବେଶରେ ସଜ୍ଜିତ କରାଯିବ, ଅନ୍ତିମ ପ୍ରହରରେ ମହାଦୀପ ଉଠାଯିବ ଓ ଶୁକ୍ରବାର ସକାଳ ୭ଟା ପରଠ