ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ: ବିଧାୟକ ବଢ଼ାଇଲେ ସହାୟତାର ହାତ

ଗଜପତି,୧୪।୩(ଗିରିଧାରୀ ପରିଛା): ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତାର ହାତ ବଢ଼ାଇଛନ୍ତି ବିଧାୟକ। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ନିର୍ମାଣଧୀନ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି । ଯାହାକିଛି ଭକ୍ତଙ୍କ ଅନୁଦାନ ମିଳୁଛି ସେଥିରେ ଧୀର ଗତିରେ ଚାଲୁଛି ମନ୍ଦିର କାମ । ହେଲେ ଗତ କିଛିଦିନ ତଳେ ରାଜ୍ୟ ସରକାର ଆର୍ଥିକ ସହାୟତାର ହାତ ବଢ଼ାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଅନୁମୋଦନ ପରେ ମନ୍ଦିର ନିର୍ମାଣର ଆଶା ସଞ୍ଚାର ହୋଇଛି। ହେଲେ ପାରଳାଖେମୁଣ୍ଡିର ଯୁବ ବିଧାୟକ ରୂପେଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ୫୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଛନ୍ତି । ଏହା ସହ ତାଙ୍କ ମାମୁ ତିରୁପତି ଚୌଧୁରୀ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୩୦ ଲକ୍ଷ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କ ବାପା ତିରୁପତି ପାଣିଗ୍ରାହୀ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ନିର୍ମାଣରେ ସହାୟତାର ହାତ ବଢ଼ାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କେତେ ପରିମାଣର ଅର୍ଥରାଶି ଦେବେ ସେ ନେଇ କୌଣସି ସ୍ପଷ୍ଟ କରି ନ ଥିଲେ । ସମସ୍ତଙ୍କ ସହଯୋଗ ଓ ଜିଲା ତଥା ଜିଲା ବାହାରେ ରହୁଥିବା ଲକ୍ଷାଧିକ ଭକ୍ତଙ୍କୁ ନିଜସ୍ବ ଶକ୍ତି ଓ ଇଛା ମୁତାବକ ଅନୁଦାନ କରିବା ପାଇଁ ନିବେଦନ କରିଛନ୍ତି । ଏହା ପରେ ମନ୍ଦିରର ଆଗକୁ ଆଶ୍ୟକତା ଆନୁସାରେ ଯାହା ଅର୍ଥ ଆବଶ୍ୟକ ତାହା ନିଜ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ କହିବା ହେଲା ଆଗକୁ ମନ୍ଦିର ନିର୍ମାଣରେ ଅର୍ଥ ଯେପରି ବାଧକ ନ ହେବ ସେଥିପାଇଁ ସେ ଆଗକୁ ଅନେକ ବ୍ୟବସ୍ତା ଚିନ୍ତା କରି ରଖିଛନ୍ତି । ତେବେ ମନ୍ଦିର ନିର୍ମାଣ ସମସ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପାଇଁ ସମସ୍ତ ରାଜନୈତିକ ଚିନ୍ତାର ଊର୍ଦ୍ଧ୍ୱରେ ଆଗକୁ ଆସି ମନ୍ଦିର ଗଠନରେ ସହାୟତାର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri