ଶ୍ରୀମନ୍ଦିର କମାଣ୍ଡର-ପୋଲିସ ହାତାହାତି, କିଛି ସମୟ ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ,୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ ଏବଂ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ କିଛି ସମୟ ପାଇଁ ଭକ୍ତ ମାନେ ଦର୍ଶନ କରିବାରେ ସମସ୍ୟା ଭୋଗିଥିଲେ। ସୂଚନା ପାଇ ପ୍ରଶାସନ ମନ୍ଦିରରେ ପହଚି ବୁଝାଶୁଝା କରିବା ପରେ ଦର୍ଶନ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ଭକ୍ତମାନେ ଧାଡ଼ି ଦେଇ ଦର୍ଶନ କରୁଥିଲେ। ଏହି ସମୟରେ ଭିଭିଆଇପିଙ୍କ ପାଇଁ ଥିବା ଧାଡ଼ିରେ ଭିଭିଆଇପିଙ୍କୁ ଛଡ଼ା ଯାଇଥିଲା। ମାତ୍ର ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା। ଯାହାକୁ ନେଇ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ ଏପରି କରିବାକୁ ବାରଣ କରିଥିଲେ। ଯାହାକୁ ନେଇ କମାଣ୍ଡର ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ମଧ୍ୟରେ କଥା କଟାକଟି ସହିତ ଧକ୍କା ମରାମରି ହୋଇଥିଲେ। ଏହାକୁ ନେଇ ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ସେବକମାନେ ସାତ ପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପ୍ରୋଟକଲ ଦର୍ଶନ ପାଇଁ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଛି। ଏ ନେଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବା ନେଇ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

କାହିଁକି ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡୁଛି ଡ୍ରୋନ୍‌: ୭ ଶହ ଜଣ ନେଲେଣି ଫୋନ୍‌

ପୁରୀ,୨୧।୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍‌ ଏଯାବତ୍‌…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

ବନ୍ଧାହେଲେ କୋଟିପତି ଫରେଷ୍ଟର: ୯ ଦାମୀ ପ୍ଲଟ ସହ ମିଳିଥିଲା…

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବାହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ରହିଛି…

ଇସଲାମାବାଦ,୨୧ା୨: ଶନିବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)…

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri