ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ ହୋଇଛି।

ପ୍ରବଳ ଶୀତ ସାଙ୍ଗକୁ ଜାଡ ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ କଳିଙ୍ଗା ଘାଟି,କଳିଙ୍ଗା ବଟାନିକାଲ ଗାର୍ଡେନ, ର୍ସିକି ଡ୍ୟାମ,କଲିନାଯୁ ଡ୍ୟାମ, ମଧୁଝରି ଘାଇ, କାକଲବାକି ଜଳ ପ୍ରପାତ,ଗଡ଼ିଶୀଲା ଜଳ ପ୍ରପାତ, କଫି ବଗିଚା, କାଲିଗାଡୁ ହିଲଟପ ଭଳି ସ୍ଥଳୀକୁ ଯାତାୟତ ସୁବିଧା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି: ଦେଖନ୍ତୁ Video

ଉଦଳା, ୫।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଅଚାନକ ସ୍କୁଟିରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ଉଦଳା…

ଆଜି ଓଡ଼ିଶା ଆସିବେ ଅମିତ ଶାହା: ରାଜ୍ୟ ଭାଜପାର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର, ୫ା୩:କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଶାହା ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି…

ସେମିଫାଇନାଲ ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ: ସଞ୍ଜୁ ସାମସନ୍‌ଙ୍କୁ ନେଇ ଆସିଲା…

ମୁମ୍ବାଇ,୫।୩: ICC T20 ବିଶ୍ୱକପ 2026ର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ‘ସଞ୍ଜୁ ସାମସନ ବ୍ୟାନ୍‌’ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି। ଏହି ନକଆଉଟ ମ୍ୟାଚରେ ଭାରତ…

ନାମାଙ୍କନ ପୂର୍ବରୁ ଭାବବିହ୍ବଳ ହେଲେ ଦିଲୀପ ରାୟ: ବିଜୁ ପଟ୍ଟନାୟକଙ୍କୁ ନେଇ କହିଦେଲେ ବଡ଼ କଥା

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

କାଲିଠାରୁ ବସ୍‌-ଟ୍ରକ୍‌ ଡ୍ରାଇଭରଙ୍କ ବଡ଼ ଆନ୍ଦୋଳନ ଡାକରା, ୩ଦିନ ଯାଏ ଯାତାୟତ ଠପ୍‌!

ମୁମ୍ୱାଇ,୫।୩: ମହାରାଷ୍ଟ୍ର ପରିବହନକାରୀ କାର୍ଯ୍ୟ କମିଟି (ଏମ-ଟିଏସ) ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି। ମାର୍ଚ୍ଚ ୨ ତାରିଖରେ MSRTC ମୁଖ୍ୟାଳୟରେ…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ: ୫ ପ୍ରାର୍ଥୀ କରିବେ ଦାଖଲ

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

ଟି୨୦ ବିଶ୍ୱକପରେ ଇତିହାସ ରଚିଲେ ଫିନ ଆଲେନ: ଭାଙ୍ଗିଲେ ୫ ବଡ଼ ରେକର୍ଡ

କୋଲକାତା,୫।୩: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିନ ଆଲେନ ୨୦୨୬ ଟି୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲ୍‌ରେ ଶତକ ହାସଲ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri