ପାଶ୍ଚାତ୍ୟରେ ବଢୁଛି ତାପମାତ୍ରା, ଡଲଫିନଙ୍କ ଜୀବନ ସଙ୍କଟରେ, ୭ ଦିନରେ ୧୦୦ରୁ ଅଧିକ ମୃତ…

ବ୍ରାସିଲିଆ,୨।୧୦ : ବ୍ରାଜିଲରେ ଚଳିତ ବର୍ଷ ରେକର୍ଡ ତାପମାତ୍ରାରେ ପହଞ୍ଚିଛି। ସାଧାରଣ ଲୋକଙ୍କ ସହିତ ପ୍ରାଣୀ ଏବଂ ପକ୍ଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ପାଣିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ମଧ୍ୟ ଫୁଟୁଛି, ଯେଉଁ କାରଣରୁ ଗତ ସାତ ଦିନ ମଧ୍ୟରେ ଆମାଜନରେ ୧୦୦ରୁ ଅଧିକ ଡଲଫିନଙ୍କର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଛି।

ପାଣିର ତାପମାତ୍ରା ୧୦୩ ଡିଗ୍ରୀ ଫାରେନ୍ହାଇଟ ରେକର୍ଡ କରାଯାଇଛି । ବ୍ରାଜିଲର ମାମିରୋ ଇନଷ୍ଟିଚ୍ୟୁଟ ଅନୁଯାୟୀ, ଟେଫେ ହ୍ରଦରେ ଡଲଫିନଙ୍କ ମୃତଦେହ ମିଳିଛି।

ଏତେ ସଂଖ୍ୟକ ଡଲଫିନଙ୍କ ଆକସ୍ମିକ ମୃତ୍ୟୁ ସମ୍ପର୍କରେ ଅନୁଷ୍ଠାନ କହିଛି ଆମାଜନରେ ମରୁଡ଼ି ଏବଂ ତାପମାତ୍ରା ବୃଦ୍ଧି ଏହାର କାରଣ ହୋଇପାରେ। ଉଲ୍ଲେଖନୀୟ ବିଷୟ ହେଉଛି, ଆମାଜନ ନଦୀ ଜଳର ବର୍ତ୍ତମାନ ରେକର୍ଡ ସ୍ତରରେ ରହିଛି। ଫଳରେ ଏହା ମଧ୍ୟରେ ବାସ କରୁଥିବା ଜୀବମାନଙ୍କ ପାଇଁ ସମସ୍ୟା ଉପୁଜିଛି ।

ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ଏବଂ ବୈଜ୍ଞାନିକମାନେ ଲାଗୁନ ଏବଂ ପୋଖରୀରୁ ଜୀବନ୍ତ ଡଲଫିନ ଧରି ସେମାନଙ୍କୁ କରି ନଦୀକୁ ପଠାଉଛନ୍ତି। ଏଠାରେ ଥିବା ଜଳ ଅନ୍ୟ ସ୍ଥାନ ଅପେକ୍ଷା ଟିକେ ଥଣ୍ଡା ରହୁଛି। ତଥାପି, ନଦୀ ଦୂରରେ ଥିବାରୁ ସ୍ଥାନାନ୍ତର କାର୍ଯ୍ୟ ସହଜ ହେଉ ନାହିଁ।

ମାମିରୋଆ ଇନଷ୍ଟିଚ୍ୟୁଟର ଜଣେ ଗବେଷକ ଆଣ୍ଡ୍ରେ କୋଏଲହୋ କହିଛନ୍ତି ଏହିପରି ଡଲଫିନଗୁଡ଼ିକୁ ଅନ୍ୟ ନଦୀକୁ ସ୍ଥାନାନ୍ତର କରିବା ନିରାପଦ ନୁହେଁ। ସେମାନଙ୍କୁ ଅନ୍ୟତ୍ର ପଠାଇବା ପୂର୍ବରୁ, ସେଠାରେ ଭାଇରସ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri