ଜି.ଉଦୟଗିରିରେ ତଳମୁହାଁ ପାରଦ, ୨.୬° ଡିଗ୍ରୀରେ ଥରୁଛି….

ଜି.ଉଦୟଗିରି,୧୬।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ସହ ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି.ଉଦୟଗିରି । ସରକାରୀ ତଥ୍ୟ ଅନୁସାରେ, ସମଗ୍ର ଜିଲାରେ  ଦାରିଙ୍ଗବାଡ଼ି, ଫୁଲବାଣୀ ଠାରୁ ମଧ୍ୟ କମ୍ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ି ରେ ୯ ଡିଗ୍ରୀ ରେକର୍ଡ ହୋଇଛି । ଯାହା ଓଡ଼ିଶାରେ ସବୁଠାରୁ କମ୍‌ ତାପମାତ୍ରା ଜି.ଉଦୟଗିରି ସହରରେ ରହିଛି ।

ସହରଠୁ କିଛି ଦୂର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୨ ଡିଗ୍ରୀ ରହୁଥିବା ନେଇ ଅନୁମାନ କରାଯାଉଛି । ପ୍ରବଳ ଶୀତ ସାଙ୍ଗକୁ ଜାଡ୍ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି । ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ କୃଷି ଶାଖା ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି । ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିକାଶମୂଳକ ଯୋଜନା ଗୁଡ଼ିକ ଜି.ଉଦୟଗିରି ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।

ବିଶେଷକରି ସିର୍କି ଡ୍ୟାମ୍, କାକଲବାକି ଜଳ ପ୍ରପାତ, କଲିନାଯୁ ଡ୍ୟାମ୍, ମଧୁଝରି ଘାଇ, କଳିଙ୍ଗା ବଟାନିକାଲ ଗାର୍ଡେନ, କଳିଙ୍ଗା ଘାଟି, କାଲିଗାଡୁ ହିଲଟପ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୁବପିଢ଼ିଠୁ ବୟସ୍କ ପର୍ଯ୍ୟନ୍ତ ମନ ମୁଗ୍ଧ କରୁଛି । ତାସହ ସ୍ଥାନୀୟ ଅଞ୍ଚଳରେ ଥିବା କଫି ବଗିଚାକୁ ଯାତାୟତ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି। ସେପଟେ ଅଞ୍ଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ପ୍ରଥମ ଥର ପାଇଁ ଶୀତ ମହୋତ୍ସବର ଆୟୋଜନ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri