କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ

ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି କରିବାକୁ କୁହାଯାଇଛି। କିଛି ଲୋକେ ଏହି ସମୟକୁ ବିବାହ ଆଦି ପାଇଁ ଉଚିତ ମଣୁ ନ ଥିବା ବେଳେ କିଛି ତାହା ମାନୁ ନାହାନ୍ତି। ଏଭଳି ଏକ ସମୟରେ ତେଲୁଗୁ ଅଭିନେତା ନିଥିନ ପ୍ରେମିକା ଶାଳିନୀ କଣ୍ଡୁକୁରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ବୁଧବାର ସମସ୍ତ ରୀତିନୀତି ଅନୁଯାୟୀ ନିଥୀନଙ୍କ ନିର୍ବନ୍ଧ ସରିଛି।

ନିର୍ବନ୍ଧ ସମୟର ଅନେକ ଫଟୋ ନିଥୀନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଉତ୍ସବରେ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ। ଖାସ୍‌ ଦିନରେ ନିଥୀନ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଶାଲିନୀ ନାଲି ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିଲେ। ଉଭୟ ବେଶ ସୁନ୍ଦର ଦେଖାଯାଉଥିଲେ। କିଛି ଫଟୋରେ ନିର୍ବନ୍ଧ ମୁଦିକୁ ଦେଖାଇ ଉଭୟ ପୋଜ୍‌ ଦେଇଥିବା ବେଳେ କିଛିରେ ପରିବାର ଲୋକେ ନଜର ଆସୁଛନ୍ତି। ପ୍ରଶଂସକମାନେ ଏହାକୁ ନେଇ ନିଥୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଜୁଲାଇ ୨୬ରେ ଉଭୟଙ୍କ ବିବାହ ହେବ ବୋଲି ଜଣାପଡ଼ିଛି। କରୋନା ଯୋଗୁ ବହୁତ କମ୍‌ ଲୋକ ଏଥିରେ ସାମିଲ ହେବେ।

Share